ଜିଲ୍ଲା ପରିକ୍ରମା

ସେବା ଦେଉଥିବା ‘ସେବକ’ରେ ବଡାମ୍ବାର ଅସହାୟା ଦିବ୍ୟାଙ୍ଗକୁ ଦେଖିଲେ କଟକ ଜିଲା ଜଜ

ଯାଜପୁର-୬/୮(ଓଡିଆ ପୁଅ/ଏ.ରାଉତ) ଜନ୍ମରୁ ଦିବ୍ୟାଙ୍ଗ ହୋଇ ସାମାଜିକ ଜୀବନଯାପନ ବିଷୟରେ କିଛି ଜାଣିନଥିବା ମିଲି ଗତ ଏକ ବର୍ଷ ମଧ୍ୟରେ ବାପା, ମା’ ଓ ଭାଇଙ୍କୁ ହରାଇ ନିସ୍ୱ ହୋଇ ଜୀବନ ସହିତ ବାଜି ଲଗାଇ ହାରିଜିବା ପରେ ଏବେ ନିଜର ସ୍ୱଚ୍ଛାସେବୀ ସଂଗଠନ ‘ସେବକ’କୁ ନିଜର ଠିକଣା ଭାବେ ବାଛିନେଇଛନ୍ତି। କଟକ ଜିଲା ବଡାମ୍ବା ଅଞ୍ଚଳର ଅଶୋକ ମହାପାତ୍ରଙ୍କ ବଡ ଝିଅ ମିଲି ମହାପାତ୍ର(୨୪) ଜନ୍ମରୁ ଦିବ୍ୟାଙ୍ଗ, ଦୁଇ ଭଉଣୀ ଓ ଭାଇଙ୍କୁ ନେଇ ଅଶୋକ ନିଜର ଜୀବନ ପ୍ରତିପୋଷଣ କରିଆସୁଥିଲେ। ହଠାତ ବର୍ଷକ ପୂର୍ବେ ପୁଅ ରୋଗାଗ୍ରସ୍ତ ହୋଇ ମରଣ ମୁହଁକୁ ଚାଲିଯାଇଥିଲା। ପୁଅର ଆକସ୍ମିକ ମୃତ୍ୟୁରେ ପରିବାର ଭାଙ୍ଗିପଡିଥିଲା। କାମଧନ୍ଦା କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଅଶୋକ ପୁଅର ମୃତ୍ୟୁରେ ରୋଗାଗ୍ରସ୍ତ ହୋଇ ୮ ମାସ ପୂର୍ବେ ଆରପାରିକୁ ଚାଲିଗଲେ। ସ୍ୱାମୀଙ୍କ ମ୍ୟତ୍ୟୁକୁ ସହଜରେ ଗ୍ରହଣ କରିନପାରି ଦୁଃଖଯନ୍ତ୍ରଣାରେ ଛଟପଟ ହୋଇ ୪ ମାସ ପୂର୍ବେ ମା’ର ପରଲୋକ ଘଟିଥିଲା। ଦିବ୍ୟାଙ୍ଗ ମିଲିକୁ ବଞ୍ଚାଇବା ପାଇଁ ଶେଷରେ ଅଣ୍ଟାଭିଡିଥିବବା ସାନ ଭଉଣୀ। ଗାଁର ଜଣେ ମହିଳା ୱାର୍ଡ ସଭ୍ୟାଙ୍କ ନିରନ୍ତର ସହାୟତାରେ ଗାଁ ସ୍କୁଲରେ ପାଠପଢ଼ୁଥିବା ସାନ ଭଉଣୀ ମିଲିକୁ ଦୁଃକଷ୍ଟେ କିଛି ଦିନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ହେଲେ ଜୀବନ ଯୁଦ୍ଧରେ ହାରମାନିବାକୁ ପଡିଥିବା ସାନ ଭଉଣୀକୁ। ଦିବ୍ୟାଙ୍ଗ ଭଉଣୀ ମିଲି ମାସକୁ ପାଉଥିବା ୫୦୦ ଟଙ୍କା ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଦୁଇ ଭଉଣୀଙ୍କୁ ମିଳୁଥିବା ୧୦ କିଲୋ ଚାଉଲରେ ଜୀବନ ବଞ୍ଚାଇବା ସେମାନଙ୍କ ପକ୍ଷେ ସହଜ ହୋଇପାରିନଥିଲା। ଶେଷରେ ସାନ ଭଉଣୀ ବଡ ଭଉଣୀ ମିଲିକୁ ବଞ୍ଚାଇବା ପାଇଁ ଜିଲା ପ୍ରଶାସନର ସହାୟତା ଲୋଡିଥିଲା। ଏପରି ଏକ ଦୁଃଖଦ କାହାଣୀ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବାପରେ ଜିଲା ପ୍ରଶାସନ ପକ୍ଷରୁ ସହାୟତାର ହାତ ବଢ଼ାଯାଇଥିଲା। ଶିଶୁ ସୁରକ୍ଷା ଯୋଜନାରେ ସାନ ଭଉଣୀର ପାଠପଢ଼ା ପାଇଁ ଜିଲା ପ୍ରଶାସନ ଆର୍ଥିକ ସହାୟତା ଯୋଗାଇବାକୁ ପ୍ରତିଶୃତି ଦେଇଥିଲେ। କଟକ ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଜଜ୍ ସତ୍ୟନାରାୟଣ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଦିବ୍ୟାଙ୍ଗ ଭଉଣୀ ମିଲିକୁ ଛତିଆ ନିକଟସ୍ଥ ‘ସେବକ’ ଜରାଶ୍ରମରେ ଛଡାଯାଇଥିଲା। ୪ ଦିନ ପୂର୍ବେ ସେବକରେ ଆଶ୍ରୟ ନେଇଥିବା ମିଲି କିପରି ଅଛି ଜାଣିବା ପାଇଁ କଟକ ଜିଲା ଜଜ୍ ଶ୍ରୀ ମିଶ୍ର ଆଜି ଅପରାହ୍ନରେ ସେବକ ପରିସରରେ ପହଞ୍ଚି ମିଲିର ଯତ୍ନ, ଖାଦ୍ୟପେୟ, ରହିବା ଆଦି ବିଷୟରେ ସେବକର ସଭାପତି ସୁରେଶ ବିଶ୍ୱାଳଙ୍କ ସହିତ ଆଲୋଚନା କରିଥିଲେ। ମିଲି ପରି ଏଠାରେ ବିଭିନ୍ନ ବର୍ଗର ୮୦ରୁ ଉଦ୍ଦ୍ୱର୍ ଅସହାୟ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ଆଶ୍ରୟ ନେଇଛନ୍ତି। ବିନା ସରକାରୀ ସହାୟତାରେ ଏଠାରେ ଥିବା ସମସ୍ତ ଅନ୍ତେବାସୀଙ୍କୁ ଅନୁଷ୍ଠାନ ପକ୍ଷରୁ ଯୋଗାଇ ଦିଆଯାଉଥିବା ନିରନ୍ତନ ସେବା ପାଇଁ ଅନୁଷ୍ଠାନ କର୍ମକତ୍ତାଙ୍କୁ ବିଭିନ୍ନ ମହଲରେ ସାଧୁବାଦ ଜଣାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top