ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ଏକ ଜରୁରୀ ବୈଠକ ଜିଲ୍ଲା ସଂପାଦକ ପ୍ରଦୀପ୍ତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ୯୨ଟି ବ୍ଳକଗ୍ରାଣ୍ଟ ସ୍କୁଲର ଶି୪କ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନସିକସ୍ତରରେ ନିର୍ଯ୍ୟାତିତ ହେଉଛନ୍ତି । ସରକାରଙ୍କ ତ୍ରୁଟୁପୂର୍ଣ୍ଣ ଶିକ୍ଷାନିତୀ ତଥା ଶିକ୍ଷକ ମାରଣ ନିତୀ ପାଇଁ ହଜାର ହଜାର ଶିକ୍ଷକ ଶିକ୍ଷୟତ୍ରୀ ଭୁବନେଶ୍ୱର ଲୋୟାର ପିଏମଜିରେ ଧାରଣାରତ । ଲଘୁଚାପଜନୀତ ବର୍ଷାରେ ମଧ୍ୟ ସେମାନେ ଧାରଣାରତ । ସରକାର ବ୍ଳକଗ୍ରାଣ୍ଟ ଉଛେଦ ହେଲା ବୋଲି ଘୋଷଣା କଲେ । ସରକାର ବର୍ଦ୍ଧିତ ବେତନ ଦେଲେ ମଧ୍ୟ ଚାକିରୀ ସର୍ତ୍ତାବଳୀ ସମ୍ପର୍କରେ ନୀରବ ରହିଲେ । ତେଣୁ ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ଥ କରି ସରକାର ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି । ସରକାରଙ୍କ ବର୍ତ୍ତମାନର ନିତୀ ଅନୁଯାୟୀ ଜିଲ୍ଲାର ୯୨ଟି ସ୍କୁଲ ବନ୍ଦ ହେବାକୁ ଯାଉଛି । ତେବେ ଭୁବନେଶ୍ୱର ଠାରେ ଚାଲିଥିବା ମିଳିତ ଶିକ୍ଷକ ସଂଘର ଅହୋରାତ୍ର ଧାରଣାରେ ଆସନ୍ତା ୧ ଓ ୨ତାରିଖ ଭଦ୍ରକ ଜିଲ୍ଲାର ସମସ୍ତ ବ୍ଳକଗ୍ରାଣ୍ଟ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀମାନେ ଯୋଗଦେବାକୁ ଓଷ୍ଟା ରାଜ୍ୟ ସଂପାଦିକା ଆହ୍ୱାନ ଦେଇଥିଲେ । ଓଷ୍ଟାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସ, ଅରୁଣ ଶତପଥି, ମନୋରଂଜନ ପଣ୍ଡା, ପ୍ରଶାନ୍ତ ଦାସ, ହେମନ୍ତ ସୂତାର, ନିରଂଜନ ନାୟକ, ପର୍ଶୁରାମ ପାତ୍ର, ରମାକାନ୍ତ ପରିଡ଼ା, ସୁରେନ୍ଦ୍ର ନାୟକ, ବିଶ୍ୱନାଥ ପଣ୍ଡା,ରଂଜନ ପ୍ରଧାନ, ସୁରେନ୍ଦ୍ର ମହାପାତ୍ର, ପ୍ରହଲାଦ ସାହୁ, ବସନ୍ତ ବିଶ୍ୱାଳ, ସୁବାଷ ମହାନ୍ତି, ସୁମତୀ ନାୟକ, ସବିତା ଜେନା, ଭଦ୍ରକ ସଂପାଦକ ବୈକୁଣ୍ଠ ବିଶ୍ୱାଳ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।
