ସେପ୍ଟେମ୍ବର ୧୧ରେ ଏବିଭିପିର ଛାତ୍ର ଅଧିକାର ସମାବେଶ: ଖୋର୍ଦ୍ଧା ଜିଲ୍ଲାରୁ ୫୦୦୦ ଛାତ୍ରଛାତ୍ରୀ ଯୋଗଦାନ କରିବେ

ଖୋର୍ଦ୍ଧା ୧୦-୯ (ଓଡ଼ିଆ ପୁଅ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଏକ ପେସ୍ ମିଟ୍ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନଗର ସମ୍ପାଦକ ପ୍ରଦୀପ କୁମାର ସ୍ୱାଇଁ ସେପ୍ଟେମ୍ବର ୧୧ରେ ହେବାକୁ ଥିବା ଶିକ୍ଷା, ସୁରକ୍ଷା, ରୋଜଗାର ଦାବିରେ ଛାତ୍ର ଅଧିକାର ସମାବେଶ ବିଷୟରେ ସମ୍ୟକ ସୂଚନା ଦେଇଥିଲେ। ଏହି ଅବସରରେ ଏବିଭିର ପୁରୀ ବିଭାଗ ସହପ୍ରମୁଖ୍ ସରୋଜ କୁମାର ପାଲାଟାସିଂହ ଯୋଗଦେଇ ରାଜ୍ୟର ଦୟନୀୟ ଓ ଦୁର୍ନୀତିଗ୍ରସ୍ତ ଉଚ୍ଚଶିକ୍ଷା ପାଇଁ ବିଜେଡି ସରକାର ଦାୟୀ ବୋଲି ମତପ୍ରକାଶ କରିଥିଲେ। ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ହେଉଥିବା ଦୁର୍ନିତି ବିଷୟରେ ସବୁ ଜାଣି ଶୁଣି ମଧ୍ୟ ଏହା ବିରୁଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବା ଦୁର୍ନୀତି ପଛରେ ସରକାରୀ କଳର ହାତଥିବା ସ୍ପଷ୍ଟ ଦର୍ଶାଉଛି ବୋଲି କ୍ୟାମ୍ପସ ୟୁନିଟ୍ ସଭାପତି ଗୋପବନ୍ଧୁ ଜେନା କହିଥିଲେ। ଉଜ୍ଜଳ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ସରଳ, ନିରୀହ ଛାତ୍ରଛାତ୍ରୀମାନଙ୍କର ସରଳତାର ସୁଯୋଗ ନେଇ ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ସମ୍ପୁର୍ଣ୍ଣ ଭାବରେ ଅବହେଳା କରି ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଅନ୍ଧାର ଭିତରେ ଠେଲି ଦେଉଛନ୍ତି ଓ ଦୁଇ ଦଶନ୍ଧିଧରି ଓଡିଶାର ଉଚ୍ଚଶିକ୍ଷାକୁ ବର୍ବାଦ୍ କରିବା ପାଇଁ କିପରି ଷଡଯନ୍ତ ଚାଲିଛି ବୋଲି ଖୋର୍ଦ୍ଧା ନଗର ମିଡିଆ ପ୍ରମୁଖ୍ ପବିତ୍ର କୁମାର ବେହେରା ଏହା ଉପରେ ଆଲୋକପାତ କରାଇଥିଲେ। କେବଳ ସେତିକି ନୁହେଁ ଶିକ୍ଷା, ସୁରକ୍ଷା ଏବଂ ରୋଜଗାର ଦେବାରେ ବର୍ତମାନର ରାଜ୍ୟ ସରକାର ସବୁକ୍ଷେତ୍ରରେ ବିଫଳ ହୋଇଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ଶେଷରେ ଓଡିଶାର ବିପର୍ଯ୍ୟସ୍ତ ଉଚ୍ଚଶିକ୍ଷା ବ୍ୟବସ୍ଥା, ଦୟନୀୟ ସୁରକ୍ଷା ବ୍ୟାବସ୍ଥା ଓ ଚିନ୍ତାଜନକ ବେରୋଜଗାର ସ୍ଥିତିକୁ ଏବିଭିପି ଦ୍ୱାରା ସଙ୍କଳିତ କରାଯାଇଥିବା ଏକ ପୁସ୍ତକ ‘ଛାତ୍ର ସନନ୍ଦ’ ଉଦଘାଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *