ସେଦିନ ସଞ୍ଜ

– ମାନସ ରଂଜନ ପଣ୍ଡା
ସେଦିନ ସଞ୍ଜ
ସରିଗଲା ସିନା
ସଜେଇଲା ରାତି ସପନ,
ସୁଅହୀନ ମୋର
ଜୀବନ ଯମୁନା
ପାଇଲା ଜିଇଁବା କାରଣ।
ରିକ୍ତ ରାତିର
ଶୂନ୍ଯ ଶେଯକୁ
ଚଂପକ ବାସ ଛୁଇଁଲା,
କାହା ଆଖିପତା
କଜଳରେ ପୁଣି
ଏ ହାତ କବିତା ଲେଖିଲା ।
ହେଲା ମତୁଆଲା
ମନ ମଧୁଶାଳା
ସେ ହେଲା ରାଧା ମୁଁ ମୋହନ ।
ସୁଅହୀନ ମୋର       ଜୀବନ ଯମୁନା
ପାଇଲା ଜିଇଁବା କାରଣ ।
ପୁଣି ସେଇ ସଞ୍ଜ
ଫେରିବନି କେବେ
ଏଇ ଜୀବନେ ମୁଁ ଜାଣେ,
ହଜାରେ ହେନାର
ଓଠ ପାଖୁଡାରେ
ଫୁଟିବନି ହସ ଜାଣେ,
ତଥାପି ସେଦିନ
ସଞ୍ଜକୁ ନେଇ
ଭୁଲିଯିବି ଯେତେ ଦହନ ।
ସେଦିନ ସଞ୍ଜ.          ସରିଗଲା ସିନା
ସଜେଇଲା ରାତି ସପନ.।

   ବିଜୟା ବ୍ୟାଂକ
            ସୁନ୍ଦରଗଡ 
            ୭୯୭୮୫୮୦୩୬୪

Leave a Reply

Your email address will not be published. Required fields are marked *