ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ଓଡିଆ ସିନେମାର ମୁହୁରତ

ପାରଳାଖେମୁଣ୍ଡି, ୧୮ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଭେଙ୍କଟେଶ୍ୱର ମନ୍ଦିର ଠାରେ ପୁଜାର୍ଚ୍ଚନା କରାଯାଇ ଓଲିଉଡ ସିନେମା “ଚାମ୍ପିୟନ”ର ଶୁଭ ମୁହୁରତ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ପ୍ରାୟ ୩ଦିନ ଧରି ଏହି ଓଲିଉଡ ସିନେମା ସୁଟିଂ ହେବାକୁ ଥିବା ବେଳେ ମୋଟ ୨୧ଦିନ ଧରି ଜିଲାର ବିଭିନ୍ନ ସ୍ଥାନରେ ଏହି ସିନେମାର ସୁଟିଂ ହେବାକୁ କାର୍ଯ୍ୟକ୍ରମ ରହିଛି। ପାରଳାଖେମୁଣ୍ଡି ସହରର ଐତିହାସିକ ବୃନ୍ଦାବନ ତୋଟା ପରିସର, ଜିରାଙ୍ଗ ଇତ୍ୟାଦି ବିଭିନ୍ନ ମନୋରମ ସ୍ଥାନମାନଙ୍କରେ ଏହି ସିନେମା ସୁଟିଂ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଗଜପତି ଜିଲା ଏକ ପ୍ରାକୃତିକ ପରିବେଶରେ ପରିବେଷ୍ଟିତ ଜିଲା ହୋଇଥିବାରୁ ଏଠାରେ ସିନେମା ସୁଟିଂ ପାଇଁ ବିଭିନ୍ନ ପ୍ରଡକସନ ୟୁନିଟ ଗୁଡିକ ଦିନକୁ ଦିନ ଅଧିକ ଆକର୍ଷିତ ହେଉଥିବାର ଦୃଷ୍ଟିକୁ ଆସୁଛି। ଏହି ଓଡିଆ ଚଳଚ୍ଚିତ୍ର ଚାମ୍ପିୟନରେ ଅର୍ଚ୍ଚିତା ଲିଡ ରୋଲରେ ଭାଗ ନେଉଥିବା ବେଳେ ସୁଧାଂସୁ ଦାସ(ସାନୁ) ମୌସମ ପ୍ରମୁଖ କଳାକାରମାନେ ଭାଗନେଇଛନ୍ତି। ନିର୍ଦ୍ଦେଶକ କେ.ମୁରଲିକ୍ରିଷ୍ଣାଙ୍କ ନିର୍ଦ୍ଦେଶନାରେ ଏହି ଓଲିଉଡ ଚଳଚ୍ଚିତ୍ର ପ୍ରସ୍ତୁତ ହେଉଛି।

Leave a Reply

Your email address will not be published. Required fields are marked *