ଗଜପତି

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ କିଷାନ ମେଳା

ପାରଳାଖେମୁଣ୍ଡି,୧୪ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଏମ.ଏସ.ସ୍ୱାମୀନାଥନ କୃଷି ବିଦ୍ୟାଳୟ ଆନୁକୁଲ୍ୟରେ କୃଷକ ମେଳା ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ପେସାଲ ଇନଷ୍ଟିଚୁ୍ୟଟ ଫର ଓମେନସ ଇନ ଏଗ୍ରିକଲଚର ଭୁବନେଶ୍ୱରର ନିଦେ୍ର୍ଦଶକ ଡ.ଏସକେ ଶ୍ରୀବାସ୍ତବଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଉପସଭାପତି ପ୍ରଫେସର ଡିଏନ ରାଓ, ରେଜିଷ୍ଟର ଅନିତା ପାତ୍ର, ପ୍ରଫେସର ହରିବନ୍ଧୁ ପଣ୍ଡା,ଡିନ ପ୍ରଫେସର ଅଶୋକ ମିଶ୍ର, ପ୍ରଫେସର ବିଷ୍ଣୁ ପ୍ରସାଦ ମିଶ୍ର, ପ୍ରଫେସର ଏମ ଦେବେନ୍ଦ୍ର ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ସିଫାର ପ୍ରଧାନ ବୈଜ୍ଞାନିକ ଡ.ଏସକେ ସ୍ୱାଇଁ ଓ ଅନ୍ୟାନ୍ୟ ବୈଜ୍ଞାନିକମାନେ କୃଷକମାନଙ୍କୁ ଉଦ୍ବଧନ ଦେଇ ଆଧୁନିକ କୃଷି ଯନ୍ତ୍ରପାତି ଦ୍ୱାରା କିପରି  ଉନ୍ନତ କୃଷି କାର୍ଯ୍ୟ ହୋଇପାରିବ ଏବଂ ଏହାଦ୍ୱାରା କିପରି କୃଷକମାନଙ୍କ ଅର୍ଥନୈତିକ ଅଗ୍ରଗତି  ହୋଇପାରିବ ସେବିଷୟରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ । ସେହିପରି ଏହି ଅଞ୍ଚଳର ଅଧିକାଂଶ ପରିବାର କୃଷି ଉପରେ ନିର୍ଭର କରୁଥିବା ବେଳେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଏହିପରି କାର୍ଯ୍ୟକ୍ରମ ସେହି କୃଷକମାନଙ୍କୁ ଉତ୍ସାହିତ କରିବାରେ ସହାୟକ ହୋଇପାରିବ ବୋଲି କୁହାଯାଇଥିଲା । ସେହିପରି ଅତି ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ପାଇଁ ଏହି କୃଷକମେଳାରେ କୃଷକମାନଙ୍କୁ ଆହ୍ୱାନ ଦିଆଯାଇଥିଲା । ଜିଲାର ପ୍ରାୟ ୧୦୦୦ଚାଷିଙ୍କୁ ନେଇ ଏହି ମେଳା ଆୟୋଜନ ହୋଇଥିବା ବେଳେ ବୈଜ୍ଞାନିକ ଓ ଚାଷିଙ୍କ ମଧ୍ୟରେ ପ୍ରତ୍ୟକ୍ଷ ବାର୍ତ୍ତାଳପ ହୋଇଥିଲା । ଏହି ମେଳାରେ ସମନ୍ୱିତ କୃଷି ଯୋଜନା ପ୍ରାକୃତିକ ଉତ୍ପାଦନର ସଦବିନିଯୋଗ, ଉନ୍ନତ କୃଷି ଉତ୍ପାଦନ ଇତ୍ୟାଦି ବିଷୟରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ଉଦ୍ୟାନ କୃଷି, ଫୁଡ ପ୍ରୋସେସିଙ୍ଗ, ମାଛ ଚାଷ ଇତ୍ୟାଦିରେ କିପରି ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ହୋଇପାରିବ ତାହା ପ୍ରଦର୍ଶନ ହୋଇଥିଲା । ଏହି କର୍ମଶାଳା ଜିଲାର କୃଷକମାନଙ୍କ ଉପରେ ଏକ ସାକାରାତ୍ମକ ପ୍ରଭାବ ବିସ୍ତାର କରିପାରିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top