ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡା

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର କିଛି ଛାତ୍ର/ଛାତ୍ରୀଙ୍କୁ ନେଇ ମଶାଲ ଶୋଭାଯାତ୍ରା ଓ ମାରାଥନ ଦୌଡ ରାଜନଅର ପରିସରରୁ ବାହାରିଥିଲା। ବିଶ୍ୱବିଦ୍ୟାଳୟର କ୍ରିକେଟ ପଡିଆରେ ଶୋଭାଯାତ୍ରା ପହଞ୍ଚିବା ପରେ ଶୁଭାରମ୍ଭ ହୋଇଥିଲା। ଡେପୁଟି ଭାଇସ ଚାନସଲର ଡ.ସୁପ୍ରିୟା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ କରିଥିଲେ। ରେଜିଷ୍ଟାର ଡ.ଅନିତା ପାତ୍ର ବୈଷୟିକ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡ.ବିପି ମିଶ୍ର, ଡେପୁଟି ରେଜିଷ୍ଟ୍ରର ଦୁର୍ଗା ପ୍ରସାଦ ପାଢୀ ଶାନ୍ତି ଶୃଙ୍ଖଳା ରକ୍ଷା ସହ କ୍ରୀଡା ଆୟୋଜନ କରିବା ପାଇଁ ନିଜ ଅଭିଭାଷଣରେ କହିଥିଲେ। ଛାତ୍ର ଉପଦେଷ୍ଟା ଡ.ସୁଶାନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କ୍ରୀଡା ନିର୍ଦ୍ଦେଶକ ଆଇ ଗୋବିନ୍ଦରାଜୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ଉଦ୍ଘାଟନୀ କ୍ରିକେଟ ମ୍ୟାଚ ସିଭିଲ ବିଭାଗ ଏବଂ କମ୍ପୁଟର ବିଭାଗ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *