ସେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ ଓ ପୁସ୍ତକ ବଣ୍ଟନ

ତିର୍ତ୍ତୋଲ, ୫/୮ (ଓଡ଼ିଆ ପୁଅ/ଟୁକନ ସେଠୀ): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁରଠାରେ ଥିବା ଏ. ଏଫ୍. ଆଇ. ଏନ୍. ଏବଂ ଓ. ଆଇ. ଜି. ସେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଜଗନ୍ନାଥପୁର ଅଞ୍ଚଳରେ ବିଭିନ୍ନ କିସମର ବୃକ୍ଷରୋପଣ କରିବା ସହିତ ସ୍ଥାନୀୟ ବିଦ୍ୟାଳୟରେ ଷଷ୍ଟଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମୌଳିକ ଜ୍ଞାନ ବଢ଼ାଇବାପାଇଁ ପୁସ୍ତକ ବଣ୍ଟନ ଓ ଅଷ୍ଟମଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଚିଭ୍ମେଣ୍ଟ ପରୀକ୍ଷା କରାଯାଇଥିଲା। ସୁଶ୍ରୀ ସୁଭଶ୍ରୀ ସାହିତ୍ୟ ସଂଗଠନର ସଂପାଦିକା ବସନ୍ତ ମଞ୍ଜରୀ ଦାସ ବୃକ୍ଷ ଯୋଗାଇଥିବାବେଳେ ସେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀପତି ଲେଙ୍କା, ଉପଦେଷ୍ଟା ଚକ୍ରଧର ସାହୁ, ଦେବପ୍ରସାଦ ନାୟକ, ସଞ୍ଜୟ କୁମାର ମହାନ୍ତି, ସଂଗଠନର ପ୍ରତିଷ୍ଠାତା ହିମାଶୁଂ ମଲ୍ଲିକ, ଉପସଭାପତି ବିଶ୍ୱ ପଟ୍ଟନାୟକ, ସମ୍ପାଦକ ସ୍ମୃତି ସ୍ୱାଇଁ, ଅରବିନ୍ଦ ସ୍ୱାଇଁ, କୋଷାଧ୍ୟକ୍ଷ ତୁଷାର ମହାନ୍ତି, ଜ୍ଞାନ ଦାଶ, ବିଶ୍ୱ ରଞ୍ଜନ ଜେନା, ସୋମ୍ୟ ମହାନ୍ତି, ରାଜେନ୍ଦ୍ର ନାୟକ, ସାରଦା ନାୟକ, ଶକ୍ତି ଜେନା, ସୋମନାଥ ସାହୁ ପ୍ରମୁଖ ସାମିଲ ହୋଇଥିଲା।

Leave a Reply

Your email address will not be published. Required fields are marked *