ଜିଲ୍ଲା ପରିକ୍ରମା

ସେକ୍ଟର-୨୨ ହସ୍ପିଟାଲରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା ୨୭-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦକ୍ଷିଣ ରାଉରକେଲା ସାରନଗରୀ ସ୍ଥିତ ସେକ୍ଟର ୨୨ ସେଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ହସ୍ପିଟାଲର ଡାକ୍ତର ଇନ୍ଦ୍ରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିଲା ବର୍ଷା ରୁତୁରେ ଦେଖାଯାଉଥିବା ବିଭିନ୍ନ ରୋଗ ଯେପରି ଡାଇରିଆ, ଗ୍ୟାଷ୍ଟିକ, ହଇଜା, କାମଳ ରୋଗ, ଚିକେନଗୁନିଆ, ଭୂତାଣୁ ଜ୍ୱର ତଥା ଅନ୍ୟ ଜଳବାହିତ ସଂକ୍ରମଣ ଯୋଗୁ ବ୍ୟାପୁଥିବା ରୋଗ ଗୁଡ଼ିକ ଉପରେ ଆଲୋଚନା କରାଯାଇ ଏହାର ଲକ୍ଷଣ ଓ ପ୍ରତିକାର ସମ୍ବନ୍ଧରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। ଡ଼ାକ୍ତର ରାହାସ ବିହାରୀ ମହାପାତ୍ର ମୁଖ୍ୟ ବକ୍ତା ଭାବରେ ଏହି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ରୋଗର ପ୍ରତିକାର କିପରି କରାଯାଇପାରିବ ସେ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମାଇ ସୋରେନ, କ୍ଷୀରୋଦ ପଶାୟତ, ସି.ଆର.ନନ୍ଦ, ଅରୁଣ କୁମାର ପରିଡ଼ା, ଗୈରାଙ୍ଗ ଦାସ, ମୂରଲୀ ଗୈାଡ଼ ପ୍ରମୁଖ ଉପସ୍ଥିତ ଥିଲୋ ହସ୍ପିଟାଲର ସେବିକା ସିଷ୍ଟର ରାଉତ ହସ୍ପିଟାଲର କର୍ମଚାରୀଙ୍କ ସମେତ ଅଂଚଳର ବହୁ ସାମାଜିକ ଅନୁଷ୍ଠାନ, ଅଙ୍ଗନବାଡ଼ି କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top