ଜିଲ୍ଲା ପରିକ୍ରମା

ସେଇଠୁ ଆରମ୍ଭ ର ପଞ୍ଚମ ପାଠକ ସମାବେଶ

ଭଦ୍ରକ,୯ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଦୈନିକ ଖବର କାଗଜ ସେଇଠୁ ଆରମ୍ଭର ପଞ୍ଚମ ପାଠକ ସମାବେଶ ଓ ପ୍ରତିଭା ସମ୍ବର୍ଦ୍ଧନା ସ୍ଥାନୀୟ ସଂସ୍କୃତି ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମାକ୍ରୋୱେବ ଟେକ୍ନୋଲୋଜି ସହଭାଗିତାରେ ହୋଇଥିବା ଏହି ସମାବେଶରେ ସଂପାଦକ ଶୁଭେନ୍ଦୁ ଦାସ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ବିଶିଷ୍ଟ ଅତିଥି ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ମୁଖ୍ୟବକ୍ତା ପ୍ରାଧ୍ୟାପକ ଡ଼ ଶଶଧର ଦାଶ, ବରେଣ୍ୟ ଅତିଥି ଭାବେ ପ୍ରାକ୍ତନ ବିଧାୟକ ବିଷ୍ଣୁ ସେଠୀ, ସମ୍ଭକାର ଅଭୟ ଦ୍ୱିବେଦୀ, ଯୁବ ଶିଳ୍ପଦ୍ୟୋଗୀ ସଂଜୀବ କୁମାର ମଲ୍ଲିକ, ରୋଟାରିଆନ ଅତିସ କୁମାର ବେହେରା ପ୍ରମୁଖ ଯୋଗଦାନ କରି ସଂଘୀୟ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ନୟ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଇଚ୍ଛାଶକ୍ତି ଦ୍ୱାରା ଭଦ୍ରକର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ମଞ୍ଚ ନିମନ୍ତ୍ରଣ ପ୍ରଧାନ ଶିକ୍ଷକ ଗିରୀଶ ବିହାରୀ ମିଶ୍ର, ଅତିଥି  ପରିଚୟ ସାହିତି୍ୟକ ପ୍ରଫୁଲ୍ଲ ପଣ୍ଡା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ  ଜିଲ୍ଲା ପ୍ରତିନିଧି ସୌମିତ୍ର ସିକଦାର । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ମନୋଜ କୁମାର ରାୟ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top