ଓଡ଼ିଶା

ସେଂଚୁରିଆନ ବିଶ୍ୱବିଦ୍ୟାଳୟରେ ସ୍କିଲ କନକ୍ଲେଭର ଉଦଯାପିତ ସାରା ବିଶ୍ୱର ପୂର୍ବ ଭାଗର ଅର୍ଥନୈତିକ ଗତିବିଧିର ପ୍ରାଣ କେନ୍ଦ୍ର ହେବାର ସ୍ୱାଭାବିକ ସ୍ଥାନ ଓଡିଶା – ଧର୍ମେନ୍ଦ୍ର ପ୍ରଧାନ

– ପୂର୍ବ ଭାରତ ସମେତ ନେପାଳ, ଭୂଟାନ, ବଙ୍ଗଳାଦେଶ ଓ ଶ୍ରୀଲଂକା ଆଦି ଏସୀୟ ଦେଶ ମାନଙ୍କରେ ବିଶ୍ୱ ଜନସଂଖ୍ୟାର ଦଶ ପ୍ରତିଶତ ଲୋକଙ୍କ ସମସ୍ୟା ପ୍ରାୟତଃ ଗୋଟିଏ ପ୍ରକାରର
– ଓଡିଶାରେ ୨ ହଜାର କୋଟି ଟଙ୍କା ପୁଂଜି ନିବେଶରେ ଦକ୍ଷତା ବିକାଶର ଭିତିଭୂମି ତିଆରି ହେଉଛି
– ଏକ ବିଂଶ ଶତାବ୍ଦୀର ୧୮ ବର୍ଷ ପୂରି ସାରିଛି, ଆଉ ୧୮ ବର୍ଷ ପରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଶହେ ବର୍ଷ ପୂର୍ତି ସୁଦ୍ଧା ଆଗାମୀ ୨ ଶହ ବର୍ଷ ଓଡିଶା ବିକାଶର ମୁଳଦୂଆ ଦେବାର ଏହା ସଠିକ ସମୟ

ଭୁବନେଶ୍ୱର, ୦୭ ମଇ (ଓଡ଼ିଆ ପୁଅ) – ସାରା ବିଶ୍ୱର ପୂର୍ବ ଭାଗର ଅର୍ଥନୈତିକ ଗତିବିଧିର ପ୍ରାଣ କେନ୍ଦ୍ର ହେବାର ସ୍ୱାଭାବିକ ସ୍ଥାନ ଓଡିଶା ଓ ଭୁବନେଶ୍ୱର ବୋଲି ସ୍କିଲ କନକ୍ଲେଭର ଦ୍ୱିତୀୟ ଦିନରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଓ ଅଂଶଗ୍ରହଣକାରୀ ମାନଙ୍କୁ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଜଟଣୀ ସ୍ଥିତ ସେଂଚୁରିଆନ ବିଶ୍ୱବିଦ୍ୟାଳୟରେ ସ୍କିଲ କନକ୍ଲେଭର ଶେଷ ଦିନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବ ଉତର ପ୍ରଦେଶରୁ ନେଇ ବିହାର, ଝାଡଖଣ୍ଡ, ଛତିଶଗଡ, ଓଡିଶା, ପଶ୍ଚିମବଙ୍ଗ, ଆସାମ ଓ ଉତର ପୂର୍ବ ରାଜ୍ୟ ସମେତ ନେପାଳ, ଭୂଟାନ, ବଙ୍ଗଳାଦେଶ ଓ ଶ୍ରୀଲଂକା ଆଦି ଏସୀୟ ଦେଶ ସମୂହରେ ୭୦ କୋଟି ଲୋକ ରହୁଛନ୍ତି। ପୂର୍ବ ଭାରତ ସମେତ ଏହି ରାଷ୍ଟ୍ର ଗୁଡିକର ଜନତାଙ୍କର ଆର୍ଥିକ ସ୍ଥିତି ସେତେ ଉନ୍ନତ ମାନର ନୁହେଁ। ବିଶ୍ୱର ୭ ଶହ କୋଟି ଜନତାର ଦଶ ଭାଗ ରହୁଥିବା ଏହି ବିଶ୍ୱର ପୂର୍ବ ଭାଗରେ ରହୁଥିବା ଦେଶ ମାନଙ୍କର ବିକାଶର ପ୍ରାଣ କେନ୍ଦ୍ର ଓଡିଶା ଓ ଭୁବନେଶ୍ୱର ହୋଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱରକୁ କେନ୍ଦ୍ର କରି ଗଢି ଉଠୁଥିବା ଭାରତୀୟ ତୈଳ ନିଗମ ଓ ତୈଳ ଶିଳ୍ପ ଦ୍ୱାରା ପ୍ରତିଷ୍ଠିତ ହେଉଥିବା ସ୍କିଲ ଡେଭଲପମେଂଟ ଇନଷ୍ଟିଚ୍ୟୁଟ ହେଉ ଅଥବା ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦ୍ୱାରା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସ୍କିଲ ବା ପୂର୍ବରୁ ଥିବା ସିପେଟ ବା ସେଂଟ୍ରାଲ ଟୁଲ ରୁମ ଦକ୍ଷତା ବିକାଶ କ୍ଷେତ୍ରରେ ଓଡିଶାରେ ୨ ହଜାର କୋଟିର ପୁଂଜି ନିବେଶ କରାଯାଉଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଦୁଇ ଦିନର ଆଲୋଚନାର ବିଷୟକୁ ଆଗାମୀ ମାସେ ଦେଢ ମାସ ମଧ୍ୟରେ ନୀତି ଆୟୋଗ ସହ ସ୍କିଲ ମନ୍ତ୍ରଣାଳୟର ବିଧିବଦ୍ଧ ଆଲୋଚନା କରା ଯିବ। ପରେ ଜୁନ ମାସ ଶେଷ ସୁଦ୍ଧା ଓଡିଶାରେ ସ୍କିଲ ରୋଡ ମ୍ୟାପକୁ ବିଧିବଦ୍ଧ ଭାବେ ପ୍ରସ୍ତୁତ କରା ଯାଇ କ୍ରିୟାନ୍ୱୟନ କରା ଯିବ। ଦେଶର ଉଚ୍ଚାଭିଳାଷୀ ଯୋଜନା ସହ ଓଡିଶାକୁ ଯୋଜନାବଦ୍ଧ ଭାବେ ସାମିଲ କଲେ ହିଁ ରାଜ୍ୟର ସାଧାରଣ ଜନତା ଏହାର ଲାଭ ନେଇ ପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତିା

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କନକ୍ଲେଭ ସ୍ଥାନରେ ୨ ଶହ ବର୍ଷ ପୂର୍ବେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ନାଁରେ ଲଢା ଯାଇଥିଲା। ଏକବିଂଶ ଶତାବ୍ଦୀର ଆମେ ପ୍ରଥମ ୧୮ ବର୍ଷ ପାର କରି ସାରିଛେ। ଆଉ ୧୮ ବର୍ଷ ପରେ ୨୦୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତି ହେବ। ୨୦୩୬ ମସିହା ସୁଦ୍ଧା ଆଉ ୨ ଶହ ବର୍ଷ ପାଇଁ ଓଡିଶାର ଭବିଷ୍ୟତ ନିର୍ମାଣର ଭିତିଭୂମି ଦେବାର ଏହା ପ୍ରକୃଷ୍ଟ ସମୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top