ଜିଲ୍ଲା ପରିକ୍ରମା

ସୃଜନୀ ସାହିତ୍ୟ ସଂସଦ ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ

ରାଉରକେଲା ୧୮-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ପୁରାତନ ତଥା ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ସୃଜନୀ ସାହିତ୍ୟ ସଂସଦ ସାରନଗରୀ କାର୍ଯ୍ୟାଳୟ ଠାରେ ଓଡ଼ିଆ ନବବର୍ଷ ପାଳିତ ହୋଇ ଯାଇଛି। ଏହି ଅବସରରେ ଏକ ଆଲୋଚନାଚକ୍ର, କବିତା ପାଠୋତ୍ସବ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ ସାହିତ୍ୟ ଆସରରେ ଅଧ୍ୟାପକ ଜ୍ୟୋସ୍ନା ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ। ସାଧାରଣ ସମ୍ପାଦକ ରବୀନ୍ଦ୍ର ବେହୁରିଆ ପବର୍ଷର ଅଭିନନ୍ଦନ ସମସ୍ତଙ୍କୁ ଜଣାଇଥିଲେ। ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଡା. ରାହାସ ବିହାରି ମହାପାତ୍ର, ଡା. ମଂଜୁଶର୍ମା ମହାପାତ୍ର, ସମାଇ ସୋରେନ, ଶଚ୍ଚିନ୍ଦ୍ର ସ୍ୱାଇଁ, ରମେଶ ଚନ୍ଦ୍ର ରଥ, କବି ବିଚିତ୍ରାନନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ଅତିଥିମାନେ ପୁଷ୍ପ ଅର୍ପଣ କରି ସମସ୍ତଙ୍କର ମଙ୍ଗଳାକାମନା କରିଥିଲେ। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଉପରେ ଆଲୋକପାତ କରାଯାଇଥିଲା ପାଶ୍ଚାତ୍ୟ ସଂସ୍କୃତିା ଅନୁକରଣ ନକରି ଓଡ଼ିଆ ଭାଷା ସଂସ୍କୃତିର ରକ୍ଷା ଲାଗି ମତବ୍ୟକ୍ତ କରାଯାଇଥିଲା। ଓଡ଼ିଆ ନବବର୍ଷ ପାଳନ ଅବସରରେ ଓଡ଼ିଆରେ ଚିଠିପତ୍ର ଲେଖିବା, ନିମନ୍ତ୍ରଣପତ୍ର ଛାପିବା, ନାମଫଳକ ଓ ଗାଡ଼ି ମାନଙ୍କରେ ନମ୍ବର ଓଡ଼ିଆରେ ଲେଖିବାକୁ ଆହ୍ୱାନ ଦିଆଯାଇଥିଲା। ଉକ୍ତ ଆଲୋଚନାଚକ୍ରରେ ସମ୍ପତି ପାତ୍ର, କୁଳମଣି ସୂତାର, ରବୀନ୍ଦ୍ର ପାତ୍ର, ବ୍ରଜକିଶୋର ରାଉତ, କୈଳାସ ମହାକୁଡ଼, ବିଚିତ୍ରାନନ୍ଦ ମହାନ୍ତି, ଯତୀନ୍ଦ୍ର ବାରିକ, ଆଦିତ୍ୟ ବେହେରା, ଲକ୍ଷ୍ମୀପ୍ରିୟା ମହାପାତ୍ର, ଜୟପ୍ରକାଶ ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତିୟ ପର୍ଯ୍ୟାୟରେ ବିଜୟ ମିଶ୍ର, ଓ ବିଷ୍ଣୁ ଚରଣ ସାମଲଙ୍କ ସଂଯୋଜନାରେ କବି ଆରତୀ ବେହେରା, ବାସନ୍ତୀ ମହାନ୍ତି, ଲକ୍ଷ୍ମୀଧର ସ୍ୱାଇଁ, ଜାନକୀ ସାହୁ, ଲୀଳାବତୀ ମହାପାତ୍ର, ହରପ୍ରିୟା ପରିଡ଼ା, ବଂଶୀଧର ପାତ୍ର, ଆଦିତ୍ୟ କୁମାର ଷଡଙ୍ଗୀ ପ୍ରମୁଖ ନବବର୍ଷକୁ ଆହ୍ୱାନ କରି ସ୍ୱରଚିତ କବିତା ପାଠ କରିଥିଲେ। ପରିଶେଷରେ କବି ବିଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top