ସୃଜନୀ ସାହିତ୍ୟ ସଂସଦର ଶୀତ ସାହିତ୍ୟ ଆଶର

ପୁରୀ;୧୦/୧୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶରଧାବାଲି ସ୍ଥିତ ରାଣୀ ଶକ୍ତି ଭବନ ପରିସରରେ ସୃଜନୀ ସାହିତ୍ୟ ସଂସଦ ପକ୍ଷରୁ ଶୀତ ସାହିତ୍ୟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଉପନଗରପାଳିକା ଶାନ୍ତିଲତା ପ୍ରଧାନ, ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅନୁଷ୍ଠାନକୁ ଉଦ୍ଘାଟନ କରିଥିଲେ। ସଂସଦର ସଭାପତି ଅନାମ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବରେ କବି ବିଜୟଲକ୍ଷ୍ମୀ ସାହୁ, ସିପନ୍ନା ପତ୍ରିକାର ସମ୍ପାଦକ ଉମାକାନ୍ତ ମହାପାତ୍ର, ମଞ୍ଚାସୀନ ଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରଫେସର ଅଦେତ ଚରଣ ଧଳ ଯୋଗଦେଇ କହିଲେ ଯେ ସମାଜ ଓ ମଣିଷ ଜୀବନ ସାହିତ୍ୟ ଦ୍ୱାରା ଉପକୃତ ହେଉଥିବା ଯୋଗୁ ସ୍ରଷ୍ଟା ସାହିତ୍ୟ ଉପରେ ଚିରକାଳ ଆସ୍ଥା ରଖିଥାଏ। ଯେଉଁଠାରେ ବୟସ ଓ ସମୟ ହାର ମାନିଥାଏ। ଏହି ଉତ୍ସବର ଆବାହକ ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରାରମ୍ଭରେ ସଂସଦର ସମ୍ପାଦକ ପଣ୍ଡିତ ଦୟାନିଧି ପଣ୍ଡା ବେଦ ପାଠ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶିବସୁନ୍ଦର ମିଶ୍ର, ଆଇନଜୀବୀ ଅଶୋକ କୁମାର ଆଡ୍ୟ ଓ ଭାଗବତ ପ୍ରସାଦ ପଟ୍ଟନାୟକ ଉତ୍ସବକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *