ସୃଜନୀ ସାହିତ୍ୟ ସଂସଦର ବନ୍ଧୁମିଳନ ଓ କର୍ମକର୍ତା ନିର୍ବାଚନ

ରାଉରକେଲା ୮-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ସହରର ପୁରାତନ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ସୃଜନୀ ସାହିତ୍ୟ ସଂସଦ ପକ୍ଷରୁ ଦେଓଗାଁ ସ୍ଥିତ ତରକେରା ଶିବ ମନ୍ଦିର ପରିସରରେ ଅନୁଷ୍ଠାନର ବନ୍ଧୁମିଳନ ଓ କର୍ମକର୍ତା ନିର୍ବାଚନ ଆୟୋଜନ କରାଯିବା ସଙ୍ଗେସଙ୍ଗେ ଆଲୋଚନାଚକ୍ର ଓ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାରସ୍ୱତ ସମାରୋହରେ ଅଧ୍ୟାପିକା ଜ୍ୟୋସ୍ନା ଷଡ଼ଙ୍ଗୀ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ମୁଖ୍ୟବକ୍ତା, ସମ୍ମାନନୀୟ ବକ୍ତା ଭାବେ ପୂର୍ବତନ ବିଧାୟକ ରବି ଦେହୁରୀ, ଡାକ୍ତର ରାହାସ ବିହାରୀ ମହାପାତ୍ର, ଶିକ୍ଷାବିତ ଡୁଲମଣି ପଟେଲ, ବିଚିତ୍ରାନନ୍ଦ ସାହୁ, ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ରବୀନ୍ଦ୍ର ବେହୁରିଆ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ, ବିଷୟବସ୍ତୁ ଉଥାପନ କରିଥିଲେ। ସହିଦ ପ୍ରଦୀପ ପଣ୍ଡା, ନାଟ୍ୟକାର ଅନନ୍ତ ଓଝା ଓ ସମାଜସେବୀ ସ୍ୱର୍ଗତ କ୍ଷୀରୋଦ ଚନ୍ଦ୍ର ଦାଶଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ସଂକ୍ଷିପ୍ତ ଜୀବନୀ ଉପରେ ଆଲୋଚନା କରାଯାଇଥିଲା। ଏତଦବ୍ୟତୀତ ବରିଷ୍ଠ ନାଗରିକ ତଥା ସମାଜସେବୀ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଓଡ଼ିଆ ସାହିତ୍ୟର ଆଧ୍ୟାତ୍ମିକତା ସମ୍ପର୍କରେ ଆଲୋଚନାଚକ୍ରରେ ଅତିଥିମାନେ ବିସୃତ ଆଲୋଚନା କରିଥିଲେ। ଉକ୍ତ ଆଲୋଚନାରେ ସୁଧାଂଶୁ ଅଶୋକ, ରମେଶ ଚନ୍ଦ୍ର ରଥ, ବଳରାମ ବେହୁରିଆ, ବସନ୍ତ ଜେନା, ଲିଲି ବିଶ୍ୱାଳ, ଲକ୍ଷ୍ମୀ ହାସଁଦା, ବ୍ରଜ କିଶୋର ରାଉତ, ସମ୍ପତି ପାତ୍ର, ଯତୀସ ଚନ୍ଦ୍ର ବାରିକ, କୈଳାସ ମହାକୁଡ଼, ଧନେଶ୍ୱର ସାହୁ, ହରିହର ବେହେରା, ସୁକାନ୍ତି ସିଂ, ସୂର୍ଯ୍ୟମଣି ସାମଲ, ତରୁଲତା ବିଶ୍ୱାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ନୂତନ କର୍ମକର୍ତା ନିର୍ବାଚିତ କରାଯାଇଥିଲା। ସଭାପତି ଭାବେ ଜ୍ୟୋସ୍ନା ଷଡଙ୍ଗୀ, କାର୍ଯ୍ୟକାରୀ ସଭାପତି ଭାବେ ରାମଚନ୍ଦ୍ର ସାହୁ, ଉପସଭାପତି ଲିଳାବତୀ ମହାପାତ୍ର, ବାସନ୍ତୀ ମହାନ୍ତି, ତରୁଲତା ବିଶ୍ୱାଳ, ସାଧାରଣ ସମ୍ପାଦକ(ପ୍ରଶାସନ ଓ ଲୋକ ସମ୍ପର୍କ) ରବୀନ୍ଦ୍ର ବେହୁରିଆ, ସମ୍ପାଦକ (ସଙ୍ଗଠନ) ଲକ୍ଷ୍ମୀଧର ସ୍ୱାଇଁ, ଶଚ୍ଚୀନ୍ଦ୍ର କୁମାର ସ୍ୱାଇଁ(ପତିକ୍ରା), ଆଦିତ୍ୟ କୁମାର ଷଡ଼ଙ୍ଗୀ(ଲାଇବ୍ରେରୀ), ହରପ୍ରୀୟା ପରିଡ଼ା(ଅର୍ଥ), କୋଷାଧ୍ୟକ୍ଷ ଭାବେ ଆରତୀ ବେହେରା, ଲକ୍ଷ୍ମୀ ପଣ୍ଡା, ବିଜୟ ମିଶ୍ର, ବିଷ୍ଣୁ ଚରଣ ସାମଲ, ବସନ୍ତ କୁମାର ଜେନା କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ବେଳେ, ଉପଦେଷ୍ଟା କମିଟିରେ ରବି ଦେହୁରୀ, ରମେଶ ଚନ୍ଦ୍ର ରଥ, ଡୁଲମଣି ପଟେଲ, ଅମରେନ୍ଦ୍ର ପ୍ରସାଦ ସାହୁ, କୁଂଜ କିଶୋର ସିଂ, ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ବିଚିତ୍ରାନନ୍ଦ ଦାସ ଓ ଗୋପିନାଥ ଦାସ ମନୋନୀତ ହୋଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ କବି ଭୋଳେଶ୍ୱର ବେହେରା ଓ ନିର୍ମଳା ମହାପାତ୍ର ସଭାପତି ଓ ଅତିଥି ଭାବେ ଯୋଗ ଦେଇଥିଲେ। କବି ତ୍ରିଲୋଚନ ସ୍ୱାଇଁ, କବି ଉର୍ବଶୀ ଦାଶଙ୍କ ସଂଯୋଜନାରେ କବିତା ପାଠ ଉତ୍ସବର ଆୟୋଜନ କରାଯାଇଥିଲା। ହରପ୍ରୀୟା ପରିଡ଼ା, ବାସନ୍ତୀ ମହାନ୍ତି, ସୁଶାନ୍ତ ନାୟକ, ସନ୍ତୋଷ ରଥ, ପୁଷ୍ପଲତା ପଟେଲ, ମଦନମୋହନ ପରିଡ଼ା, ବିଷ୍ଣୁଚରଣ ସାମଲ, ଲକ୍ଷ୍ମୀଧର ସ୍ୱାଇଁ, ଆଦିତ୍ୟ କୁମାର ଷଡ଼ଙ୍ଗୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ସଂଜୟ ବଳ, ବିଦୁରଂଜନ ସାହୁ, ଲକ୍ଷ୍ମୀପ୍ରିୟା ବେହେରା, ସ୍ୱେଚ୍ଛାସେବୀ ସଙ୍ଗଠନ ଡି୍ରମ ଟିମ୍ ଉକ୍ତ କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ମଂଜୁ ଶର୍ମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *