ଜିଲ୍ଲା ପରିକ୍ରମା

ସୃଜନୀ ସାହିତ୍ୟ ସଂସଦର ଆଲୋଚନା ଚକ୍ର ଓ କବିତା ପାଠ

ରାଉରକେଲା ୧୯-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ସାରନଗରୀର ପୁରାତନ ତଥା ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ସୃଜନୀ ସାହିତ୍ୟ ସଂସଦ ପକ୍ଷରୁ ଏହାର କାର୍ଯ୍ୟାଳୟ ଠାରେ ଏକ ଆଲୋଚନାଚକ୍ର ଓ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଆଲୋଚନାଚକ୍ରରେ ଗାଳ୍ପିକା ଲିଳାବତୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଓ ସମ୍ମାନୀୟ ଅତିଥି ଭାବେ ଡା. ରାହାସ ବିହାରୀ ମହାପାତ୍ର, ଶଚୀନ୍ଦ୍ର ସ୍ୱାଇଁ, ରମେଶ ଚନ୍ଦ୍ର ରଥ ଓ କବି ବିଚିତ୍ରାନନ୍ଦ ଦାସ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସାଧାରଣ ସଂପାଦକ ରବୀନ୍ଦ୍ର ବେହୁରିଆ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ ଆଲୋଚନାର ବିଷୟ ବସ୍ତୁ ଉଥାପନ କରିଥିଲେ। ସ୍ୱର୍ଗତଃ ମୂରଲୀଧର ପରିଜା, ଡାକ୍ତର କେ.କେ. ରାଓ ଓ ପୂର୍ବତନ ବିଧାୟକ ବ୍ରଜ କିଶୋର ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକଟ କରାଯାଇ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ‘ସାହିତ୍ୟରେ ଧର୍ମ ଓ ସଂସ୍କୃତି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନାରେ ରମେଶ ଚନ୍ଦ୍ର ରଥ, ବିଚିତ୍ରାନନ୍ଦ ଦାସ, ରବୀନ୍ଦ୍ର ନାଥ ମହାପାତ୍ର, ଗୋବିନ୍ଦ ରାଉତରାୟ, କୁନ୍ତଳା ବେହେରା ଓ ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ସୂଚିସ୍ମିତା ପଣ୍ଡା ଓ ଏବଂ ହରପ୍ରିୟା ପରିଡ଼ାଙ୍କ ସଂଯୋଜନାରେ କବିତା ପାଠ ଆୟୋଜନ କରାଯାଇଥିଲା। ଜାନକୀ ସାହୁ, ଲକ୍ଷ୍ମୀ ପଣ୍ଡା, ବ୍ରଜ କିଶୋର ରାଉତ, ଆରତୀ ବେହେରା, ଲିଳାବତୀ ମହାପାତ୍ର, ସୂଚିସ୍ମିତା ପଣ୍ଡା, ଶଚୀନ୍ଦ୍ର ସ୍ୱାଇଁ, ରବୀନ୍ଦ୍ର ବେହୁରିଆ, ବିଚିତ୍ରାନନ୍ଦ ଦାସ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସୂଚିସ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top