ଜିଲ୍ଲା ପରିକ୍ରମା

ସୂର୍ଯ୍ୟଶିକ୍ଷା କ୍ଳବ୍ ର ୩୧ତମ ବାର୍ଷିକ ଉତ୍ସବ ପାଳିତ ମାସରେ ଥରେ ବରିଷ୍ଠ ନାଗରିକଙ୍କୁ ମାଗଣା ଚିକିତ୍ସା

ଭଦ୍ରକ, ୨୯ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ପ୍ରତିବର୍ଷ ପରି ଅପରତ୍ତିବିନ୍ଧାସ୍ଥିତ ସୂର୍ଯ୍ୟଶିକ୍ଷା କ୍ଲବ୍ର ୩୧ତମ ବାର୍ଷିକ ଉତ୍ସବ ସତ୍ୟସାଇ ବିଦ୍ୟାବିହାର ସ୍କୁଲ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି। କ୍ଲବ୍ର ସମ୍ପାଦକ ପ୍ରଦିପ ମଲ୍ଲିକ (ଟୁଲୁ)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସତ୍ୟସାଇ ସେବା ସଂଗଠନ ଭଦ୍ରକ ଜିଲ୍ଲା ସଭାପତି ଇଂ ସନାତନ ପାତ୍ର,  ମୁଖ୍ୟବକ୍ତା ଭାବେ ଅମୃତ ଦର୍ଶନର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ କ୍ଲବ୍ର ଉପସଭାପତି ଶୁଭ୍ରାଂଶୁ ଭୁଷଣ ଦାସ, ୧୪ନଂ ୱାର୍ଡ଼ର କାଉସିଲର ଅତୁଲ୍ୟ ନାୟକ, କ୍ରୀଡ଼ା ସମ୍ପାଦକ ବଳରାମ ଦାସ, କୋଷାଧ୍ୟକ୍ଷ ମହେନ୍ଦ୍ର ନାୟକ, ପ୍ରମୁଖ ଯୋଗଦେଇ ବାର୍ଷିକ ଉତ୍ସବର ମହତ୍ୱ ସମ୍ପର୍କରେ ନିଜର ମତ ପ୍ରକାଶ କରିଥିଲେ। ଏହି ଅବସରରେ ୧୭ଟି ସ୍କୁଲର ୨ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ରାଙ୍କନ, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ ସୂର୍ଯ୍ୟଶିକ୍ଷା କ୍ଲବ ପକ୍ଷରୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ବରିଷ୍ଠ ନାଗରୀକ ମାନଙ୍କୁ ମାସର ଶେଷ ରବିବାର ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯିବ ବୋଲି କ୍ଲବ ପକ୍ଷରୁ ସମ୍ପାଦକ ଶ୍ରୀ ମଲ୍ଲିକ ଏହି ଅବସରରେ ଘୋଷଣା କରିଛନ୍ତି। ଡ଼ାଇମଣ୍ଡ ଡ଼୍ୟାନ୍ସ ଗୃପ ପକ୍ଷରୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କ ମନମୁଗ୍ଧ କରିଥିଲା। ମନୋଜ କୁମାର ନାୟକ, ଅମୁଲ୍ୟ ନାୟକ, ଦେବଦତ୍ତ ଷଢଙ୍ଗୀ, ଦେବଜା ନାରାୟଣ ପ୍ରମୁଖ ମଞ୍ଚ ପରିଚାଳନା କରିଥିବା ବେଳେ ଲକ୍ଷ୍ମୀଧର ସାହୁ, ସମରେନ୍ଦ୍ର ଘୋଷ, ମନୋରଂଜନ ନାୟକ, ସମ୍ଭୁନାଥ ଜେନା, ଯତୀନ୍ଦ୍ର ନାୟକ, ସୁନିଲ ଜେନା, ଅମରେନ୍ଦ୍ର ଘୋଷ, ଅଜିତ ନାୟକ, ପ୍ରତାପ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଶେଷରେ କାଉସିଲର ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top