ସୂରଜଲାଲ ସାମଲ ବିଜେପି ଜିଲା ସଂପାଦକ ନିଯୁକ୍ତ

ଯାଜପୁର-୨୧/୭(ଓଡିଆ ପୁଅ/ଏ.ରାଉତ) ପ୍ରାକ୍ତନ ଜିଲା ବିଜେପି ଯୁବମୋର୍ଚ୍ଚା ସଭାପତି ସୂରଜଲାଲ ସାମଲ ଜିଲା ବିଜେପି ସଂପାଦକ ନିଯୁକ୍ତ ହୋଇଛନ୍ତି। ନୂତନ ଭାବେ ଗଠିତ ଜିଲା କମିଟିରେ ଶ୍ରୀ ସାମଲ ସ୍ଥାନ ପାଇଥିଲାବେଳେ ଏହାକୁ ନେଇ ଜିଲା ବିଜେପିରେ ଆନନ୍ଦ ପ୍ରକାଶ ପାଇଛି। ଶ୍ରୀ ସାମଲ ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଜିଲା ଯୁବମୋର୍ଚ୍ଚାର ସଭାପତି ଭାବେ ଦୁଇଥର କାର୍ଯ୍ୟ କରିଥିଲେ। ନିଜ ସାଂଗଠନିକ ଦକ୍ଷତା ପାଇଁ ଜିଲାରେ ପରିଚିତ ଶ୍ରୀ ସାମଲ ନୂତନ ନିଯୁକ୍ତି ପରେ ଖୁସି ଜାହିର କରିବା ସହିତ ଆଗାମି ଦିନରେ ଜିଲାରେ ବିଜେପିକୁ ସଂଗଠିତ କରିବାର ଉଦ୍ୟମ କରିବେ ବୋଲି କହିଛନ୍ତି। ଦଳତରେ ସାଂଗଠନିକ କାର୍ଯ୍ୟ କରିବାକୁ ଦଳ ତରଫରୁ ତାଙ୍କୁ ନିଯୁକ୍ତି ଦେଇଥିବାରୁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ଜିଲା ବିଜେପି ସଭାପତି ଗୈାତମ ରାୟଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *