ସୂଜାନଗର ନେତାଜୀ ମଡେଲ ଉ.ପ୍ରା.ସ୍କୁଲର ୨୫ତମ ପ୍ରତିଷ୍ଠା ଦିବସ

କେନ୍ଦ୍ରାପଡା ୨୩/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସୂଜାନଗର ନେତାଜୀ ମଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ଓ ୧୨୧ତମ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଦ୍ୟାଳୟ ପରିସରରେ ସ୍ୱାଧୀନତା ସଂଗ୍ରାମୀ ନକୁଳ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ଗୁଲନଗର ପଂଚାୟତ ସରପଂଚ ପୀତବାସ ବେହେରା,ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା,ସରକାରୀ ଓକିଲ ସଞ୍ଜୟ କୁମାର ଜେନା,ଆଇନଜିବୀ ପ୍ରଦୀପ କୁମାର ଦାଶ,ରବିନ୍ଦ୍ର ନାଥ ରଥ,ନରେନ୍ଦ୍ର ନାୟକ,କୃଷ୍ଣ ଚନ୍ଦ୍ର ମହାରଣା,ଗଗନମୋହନ ସାହୁ,ମରୁତ କୁମାର ସ୍ୱାଇଁ,ତୁଷାର ଘୋଷ,ମନ୍ଦର ଧର ରଥ,ଧରଣୀଧର ସାହୁ,ଗୋପାଳକୃଷ୍ଣ ଜେନା,କୈଳାଶ ଚନ୍ଦ୍ର ମହାନ୍ତି,ସେକ ପିର ମହମ୍ମଦ,ରବିନ୍ଦ୍ର କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନେତାଜୀ ସୁବାଷ ବୋଷଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିବା ସହିତ ମହାତ୍ମାଗାନ୍ଧୀଙ୍କୁ ଜାତିର ଜନକ ଭାବେ ସୁବାଷ ବୋଷ ହିଁ ପ୍ରଥମେ ରେଡିଓ ଯୋଗେ ଜନକ ଆଖ୍ୟା ପ୍ରଦାନ କରିଥିଲେ ବୋଲି ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୀତି,ନିୟମ ନିଷ୍ଠାର ସହିତ ଶିକ୍ଷାଲାଭ କଲେ ସେମାନେ ଜୀବନରେ ଜଣେ ଜଣେ ସଫଳ ମଣିଷ ହୋଇପାରିବେ ବୋଲି ବକ୍ତାମାନେ କହିଥିଲେ । ଏଥି ସହିତ ବିଦ୍ୟାଳୟ ଶ୍ରେଣୀ ଗୃହର ଅବସ୍ଥା ଅତ୍ୟନ୍ତ ସୋଚନୀୟ ହୋଇପଡି ଥିବାରୁ ଏସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ । ଏହି ଏସôବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *