ଓଡ଼ିଶା

ସୂଚନା ସେବା ସଂଘ ପକ୍ଷରୁ “ସମ୍ବିତ ଶ୍ରଦ୍ଧାଞ୍ଜଳି’ କାର୍ଯ୍ୟକ୍ରମ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ହେଲୋ ଆର୍ସି’ ପ୍ରଦର୍ଶିତ

ଭୁବନେଶ୍ୱର, ତା ୦୪/୦୭/୨୦୧୮ (ଓଡ଼ିଆ ପୁଅ), ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର “ହେଲୋ ଆର୍ସି’ର ନିର୍ଦ୍ଦେଶକ ତଥା ସଂଳାପ ଲେଖକ ସ୍ୱର୍ଗତ ସମ୍ବିତ ମହାନ୍ତିଙ୍କ ଜନ୍ମତିଥିରେ “ସମ୍ବିତ ଶ୍ରଦ୍ଧାଞ୍ଜଳି’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛିା ସୂଚନା ଓ ଲୋକସଂପର୍କ ବିଭାଗରେ କାର୍ଯ୍ୟ କରୁଥିବା ସମୟରେ ପରଲୋକ ଗମନ କରିଥିବା ସମ୍ବିତ ମହାନ୍ତିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର “ହେଲୋ ଆର୍ସି’ରେ ତାଙ୍କ ସୃଜନଶୀଳ ପ୍ରତିଭା ପ୍ରମାଣିତ ହୋଇଛି ବୋଲି ଅତିଥିମାନେ କାର୍ଯ୍ୟକ୍ରମରେ ଯୋଗଦେଇ ମତ ଦେଇଥିଲ।

ଓଡ଼ିଶା ସୂଚନା ସେବା ସଂଘ ଆନୁକୂଲ୍ୟରେ ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତ ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ ସମ୍ବିତ ତାଙ୍କ ପ୍ରତିଭାର କୀର୍ତ୍ତିସ୍ତମ୍ଭ ସ୍ଥାପନ କରି ଓଡ଼ିଶାବାସୀଙ୍କ ହୃଦୟରେ ସ୍ମରଣୀୟ ସ୍ଥାନ ହାସଲ କରିଛନ୍ତିା ସେ ନିର୍ଦ୍ଦେଶନା ଦେଇଥିବା ଓ ସଂଳାପ ରଚନା କରିଥିବା “ହେଲୋ ଆର୍ସି’ ଜାତୀୟସ୍ତରରେ ପୁରସ୍କୃତ ହେବ। ସହିତ ଶ୍ରେଷ୍ଠ ସଂଳାପ ଲେଖକ ଓ ନିର୍ଦ୍ଦେଶକ ଭାବରେ ସେ ସମ୍ମାନିତ ହେବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ବିତଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖି ସମ୍ବିତ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲୋ “ହେଲୋ ଆର୍ସି’ର ପ୍ରଯୋଜକ ଅଜୟ ରାଉତରାୟ ଫିଲ୍ମ ନିର୍ମାଣ ଏବଂ ସମ୍ବିତ ମହାନ୍ତିଙ୍କ ସହ ତାଙ୍କ ସଂପର୍କ ନେଇ ବକ୍ତବ୍ୟ ରଖିଥିଲୋ ସୂଚନା ସେବା ସଂଘର ବରିଷ୍ଠ ସଦସ୍ୟ ତଥା ବିଭାଗୀୟ ଉପନିର୍ଦ୍ଦେଶକ ବିବେକାନନ୍ଦ ବିଶ୍ୱାଳ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସଂଘର ସଂପାଦକ ଭବାନୀଶଙ୍କର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲୋ

ସଂଘର ଉପସଭାପତି ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲୋ କାର୍ଯ୍ୟକ୍ରମରେ “ହେଲୋ ଆର୍ସି’ର କଳାକାର ଏବଂ ଟେକ୍ନିକ୍ସିଆନ୍ଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲାା ପ୍ରଯୋଜକ ଅଜୟ ରାଉତରାୟ, ନିର୍ଦ୍ଦେଶକ ସମ୍ବିତ ମହାନ୍ତିଙ୍କ ପତ୍ନୀ ରିତୁ ପଟ୍ଟନାୟକ, ଅଭିନେତା ପାର୍ଥସାରଥୀ, ପ୍ରିୟମ୍ବଦା ରାୟ, ପ୍ରକୃତି ମିଶ୍ରଙ୍କ ପାଇଁ ତାଙ୍କ ବାପା ମନ୍ମଥ ମିଶ୍ର, ଫଟୋଗ୍ରାଫି ପାଇଁ ପ୍ରଶାନ୍ତନୁ ମହାପାତ୍ର, ସଂପାଦକ ଶିବପ୍ରସାଦ ମହାନ୍ତି, ସଂଗୀତ ନିର୍ଦ୍ଦେଶକ ମିତ୍ରଭାନୁ ମହାନ୍ତି, ସବ୍ଟାଟଲ୍ ଲେଖକ ଚଣ୍ଡିଦାସ ମିଶ୍ର ତଥା ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ବଡ଼ ଆକର୍ଷଣ ଥିଲା “ହେଲୋ ଆର୍ସି’ ଚଳଚ୍ଚିତ୍ର ପ୍ରଦର୍ଶନା ଦୃଶ୍ୟ ଓ ଧ୍ୱନିର ଅନନ୍ୟ ସମିଶ୍ରଣରେ ମାତ୍ର ୯୭ ମିନିଟ୍ ଅବଧିର ଏହି କଳାତ୍ମକ ଚିତ୍ରରେ କଳାକାରମାନଙ୍କ ମର୍ମସ୍ପର୍ଶୀ ଅଭିନୟର ଇନ୍ଦ୍ରଜାଲରେ ଦର୍ଶକମାନେ ଅଭିଭୂତ ହୋଇଥିଲୋ

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ, ବୁଦ୍ଧିଜୀବୀ, ଓଡ଼ିଆ ଚଳଚ୍ଚିତ୍ର ଜଗତ ସହ ସଂପୃକ୍ତ ପ୍ରଯୋଜକ, ଅଭିନେତା, ସଂଗୀତକାରଙ୍କ ସମେତ ବହୁ ଶ୍ରେଣୀର ଦର୍ଶକ ଉପସ୍ଥିତ ଥିଲୋ

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top