ସୂଚନା ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ବୁଝାମଣାପତ୍ରକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ସୂଚନା ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ରେ ସହଯୋଗୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି।

ଏହି ବୁଝାମଣାପତ୍ର ୧୫ ଜାନୁଆରୀ, ୨୦୧୮ରେ ଆଇନ ଏବଂ ନ୍ୟାୟ ତଥା ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ରବିଶଙ୍କରଂ ପ୍ରସାଦଙ୍କ ଶ୍ରୀଲଙ୍କା ଗସ୍ତ ଅବସରରେ ସ୍ୱାକ୍ଷରିତ ହୋଇଥିଲା।

ଇ-ଗଭର୍ଣ୍ଣାନ୍ସ, ଏମ ଗଭର୍ଣ୍ଣାନ୍ସ, ଇ-ପବ୍ଲିକ ସର୍ଭିସେସ ଡେଲୀଭରୀ, ସାଇବର ସୁରକ୍ଷା, ସଫ୍ଟୱେର ଟେକନୋଲୋଜି ପାର୍କ, ଷ୍ଟାର୍ଟଅପ ଇକୋ ସିଷ୍ଟମ ଆଦି କ୍ଷେତ୍ରରେ ଘନିଷ୍ଠ ସହଯୋଗକୁ ପ୍ରୋତ୍ସାହନ ଦେବା ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ।

ସୂଚନା ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ ଉପରେ ଉଭୟ ପକ୍ଷର ପ୍ରତିନିଧିମାନଙ୍କ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରି ବୁଝାମଣାପତ୍ରକୁ କାର୍ଯ୍ୟକାରୀ କରାଯିବ। ଆଇସିଟି କ୍ଷେତ୍ରେ ବିଟୁବି ଏବଂ ଜିଟୁଜି ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦିଆଯିବ।

Leave a Reply

Your email address will not be published. Required fields are marked *