ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ କୋଣଠେସା

ରାୟଗଡା, ୨୨।୪ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ରାୟଗଡା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ)ଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ କୋଣଠେସା ହୋଇଯାଇଛି। ଅଧିକାର ବଳରେ କାର୍ଯ୍ୟାଳୟ ସମ୍ପର୍କିତ ସୂଚନା ମାଗିବାପରେ ନିଜର କୃତ୍ୱ ଓ କର୍ତ୍ତବ୍ୟ (ଜବଚାର୍ଟ) ନିଜ ପାଖରେ ନଥିବା ତଥ୍ୟ ପ୍ରଦାନ କରିଛନ୍ତି। ସରକାର ବା ନିଜ ବିଭାଗ ତାଙ୍କୁ କାର୍ଯ୍ୟାଳୟରେ ନିଜ କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଇନାହାନ୍ତି। ସରକାରଙ୍କ ଠାରୁ ଏହା ଲବ୍ଧ ହେବାପରେ ଦିଆଯିବ ବୋଲି ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ନିଜ ଦସ୍ତଖତରେ ପରେ ବିବରଣୀରେ ପ୍ରଦାନ କରିଛନ୍ତି।

ରାୟଗଡା ସହରର ଜଣେ ସୂଚନା ଅଧିକାର କର୍ମୀ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଓ ଅଧିକାରୀଙ୍କ ସମ୍ପର୍କିତ ୭ଟି ତଥ୍ୟ ଜାଣିବାପାଇଁ ଆବେଦନ କରିଥିଲେ। ତେବେ ଦିଆଯାଇଥିବା ସମସ୍ତ ତଥ୍ୟ ଅସମ୍ପୂର୍ଣ୍ଣ, ମିଥ୍ୟ ଓ ବିଭ୍ରାନ୍ତିକର। ସଠିକ ତଥ୍ୟ ଜାଣିବାପାଇଁ ଅତିରିକ୍ତ ଜିଲାପାଳଙ୍କ ନିକଟରେ ପ୍ରଥମ ଅପିଲ କରିବାପରେ କର୍ମୀ ଜଣକ ଅଭିଯୋଗ କରିଛନ୍ତିଯେ, ଜଣେ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କୃତ୍ୱ ଓ କର୍ତ୍ତବ୍ୟ କଣ। ଏହାସହ କର୍ଯ୍ୟାଳୟର ଅଧିକାରୀ ଜଣକ ସୂଚନା ଅଧିକାର ଆଇନର ନୋଡାଲ ଅଧିକାରୀ ହୋଇଥିବାବେଳେ ନିଜ କାର୍ଯ୍ୟଳୟରେ ଆଇନକୁ କେତେଦୂର ପାଳନ କରୁଛନ୍ତି ତାହା ଜାଣିବାପାଇଁ ୭ଟି ଗୁରୁତ୍ୱପୂର୍ଣ୍ଣ ବିବରଣୀ ପାଇବାପାଇଁ ଆବେଦନ କରିଥିଲେ। ତେବେ ଅଧିକାରୀ ବସନ୍ତ କୁମାର ପ୍ରଧାନ ନିଜ କୃତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତିଯେ ଏଭଳି କୌଣସି ଜବଚାର୍ଟ ସରକାରଙ୍କ ଠାରୁ ଉପଲବ୍ଧ ନାହିଁ। ଉପଲବ୍ଧ ହେବାପରେ ଦିଆଯିବ ବୋଲି ଦିଆଯାଇଥିବା ତଥ୍ୟରେ ଉଲେଖ କରିଛନ୍ତି। ବିଡମ୍ବନାର କଥାଯେ ଜଣେ ସରକାରୀ ବା ବେସରକାରୀ କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପରେପରେ ନିଜ ବିଭାଗ ତାଙ୍କ ଜବଚାର୍ଟ ବିଷୟରେ ଅବଗତ କରାଇଥାନ୍ତି। କିନ୍ତୁ ନିଜ କର୍ତ୍ତବ୍ୟର ବିବରଣୀ ତାଙ୍କ ନିକଟରେ ନଥିବା ଭଳି ଦିଆଯାଇଥିବା ସୂଚନା ଜିଲାଠାରୁ ରାଜ୍ୟପର୍ଯ୍ୟନ୍ତ ସମସ୍ତ କର୍ମୀ ଓ କର୍ମଚାରୀଙ୍କୁ ଚକିତ କରିଦେଇଥିବା ସୂଚନା ଅଧିକାର କର୍ମୀଜଣକ ପ୍ରକାଶ କରିଛନ୍ତି। କାର୍ଯ୍ୟାଳୟ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ଏଭଳି ତଥ୍ୟକୁ ନେଇ ପ୍ରଥମ ଅପିଲ ଅଧିକାରୀ ଭଧ୍ୟ ଚକିତ ହୋଇପଡିଛନ୍ତି। ଆଲୋଚନା ବେଳେ ନିଜ ଜବଚାର୍ଟ ନଥାଇ ସରକାରଙ୍କ ନିକଟରେ ଜଣେ କିପରି କାମ କରୁଛନ୍ତି ବୋଲି ଓଲଟା ପ୍ରଶ୍ନ କରିଥିଲେ ବୋଳି କର୍ମିଜଣକ କହିଛନ୍ତି। ଅପରପକ୍ଷରେ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜନସୂଚନା ଅଧିକାରୀ, ସହକାରୀ ଜନସୂଚନା ଅଧିକାରୀ ଓ ପ୍ରଥମ ଅପିଲ ଅଧିକାରୀଙ୍କ ନାମ ଓ ଯୋଗାଯୋଗର ଫଳକ ନଥିବାବେଳେ ଏଥିପାଇଁ କିଏ ଉତ୍ତରଦାୟୀ। ଏସବୁ ଫଳକ କେବେ ଲାଗିବ। ସେହିପରି କାର୍ଯ୍ୟାଳୟରେ ଆଇନର ଧାରା ୪(୧)ଖ ର ବିବରଣୀ ଉଲେଖ ଥିବା ସାରଣୀ ନାହିଁ। ଏପରିକି ୱେବସାଇଟରେ ମଧ୍ୟ ଦୀର୍ଘବର୍ଷ ଧରି ଅଧୁନାତନ (ଅପଡେଟ) କରାଯାଇନାହିଁ। ନିଜେ ବସନ୍ତ କୁମାର ପ୍ରଧାନ ଦାୟୀତ୍ୱ ନେବାର ବହୁମାସ ବିତିଯାଇଥିଲେ ମଧ୍ୟ ର୍ପୂବ ଅଧିକାରୀ ଯଥା ଜଗନ୍ନାଥ ପ୍ରସାଦ ରାୟଗୁରୁ ଓ ରବିଚନ୍ଦ୍ର ନାୟକଙ୍କ ନାମ ଏବେବି ଉଲେଖ ରହିଛି। ଫଳରେ ଲୋକେ ସୂଚନା ପାଇବାରୁ ବଞ୍ଚିତ ହୋଉଥିବା ସମ୍ପର୍କିତ ପ୍ରଶ୍ନର ତଥ୍ୟଦେଇ କେବଳ ପଦକ୍ଷେପ ନିଆଯାଇଥିବା ସୂଚନାରେ ସେ ଉଲେଖ କରିଛନ୍ତି। ଜଣେୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିଲାର ସୂଚନା ଅଧିକାର ଆଇନର ନୋଡାଲ ଅଧିକାରୀ ମଧ୍ୟ। ଦାୟୀତ୍ୱ ଗ୍ରହଣ ପରଠାରୁ ବିଭିନ୍ନ କେଉଁକେଉଁ କାର୍ଯ୍ୟାଳୟକୁ ଯାଇ ଧାରା ୪(୧)ଖ ର ଅପଡେଟ ହୋଇଛିକି ନାହି ତାହା କରିଛନ୍ତି ତାହାର ବିବରଣି ପ୍ରଦାନ କରିବାକୁ ଆବେଦନ କରିଥିଲେ। କୌଣସି କାର୍ଯ୍ୟାଳୟ ସ୍ଥାପନ ହେବାର ୧୫୦ ଦିନ ମଧ୍ୟରେ ସେଠାକାର ୪(୧)ଖ ସୂଚନା ସମ୍ପର୍କକୀୟ ତଥ୍ୟ କାର୍ଯ୍ୟାଳୟର କାନ୍ଥ ସାରଣୀରେ ଉଲେଖ ରହିବା ଜରୁରୀ। ଏଥିସମ୍ପର୍କିତ ୧୭ପ୍ରକାର ତଥ୍ୟ ୱେବସାଇଟରେ ଉପଲବ୍ଧ ହେବା ଆଉଏକ ନୀୟମ ରହିଛି। ଏଥିପାଇଁ ସରକାରଙ୍କ ପର୍ଯ୍ୟାପ୍ତ ଅର୍ଥମଧ୍ୟ ଶ୍ରାଦ୍ଧ କରାଯାଉଛି। କିନ୍ତୁ ସମ୍ପୃକ୍ତ କାର୍ଯ୍ୟାଳୟରେ ଏହାର ଅଧୁନାତନ କେଉଁ କାରଣରୁ କରାଯାଇନାହି ଓ ଏଥିପାଇଁ ଉତ୍ତରଦାୟୀ କିଏ ବୋଲି ପ୍ରଶ୍ନର ଉତ୍ତର ରଖି ସମ୍ପୃକ୍ତ ସଂସ୍ଥାକୁ ଅନୁରୋଧ କରାଯାଇଛି ବୋଲି କାର୍ଯ୍ୟାଳୟ ପକ୍ଷରୁ ତଥ୍ୟ ଦିଆଯାଇଛି। ଏପରିକି ଡିଆଇପିଆରଓଙ୍କ ମୂଳକାର୍ଯ୍ୟ ଜିଲାର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶ ପରେ କେତୋଟି ଖବର ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରେରଣ କରିଛନ୍ତି ତାହାର ନକଲ ପ୍ରଦାନ କରିବାକୁ ଆଇନବଳରେ ମଗାଯାଇଥିବାବେଳେ ସରକାରଙ୍କ ଏଭଳି କୌଣସି ନିର୍ଦ୍ଦେଶ ପ୍ରଦତ୍ତ ହୋଇନଥିବା ସେ ଜଣାଇଛନ୍ତି। ତେବେ ସମସ୍ତ ସୂଚନା ପାଇବାପାଇଁ ଆଇନ ଅନୁଯାଇ ପ୍ରଥମ ଅପିଲ ଅଧିକାରୀ ଅତିରିକ୍ତ ଜିଲାପାଳଙ୍କ ନିକଟରେ ପୁନଃ ଆବେଦନ କରାଯାଇଛି। ସେଠାରେ ସମ୍ପୃକ୍ତ ଅଧିକାରୀଙ୍କ ସହ ମୁହାମୁହି ଆଲୋଚନା ପରେ ସମ୍ପୂର୍ଣ୍ଣ ତଥ୍ୟ ପାଇବାର ଆଶା କରାଯାଉଛି। ଯଦି ନମିଳେ ତେବେ ପୁଣି କମିଶନରଙ୍କ ନିକଟରେ ଆବେଦନ କରିବାକୁ ବାଧ୍ୟହେବି ବୋଲି ସୂଚନା ଅଧିକାରୀ କର୍ମୀ ଜଣକ ପ୍ରକାଶ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେଇଥିବା ତଥ୍ୟ ଉପରେ ମତରଖି ଓଡିଶା ସୂଚନା ଅଧିକାର ଆଇନ ଅଭିଯାନର ବରିଷ୍ଟ କର୍ମୀ କେଦାର ନାଥ ସାହୁ କହିଛନ୍ତିଯେ ଗୋଟିଏ କାର୍ଯ୍ୟାଳୟର ଅଧିକାରୀ ନିଜର ଜବଚାର୍ଟ ଜାଣିନଥିବା ଅତି ହାସ୍ୟାସ୍ପଦ କଥା। ଆଇନ ଗଠନ ହେବାର ୧୩ବର୍ଷ ପରେ ନିଜର କୃତ୍ୱ ଓ କର୍ତ୍ତବ୍ୟ ଜାଣିନାହିଁ ବୋଲି ସୂଚନା ନିଜ ଦସ୍ତଖତ ପରେ ପ୍ରଦାନ କରିବା ସରକାରଙ୍କ ଆଇନ ପାଳନରେ କେତେଦୂର ପରିପକ୍ୱ ତାହା ପ୍ରତିପାଦନ କରୁଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *