ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପରାମର୍ଶଦାତା ସମିତି ବୈଠକରେ ଅଧ୍ୟକ୍ଷତା କଲେ ସ୍ମୃତି ଜୁବିନ ଇରାନୀ

ନୂଆଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ଆଜି ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ୨୦୧୭ ଆୟୋଜନ ପାଇଁ କରାଯାଇଥିବା ପ୍ରୟାସ ଏବଂ ଏହାର ପରବର୍ତ୍ତୀ ସଂସ୍କରଣରେ ସୁଧାର ଆଣିବା ପ୍ରସଙ୍ଗକୁ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପରାମର୍ଶଦାତା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀମତି ସ୍ମୃତି ଜୁବିନ ଇରାନୀ ଏଥିରେ ଅଧ୍ୟକ୍ଷତା କରିଥିଲେ।

ମନ୍ତ୍ରଣାଳୟ ପକ୍ଷରୁ ଆଇଏଫଏଫଆଇ ୨୦୧୭ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ପ୍ରୟାସ ସମ୍ପର୍କରେ ସମିତିର ସଦସ୍ୟମାନଙ୍କୁ ଶ୍ରୀମତୀ ଇରାନୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ ବର୍ତମାନ ସମସ୍ତ ସମିତିର ପୁନର୍ଗଠନ କରାଯାଇଛି। ପରିଚାଳନା ଏବଂ ପୂର୍ବାଲୋକନ ସମିତିର ମଧ୍ୟ ସମ୍ପ୍ରସାରଣ କରାଯାଇଛି। ପ୍ରଥମ ଥର ଆଇଏଫଏଫଆଇ ବିଧିବଦ୍ଧ ଭାବେ ଟରଂଟୋ ଏବଂ ଭେନିସ ଚଳଚ୍ଚିତ୍ର ଉତ୍ସବ ସହ ଭାଗୀଦାରୀ କରିଥିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ୯ଟି ମାଷ୍ଟର କ୍ଲାସର ଆୟୋଜନ, ୧୯୭ ଚଳଚ୍ଚିତ୍ରର ପ୍ରଦର୍ଶନ ଏବଂ ୪୯୩ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ବୈଠକ ଅବସରରେ ସମିତିର ସଦସ୍ୟମାନେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୧୭ର ଆୟୋଜନ କରିବାର ଉଦ୍ୟମକୁ ପ୍ରଶଂସା କରିଥିଲେ। ସେମାନେ କହିଥିଲେ ଯେ ଚଳଚ୍ଚିତ୍ର ମହୋତ୍ସବରେ ଆଂଚଳିକ ଚଳଚ୍ଚିତ୍ରଗୁଡ଼ିକୁ ଅଧିକ ପ୍ରତିନିଧିତ୍ୱ ମିଳିବା ଆବଶ୍ୟକ। ସେ ଚଳିତ ବର୍ଷ ଚଳଚ୍ଚିତ୍ରଗୁଡ଼ିକର ଚୟନ ଏବଂ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ଅଧିକ ଭାଗୀଦାରୀକୁ ମଧ୍ୟ ପ୍ରଶଂସା କରିଥିଲେ। ସେ ସାମାଜିକ ପ୍ରସଙ୍ଗ ଯେପରିକି କୃଷକ ଚଳଚ୍ଚିତ୍ର ମହୋତ୍ସବ ଆଦିର ଆୟୋଜନ କରିବାର ପ୍ରସ୍ତାବ ମଧ୍ୟ ରଖିଥିଲେ।

ଏହି ଅବସରରେ ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀ ଅଶୋକ କୁମାର ପରମାର ଚଳଚ୍ଚିତ୍ର ମହୋତ୍ସବ, ୨୦୧୭ ଉପରେ ଏକ ପ୍ରସ୍ତୁତି ଉପସ୍ଥାପନ କରିଥିଲେ। ସମିତିର ସଦସ୍ୟମାନଙ୍କୁ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୧୭ ଆୟୋଜନ କରିବା ସମ୍ପର୍କରେ ସୂଚନା ମଧ୍ୟ ଦିଆଯାଇଥିଲା।

ବୈଠକରେ ସାଂସଦ ଶ୍ରୀ ମନୋଜ କୁମାର ତିୱାରୀ, ଶ୍ରୀ ବିବେକ ଗୁପ୍ତା, ଶ୍ରୀମତି ଦେବ (ମୁନ ମୁନ ସେନ) ବର୍ମା, ଶ୍ରୀ ମଧୂସୁଦନ ମିସ୍ତ୍ରୀ, ଡ. ସଞ୍ଜୟ ଜୟସ୍ୱାଲ ଭାଗ ନେଇଥିଲେ। ଏହି ଅବସରରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ସଚିବ ଶ୍ରୀ ଏନକେ ସିହ୍ନା, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *