ଜିଲ୍ଲା ପରିକ୍ରମା

ସୂଚନା ଅଧିକାର ଆଇନ ବଳରେ ମିଳିଲା ତଥ୍ୟ। ସରକାରୀ ନିୟମକୁ ଖୋଲାଖୋଲି ଉଲଙ୍ଘନ, ଦୀର୍ଘବର୍ଷଧରି ଗାଦିମାଡ଼ି ବସିଛନ୍ତି ଏକାଧିକ ସରକାରୀ କର୍ମଚାରୀ। ଜିଲ୍ଲା ପ୍ରଶାସନ ଚୁପ

ବାହାନଗା/ ବାଲେଶ୍ୱର, ୨୨/୨(ଓଡ଼ିଆ ପୁଅ/ଭଗବାନ ଦାସ)- ରାଜ୍ୟସରକାର ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଗୋଟିଏ କାର୍ଯ୍ୟାଳୟରେ ରହିବା ର ନିୟମ ରହିଛି। ଏ ନେଇ ଜଣେ ସରକାରୀ କର୍ମଚାରୀ ସର୍ବାଧିକ ୩ବର୍ଷ ରହିବାର ନିୟମ ଥିବାବେଳେ ଏହାର ଖୋଲାଖୋଲି ଉଲଙ୍ଘନ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ ଠାରେ। ଖବର ଅନୁସାରେ ଉକ୍ତ କାର୍ଯ୍ୟାଳୟଟି ୧୯୯୦ମସିହାରେ ସ୍ଥାପିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ୯ଜଣ ସରକାରୀ ସୁପରଭାଇଜର ଏବଂ ମୁଖ୍ୟ କିରାଣୀ ଯଥାକ୍ରମେ ୫-୭ବର୍ଷ, ୭-୧୧ବର୍ଷ ଧରି ବାହାନଗା ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ ଠାରେ କାର୍ଯ୍ୟ କରୁଛନ୍ତି। ସରକାରୀ ନିୟମ ଅନୁସାରେ ଦୀର୍ଘ ୩ବର୍ଷରୁ ଉର୍ଦ୍ଧ ସମୟ ଧରି ଏଠାରେ କାର୍ଯ୍ୟ କରୁଥିଲେ ବି ପ୍ରଶାସନିକ ଅବହେଳା କାରଣରୁ ଏମାନଙ୍କୁ ଅନ୍ୟତ୍ର ବଦଳି କରାଯାଇ ପରୁ ନଥିବା ଦେଖିବାକୁ ମିଳିଛି। କର୍ମଚାରୀଙ୍କ ପ୍ରଚ୍ଛଦ ପଟରେ କୌଣସି ମୁଷ୍ଠିମେୟ ବ୍ୟକ୍ତିଙ୍କର ହାତ ଥିବାରୁ ଏମାନଙ୍କର ବଦଳି ହୋଇପାରୁ ନାହିଁ ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top