ଓଡ଼ିଶା

ସୂଚନା ଅଧିକାର ଆଇନକୁ ବେଖାତିର : ଫସିଲେ ଉଠା ଜଳସେଚନ ଏସଡିଓ ଓ ଜେଇ ୨୦ ହଜାର ଟଙ୍କା ଜରିମାନା ପାଇଁ ସୂଚନା କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୨୯/୬ (ଓଡ଼ିଆ ପୁଅ) ସୂଚନା ଅଧିକାର ଆଇନ ବଳରେ ଆବେଦନକାରୀଙ୍କୁ ଅଧିକ ଅର୍ଥ ମାଗି ହଇରାଣ କରିବା ଓ ଠିକ୍ ସମୟରେ ମଗାଯାଇଥିବା ସୂଚନା ନ ଦେବା ଏବେ ଦୁଇ ଜଣ ସରକାରୀ ଅଧିକାରୀଙ୍କ ପାଇଁ ମହଙ୍ଗା ପଡିଛି। ଏପରି ଏକ ମାମଲାର ବିଚାର କରି ଓଡିଶା ସୂଚନା କମିଶନ ଉଠା ଜଳସେଚନ ବିଭାଗର ଜଣେ ଜୁନିୟର ଇଂଜିନିୟର ଓ ଏସଡିଓଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୪ ମସିହାରେ ଭୁବନେଶ୍ୱରସ୍ଥିତ ଉଠା ଜଳସେଚନ ଡିଭିଜନକୁ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସୁଭଦ୍ରାପୁର ପାଣି ପଂଚାୟତର ଖର୍ଚ୍ଚ ବ୍ୟୟ ସମ୍ପର୍କରେ ସୂଚନା ଅଧିକାରୀ କର୍ମୀ ପ୍ରକାଶ କୁମାର ସାମନ୍ତସିଂହାର କେତେକ ତଥ୍ୟ ମାଗିଥିଲେ। ତାଙ୍କ ଦରଖାସ୍ତକୁ ପ୍ରଥମେ ଖୋର୍ଧା ଏସଡିଓ କ୍ଷୀରୋଦ କୁମାର ମିଶ୍ରଙ୍କ ନିକଟକୁ ପଠାଗଲା। ସେ ପୁଣି ତାକୁ ବାଲିପଡା ଜେଇ ପ୍ରକାଶ କିଶନଙ୍କୁ ପଠାଇଦେଇଥିଲେ। ମାସକ ପରେ ବାଲିପଡା ଜେଇ ସୂଚନା ପାଇବା ପାଇଁ ୫, ୮୭୦ ଟଙ୍କା ଜମା କରି ସୂଚନା ନେବାକୁ ଆବେଦନକାରୀଙ୍କୁ ଜଣାଇଥିଲେ। କିନ୍ତୁ ଏହା ବିରୋଧରେ ଡିଭିଜନ ଅଫିସ୍ ଏକ୍ ଜୁକିଟିଭ୍ ଇଂଜିନିୟରଙ୍କ ନିକଟରେ ସେ ପ୍ରଥମ ଅପିଲ୍ କରିଥିଲେ। ଏହାର ବିଚାର କରି ଆବେଦନକାରୀଙ୍କୁ ସସସ୍ତ ସୂଚନା ଦେବା ସହ ଜନ ସୂଚନା ଅଧିକାରୀ(ପିଆଇଓ) ଶ୍ରୀ କିଶନ୍ ଙ୍କ ଉପରେ ୧୫୦୦ ଟଙ୍କା ଜରିମାନା ଧାର୍ଯ୍ୟ କରିଥିଲେ। କିନ୍ତୁ ପିଆଇଓ ଆବେଦନକାରୀଙ୍କ ଠାରୁ ଗୋଟିଏ ପୃଷ୍ଠାର ତଥ୍ୟ ପାଇଁ ୬୧ ଟଙ୍କା ଆଦାୟ କରିଥିଲେ। ଏହା ବିରୋଧରେ ପ୍ରକାଶ ଓଡିଶା ସୂଚନା କମିଶନଙ୍କ ନିକଟରେ ଦ୍ୱିତୀୟ ଅପିଲ୍ କରିଥିଲେ। ସାଢେ ତିନି ବର୍ଷର ସଂଘର୍ଷ ପରେ କମିଶନ ଏହାର ବିଚାର କରି ଏହି ମାମଲାରେ ଦୁଇ ପିଆଇଓ ଖୋର୍ଧା ଏସଡିଓ ଶ୍ରୀ ମିଶ୍ର ଓ ବାଲିପଡା ଜେଇ ଶ୍ରୀ କିଶନଙ୍କୁ ୧୦ ହଜାର ଟଙ୍କା ଜରିମାନା ସରକାରୀ ଟ୍ରେଜେରୀରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେମାନେ ତାହା ନ କରନ୍ତି, ସେମାନଙ୍କ ଦରମାରୁ ଦୁଇଟି କିସ୍ତିରେ ଆଦାୟ କରିବାକୁ ମଧ୍ୟ କମିଶନ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି। ଆବେଦନକାରୀଙ୍କ ଠାରୁ ନିଆଯାଇଥିବା ୬୧ ଟଙ୍କା ଫେରାଇବା ପାଇଁ ମଧ୍ୟ କମିଶନ ସଂପୃକ୍ତ ପିଆଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top