ସୂଚନା ଅଧିକାର ଅଭିଯାନର ଜନ ଶୁଣାଣୀ

ପୁରୀ:୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲା ସୂଚନା ଅଧିକାର ଅଭିଯାନ ପୁରୀ ଶାଖା ପକ୍ଷରୁ ସଂସ୍କୃତି ଭବନରେ ମୁ ଓ ମୋର ଅଧିକାର ଶୀର୍ଷକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉପଜିଲ୍ଲାପାଳ ଭବତାରଣ ସାହୁ, ଶିକ୍ଷାବିତ୍ ବିଶ୍ୱରାଜ ପଟ୍ଟନାୟକ, ସମାଜସେବୀ ବିଭୁ ପ୍ରସାଦ ସାହୁ, ରାକେଶ ମିଶ୍ର, ସାମ୍ବାଦିକ ନାରାୟଣ ଦାସ, କୃଷ୍ଣଚନ୍ଦ୍ର ରଥ, ସିର୍ଦ୍ଧାଥ ରାୟ, ବାବୁଲା ପ୍ରସାଦ, ବ୍ରଜବନ୍ଧୁ ମହାରଣା, ଶ୍ୟାମପ୍ରକାଶ ସେନାପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ ମତ ନେବା ସହ ଲୋକମାନଙ୍କର ଆଶୁ ଚିକିତ୍ସା ସମାଧାନରେ ନିଜର ସମ୍ଭାବ୍ୟ ଉପାଦାନ ନେବାର ପ୍ରତିଶ୍ରୁତିମାନ ଦେଇଥିଲେ। କାର୍ଯ୍ୟକ୍ରମର ଆବାହକ ଚିନ୍ମୟ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକକୁ ୨୪ଜଣ ଅଭିଯୋଗକାରୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *