ଓଡ଼ିଶା

ସୁଶାନ୍ତ ବେବର୍ତ୍ତା ଯୋଡା ମଣ୍ଡଳର ବିଜେପି ସଭାପତି ମନୋନୀତ

ଯୋଡା – ୦୯-୧୧ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦଯୋଡା ନଗର ମଣ୍ଡଳ ସଭାପତି ରୂପେ ସୁଶାନ୍ତ କୁମାର ବେବର୍ତ୍ତାଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ମନୋନୟନ କରାଯାଇଥିବା ଜଣାପଡିଛି । ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ ଏକ ପତ୍ର ମାଧ୍ୟମରେ ରାଜ୍ୟ ଅନୁମୋଦନ କ୍ରମେ ତାଙ୍କୁ ମଣ୍ଡଳ ସଭାପତି ରୂପେ ମନୋନୟନ କରାଯାଇଥିବା ଜଣାଇଛନ୍ତି । ଶ୍ରୀ ବେବର୍ତ୍ତା ଦୀର୍ଘ ବର୍ଷ ଧରି ଭାରତୀୟ ଜନତା ପାର୍ଟିର ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ଯୋଗଦାନ କରିଆସୁଥିଲେ । ସେ ପୂର୍ବରୁ ଦୁଇ ଥର ଯୋଡା ନଗର ମଣ୍ଡଳ ସଭାପତି ରୂପେ ମନୋନୀତ ହୋଇ ଦାୟିତ୍ୱ ସମ୍ପାଦନ କରିଆସିଛନ୍ତି । ବିଜେପି ଦଳରୁ ସେ ପୂର୍ବରୁ କାଉନସିଲର ଭାବେ ଯୋଡା ପୌରପାଳିକାରେ ନିର୍ବାଚିତ ହୋଇ ସୁଚାରୁ ଦାୟିତ୍ୱ ସମ୍ପନ୍ନ କରିଛନ୍ତି । ତାଙ୍କର ଯୋଗଦାନରେ ଯୋଡା ବିଜେପି ଦଳ ମଧ୍ୟରେ ଉତ୍ସାହ ଖେଳିଯାଇଛି । ଶ୍ରୀ ବେବର୍ତ୍ତା ଗଣମାଧ୍ୟମକୁ ଏକ ଶାକ୍ଷାତକାର ଦେଇ କହିଛନ୍ତି ଯେ, ଦଳ ତାଙ୍କ ଉପରେ ଏହି ଗୁରୁଦାୟିତ୍ୱ ସମ୍ପାଦନ କରିବା ନିମନ୍ତେ ଆସ୍ଥା ପ୍ରକଟ କରିଥିବାରୁ ସେ ରାଜ୍ୟ ତଥା ଜିଲ୍ଲା ସଭାପତିଙ୍କ ନିକଟରେ କୃତଜ୍ଞ । ଦଳକୁ ମଜବୁତ କରିବା ନିମନ୍ତେ ସେ ନିଜର ସମସ୍ତ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top