ଓଡ଼ିଶା

ସୁଶାନ୍ତ ବିଷୋୟୀଙ୍କ କାର୍ ଉପରକୁ ହୋଇଥିବା ବୋମା ମାଡ଼ ଘଟଣାରେ ଆଉ ଦୁଇ ଗିରଫ

ବ୍ରହ୍ମପୁର (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ): ସୁଶାନ୍ତ ବିଷୋୟୀଙ୍କ କାର୍ ଉପରକୁ ହୋଇଥିବା ବୋମା ମାଡ଼ ଘଟଣାରେ ଆଉ ଦୁଇ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟଯେ, ଗତ ୮ ତାରିଖ ଦିନ ସୁଶାନ୍ତ କାର୍ ଯୋଗେ ଅନ୍ୟ ୪ ସହଯୋଗୀଙ୍କ ସହ ଘରୁ ବାହାରି ଗୋଷାଣିନୂଆଗାଁ ଥାନା ଯାଉଥିବା ବେଳେ ଲାଞ୍ଜିପଲ୍ଲୀ ଢିପ ସାହି ରାସ୍ତା ଉପରେ ତାଙ୍କ କାର୍ ଉପରକୁ ଦୁଇଟି ବୋମା ମାଡ଼ ହୋଇଥିଲା। ସୁଶାନ୍ତଙ୍କ ସମେତ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଆହତ ହୋଇଥିଲେ। ଘଟଣା ଦିନ ସାହିରେ ଆତଙ୍କ ଖେଳାଉଥିବା ଅଭିଯୋଗରେ ପୁଲିସ ସୁଶାନ୍ତଙ୍କର ୬ ସମର୍ଥକଙ୍କୁ ଉଠାଇ ନେଇଥିବା ବେଳେ ପରବର୍ତ୍ତି ସମୟରେ ବୋମା ମାଡ଼ ଘଟଣାରେ ସଂପୃକ୍ତ ୯ଜଣଙ୍କୁ ଗିରଫ କରିଥିଲା ପୋଲିସ୍। ତେବେ ମଙ୍ଗଳବାର ବୈଦ୍ୟନାଥପୁର ଥାନା ପୁଲିସ ଶିବା ନାଏକ ଓ ସୁଦାମ ବିଷୋୟୀ ନାମକ ଦୁଇ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ତ୍ରିନାଥ ପଟେଲ ସୂଚନା ଦେବା ସହ ଆଉ କିଛିଙ୍କୁ ଖୋଜା ଚାଲିଛି ବୋଲି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ଅତିରିକ୍ତ ଏସ୍ପି ଶାନ୍ତନୁ ଦାସ ଓ ବିଏନପୁର ଥାନା ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top