ଜାତୀୟ

ସୁରତ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ସୁରତ ୧୬-୪ (ଓଡ଼ିଆ ପୁଅ/ରାଜେଶ୍ କୁମାର ପାଢୀ) ପାଣ୍ଡେସରା ବମରୋଲି ରାମ ନଗର ସ୍ଥିତ ଶ୍ରୀ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ରବିବାର ସଂନ୍ଧ୍ୟା ୫.୦୦ ରେ ଆୟୋଜିତ ହେଇଥିଲା, ଓଡିଆ ଖାଦ୍ୟ ମେଳା ସାଙ୍ଗକୁ ଶିଶୁ ମନ୍ଦିରର ପିଲାଙ୍କ ଦ୍ବାରା ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜିତ ହୋଇଥିଲା। ଓଡିଶା ବିଜେପି ସେଲ୍ ର ପ୍ରବକ୍ତା ତଥା ବରିଷ୍ଟ ସମାଜ ସେବୀ ପ୍ରତାପ ଷଡଙ୍ଗୀ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ସୁରତରେ ବହୁ ସଂଖ୍ୟାରେ ଓଡିଆ ଲୋକଙ୍କୁ ପାଇ ଆନନ୍ଦିତ ହେବାସହ ସେଠାରେ ନିଜସ୍ବ ପ୍ରଚେଷ୍ଟାରେ ଶିଶୁ ମନ୍ଦିର ମାଧ୍ୟମରେ ପିଲାଙ୍କ ଶିକ୍ଷା ବ୍ୟବସ୍ତାକୁ ଦେଖି ବହୁ ପ୍ରଶଂସା କରିଥିଲେ। ପିଲାଙ୍କୁ ଓ ଅଭିଭାବକଙ୍କୁ ଆରୁଣି, ନଚିକେତା, ପ୍ରହଲାଦ, ଏକଲବ୍ୟ, ବାଜିରାଉତ, ଫକିରମୋହନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ସମାଜ ସେବୀ ବିଦେଶୀ ସାହୁ, ଅଭିମନ୍ୟୁ ଜେନା, ଜୟନ୍ତ ଗନ୍ତାୟତ, ସିମାଞ୍ଚଳ ଭୋଳ ଯୋଗଦେଇଥିଲେ। ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ରୀତାରାଣୀ ପାଳ, ସନାତନ ସାମନ୍ତରାୟ ଏବଂ ଅନ୍ୟ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top