ସୁରତର ପାଣ୍ଡେସରାର ମୃତ ପିଡିତା ନାବାଳିକା ଓଡିଶାର – ସନ୍ଦେହରେ ଗୁଜୁରାତ ଗୃହମନ୍ତ୍ରୀ

ସୁରତ ୧୬-୪ (ଓଡ଼ିଆ ପୁଅ/ରାଜେଶ୍ କୁମାର ପାଢୀ) ଦେଶରେ ଉତ୍ତର ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀର ପରେ ବଳତ୍କାର ପିଡିତାକୁ ନ୍ୟାୟ ଦାବି ପାଇଁ ଅପିଲ୍ କରୁଥିବା ସମୟରେ ଗୁଜୁରାତ ସୁରତ ସହରରେ ପୁଣି ଏକ ୧୧ ବର୍ଷିୟ ନାବାଳିକାକୁ ଧର୍ଷଣ ପରେ ହତ୍ୟା ଘଟଣା ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି। ସୁରତର ବଡୋଦ ଗାଁ ଠାରେ ଗତ ୬ ଏପ୍ରିଲ ୨୦୧୮ ରେ ପାଣ୍ଡେସରା ପୋଲିସ ବିଲ୍ଡିଙ୍ଗ ପଛପଟ ଝାଡି ପାଖରେ ଏକ ଅଚିହ୍ନା ନାବାଳିକାର ଶବ ଜବତ କରି ଅପରାଧ ରେଜିଷ୍ଟ୍ରି ସଂ ୮୬/୨୦୧୮ ଭାରତୀୟ ଦଣ୍ଡବିଧାନ ସଂହିତା ଧାରା ୩୦୨, ୩୨୬ ୩୭୨(୨) (I)(J)(M) ଏବଂ ପ୍ରୋଟକଲ୍ ଅଫ୍ ଚିଲ୍ଡ୍ରେନ ଫୋମ୍ ସେକ୍ୟୁଲ୍ ନିୟମ ଅନୁଯାୟୀ ମୃତ ନାବାଳିକା ଶିଶୁର କେସ୍ ଫାଇଲ କରି ତଦନ୍ତ ଆରମ୍ଭ କରିବାସହ ବଳତ୍କାରୀ ଏବଂ ପରିଜନଙ୍କ ସୂଚନା ପାଇଁ ୨୦, ୦୦୦ ନଗଦ ରାଶୀ ଦେବାକୁ ଘୋଷଣା କରିଛନ୍ତି। ସୂଚନା ଦେବାପାଇଁ ମୋ ନଂ ୯୭୨୭୭୮୦୧୩୦ (ପୋଲିସ ଅଧିକ୍ଷକ ପାଣ୍ଡେସରା), ୭୮୭୪୪୪୯୧୮୦ ଏବଂ ୦୨୬୧୨୮୯୦୨୦୦ କୁଯୋଗାଯୋଗ କରିବାକୁ ସୂଚିତ କରାଯାଇଛି। ମୃତ ନାବାଳିକାର ଶବର ପୋଷ୍ଟମୋଟାମ ରିପୋର୍ଟ ଅନୁଯାଇ ଶରୀରରେ ୮୬ଟି ଗଭୀର କ୍ଷତ ଦେଖିବାକୁ ମିଳିଛି। ବିଭିନ୍ନ ସଂଗଠନ ପକ୍ଷରୁ ରବିବାର ସଂନ୍ଧ୍ୟାରେ ମୃତ ପିଡିତା ନାବାଳିକାର ଆତ୍ମାର ସଦ୍ଗତି ପାଇଁ କେଣ୍ଡେଲ୍ ମାର୍ଚର ଆୟୋଜନ କରିବା ସହ ଅପରାଧୀକୁ ଶିଘ୍ର ଠାବକରି ଫାଶୀଦଣ୍ଡାଦେଶ ଦେବାକୁ ନିବେଦନ କରିଥିଲେ। ଅନ୍ୟପକ୍ଷରେ ସହରର ଖ୍ୟାତାନାମା ବିଲ୍ଡର ତୁଷାରଭାଇ ଘେଲାଣୀ ୫ ଲକ୍ଷ ପୁରସ୍କାର ଘୋଷଣା କରିଥିବାର ସୂଚନା ମିଳିଛି। ଦୁଷ୍କର୍ମ ଶିକାର ହୋଇଥିବା ୧୧ ବର୍ଷିୟ ମୃତ ନାବାଳିକା ଓଡିଶାର ହୋଇଥାଇପାରେ ବୋଲି ସନ୍ଦେହ ପ୍ରକଟ କରିଛନ୍ତି ଗୁଜୁରାଟ ଗୃହ ମନ୍ତ୍ରୀ ପ୍ରଦୀପ ସିଂ ଜାଡେଜା। ଏ ନେଇ ଗୁଜୁରାଟ ପୋଲିସ ପକ୍ଷରୁ ଓଡିଶା ଡିଜିଙ୍କ ସହଯୋଗ ଲୋଡିଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *