ଓଡ଼ିଶା

ସୁରତରେ ଓଡିଆ ଯୁବତୀଙ୍କ ଆତ୍ମହତ୍ୟା

ସୁରତ (ଓଡିଆ ପୁଅ/ରାଜେଶ୍ କୁମାର ପାଢୀ) ଆମ ଦେଶ ଭାରତରେ ଏମିତି ଏକ ସହର ଅଛି ଯାହାକୁ ଦ୍ୱିତୀୟ ଓଡିଶା କହିଲେ ଅତ୍ୟୁକ୍ତି ହେବନି। ସେହି ସହର ଆଉ କେହି ନୁହଁ ସେ ହେଉଛି ଆମ ଏ ସୁରତ ସହର। ଦ୍ବିତୀୟ ଓଡିଶା ଭାବେ ପରିଚିତ ସୁରତ ସହର ଆଜି ଲକ୍ଷାଧିକ ଓଡିଶାବାସୀଙ୍କ କର୍ମଭୂମି ରୁପେ ପରିଚିତ। ଏଠି କିଏ ସୁତାକଳରେ କାରିଗର ଭାବେ ତ ଆଉକିଏ ବଡ ବଡ ଶିଳ୍ପାନୁଷ୍ଠାନ, ବ୍ୟାଙ୍କ ଏବଂ ଆୟକର ବିଭାଗରେ ଅଫିସର ଭାବେ କର୍ଯ୍ୟରତ। ଏମିତି କିଛି ବ୍ୟକ୍ତି ଏଠି ନିଜସ୍ବ ପ୍ରଚେଷ୍ଟାରେ ଉଦ୍ବୋଗପତି, ଅଳଙ୍କାର ବ୍ୟବସାୟୀ, ବ୍ୟୁଟିପାର୍ଲର, ଶିକ୍ଷାନୁଷ୍ଠାନ ସଂଚାଳକ ଏବଂ କ୍ଷୁଦ୍ର ବ୍ୟବସାୟରେ ଲିପ୍ତ। ଖୁବ୍ କମ ବୟସରେ ନିଜର ସ୍ବପ୍ନ ପୁରା କରିବାକୁ ଆଶା ରଖି ବ୍ୟୁଟିପାର୍ଲର ସଂଚାଳକଭାବେ ସୁରତର ପାଲନପୁର ପାଟିଆରେ କାର୍ଯ୍ୟ ଥିଲେ ଓଡିଆ ଝିଅ ରିଙ୍କି ପାତ୍ର।

ଖୁବ୍ କମ୍ ବୟସରେ ନିଜେ ସ୍ବାବଲମ୍ବି ହେବା ସହ କିଛି ଝିଅଙ୍କୁ ରୋଜଗାର ମଧ୍ୟ ଦେଇଥିଲେ। କିନ୍ତୁ ଗତ ଦୁଇଦିନ ତଳେ ତାଙ୍କ ଆତ୍ମହତ୍ୟା ସେ ଅଞ୍ଚଳରେ ଚହଳ ପକାଇଛି। ସାଧାରଣତଃ ଲୋକେ ସହଜରେ ବୁଝିପାରୁନିହାନ୍ତି ଶେଷରେ ସେ ଝିଅଟି ଆତ୍ମହତ୍ୟା କଲା କାହିଁକି ଆଉ ଏମିତିକି ଏହି ସମୟରେ ମୃତ ରିଙ୍କିର ବାପା ନିଜ ଭାଇର ନିର୍ବନ୍ଧ ତାରିଖ ସ୍ଥିର କରିବାକୁ ଓଡିଶା ଯାଇଥିଲେ।

ମୂଳ ଓଡିଶାର ଗଞ୍ଜାମ ଜିଲ୍ଲାର ବାସିନ୍ଦା ଅଟନ୍ତି ରିଙ୍କି ପାତ୍ର, ସୁରତରେ ନିଜ ପରିବାର ସହ ରହି ସୁରତ ପାଲନପୁର ଯକାତନାକା ସ୍ଥିତ ଷ୍ଟାର କୋର୍ନର ସପିଙ୍ଗ ସେଣ୍ଟର ରେ”କେଲ୍ଲି ଅରେଞ୍ଜ ସେଲୁନ” ସ୍ଥାପନ କରି ନିଜେ ସ୍ବାବଲମ୍ବି ହେବାସହ ଅନ୍ୟମାନଙ୍କୁ ରୋଜଗାର ଦେଇଥିଲେ।

ଦୁଇଦିନତଳେ ରିଙ୍କି ନିଜ ପାର୍ଲରରୁ ଘରକୁ ଯିବା କହି ଚାଲିଯାଇଥିଲେ, ସେ ସମୟରେ ତାଙ୍କ ଭାଇ ତାଙ୍କୁ ବାମ୍ବାର ଫୋନ କଲେ ମଧ୍ୟ ସେ ଉଠାଇ ନଥିଲେ ବିରକ୍ତ ହୋଇ ଭାଇ ପାର୍ଲରକୁ ଫୋନ କରି ଜାଣିବାକୁ ପାଇଲେ ସେ ଘରକୁ ଚାଲିଯାଇଛନ୍ତି, ପାର୍ଲରର ଝିଅମାନେ ଫୋନ କରିଥିଲେ ସୁଦ୍ଧା ସେ ଫୋନ ଉଠାଇ ନଥିଲେ। ପରେ ସେମାନେ ବ୍ୟସ୍ଥ ହୋଇ ଘରକୁ ଯାଇ ଦେଖନ୍ତେ ଭିତର ପଟୁ ଦରବାଜା ବନ୍ଦ ଅଛି, କିଛି କୌଶଳରେ ଘର ଭିତରକୁ ଯାଇ ଆଚମ୍ବିତ ହୋଇଗଲେ, ଘର ପଂଙ୍ଖାରେ ଝୁଲୁଛି ମୃତ ରିଙ୍କିର ଶବ। ଶେଷରେ କଣପାଇଁ ରିଙ୍କି ଆତ୍ମହତ୍ୟା କଲେ ତାହା ଏବେ ସୁଦ୍ଧା ସ୍ପଷ୍ଟ ଜଣା ପଡିନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top