ଓଡ଼ିଶା

ସୁରଟରେ ଓଡିଆ ପର୍ବର ଉଦଯାପନ ଓଡିଆ ମାନେ ଏବେ ମାଲିକ ହେବାର ସମୟ ଆସିଛି-ଧର୍ମେନ୍ଦ୍ର ପ୍ରଧାନ

– ଏକବିଂଶ ଶତାଦ୍ଧୀରେ ଓଡିଶା ନୂଆକରି ଗଢିବାପାଇଁ ସଂକଳ୍ପ ନେବାକୁ ଆହ୍ୱାନ
– ଓଡିଆ ମାନେ ବମ୍ବେ ଦିଲୀ ଛାଡିଦେଲେ ବଡବଡିଆଙ୍କ ଘରେ ପାଣି ଓ ବିଜୁଳି ଆଲୁଅ ବନ୍ଦ ହୋଇଯିବ
– ଓଡିଶାର କୋଇଲାରୁ ବିଜୁଳି ଉତ୍ପାଦନ ବନ୍ଦ ହେଲେ ଅଧା ଦେଶ ଅନ୍ଧାରରେ ରହିଯିବ · ଓଡିଶାର ଚାଉଳ ମାଙ୍ଗାଲୋର ଦେଇ ସାଉଦି ଆରବକୁ ଯାଉଛି
– ଓଡିଶା ସବୁକ୍ଷେତ୍ରରେ ପୃଥବୀର ଅନନ୍ୟ ପେଣ୍ଠସ୍ଥଳୀ ହେବ

ସୁରଟ/ଭୁବନେଶ୍ୱର ୩ ସେପ୍ଟେମ୍ବର (ଓଡ଼ିଆ ପୁଅ) -ଓଡିଆ ଯୁବକ ଯୁବତୀ ମାନଙ୍କୁ ଏବେ ମାଲିକ ହେବାର ସମୟ ଆସିଛି। ଏକବିଂଶ ଶତାଦ୍ଧୀରେ ଓଡିଶା ନୂଆକରି ଗଢିବାପାଇଁ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ସୁରଟରେ ଅନୁଷ୍ଠିତ ଓଡିଆ ପର୍ବର ଉଦଯାପନ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ଓଡିଆ ସମାଜ ପକ୍ଷରୁ ଓଡିଶା ପର୍ବ ଦେଶର ରାଜନଧାନୀ ଦିଲୀରୁ ଆରମ୍ଭ ହୋଇ ଆସି ସୁରଟରେ ପହଁଚିଛି। ଆସନ୍ତା ଦିନରେ ଏହା ବାହାର ରାଜ୍ୟକୁ ଯିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଆପଣ ମାନଙ୍କ ଭଳି ଶିଳ୍ପୀ ସୁରଟ ବନାଇଲେ। ଆଜି ତାରିଖରେ ଓଡିଆ ଯୁବକମାନେ ବମ୍ବେ ଦିଲୀ ଛାଡିଦେଲେ ବଡବଡିଆଙ୍କ ଘରେ ପାଣି ଓ ବିଜୁଳି ବଲବ ବନ୍ଦ ହୋଇଯିବ। ଓଡିଶାର କୋଇଲା ଉତ୍ପାଦନ ନହେଲେ ଅଧା ଦେଶ ଅନ୍ଧାରରେ ରହିଯିବ। ଓଡିଶାର ଚାଉଳ ମାଙ୍ଗାଲୋର ଦେଇ ସାଉଦିଆରବକୁ ଯାଉଛି। ଓଡିଶା ସବୁକ୍ଷେତ୍ରରେ ପୃଥବୀର ଅନନ୍ୟ ପେଣ୍ଠସ୍ଥଳୀ ହେବ। ଓଡିଶାକୁ ନୂଆକରି ବନାଇବା ପାଇଁ ସମୟ ଆସିଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top