ସୁରଜମଲ ସାହା ମହାବିଦ୍ୟାଳୟର ସ୍ଥାୟୀ ଗୃହ ଉଦଘାଟନ

ପୁରୀ, ୧୧/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସୁରଜମଲ ସାହା ମହାବିଦ୍ୟାଳୟର ସ୍ଥାୟୀ ଗୃହକୁ ରାଜ୍ୟ, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଆନୁଷ୍ଠାନିକ ଭାବେ ଆଜି ଉଦଘାଟନ କରିଛନ୍ତି। ଉଦଘାଟନ କରି ମନ୍ତ୍ରୀ ଶ୍ରୀମହାନ୍ତି କହିଲେ ଯେ ସହରର ଦ୍ୱତୀୟ ବୃହତମ ମହାବିଦ୍ୟାଳୟ ଟି କିପରି ଦୂରାବସ୍ଥା ମଧ୍ୟରେ ଗତି କରୁଥିଲା ସେ ସଂପର୍କରେ ସୂଚନା ଦେବା ସହ ଏହି ମହାବିଦ୍ୟାଳୟ ଏକ ଆକର୍ଷଣୀୟ ଅତ୍ୟାଧୁନିକ ଗୃହ ପୁରୀର ଉଚ୍ଚ ଶିକ୍ଷାର ବିକାଶ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବ। ଛାତ୍ର ଛାତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ଯଶସ୍ୱୀ ହେବା ପାଇଁ ସେ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାସ ଉତ୍ସବରେ ଅଧ୍ୟକ୍ଷତା କରି ମହାବିଦ୍ୟାଳୟର ସଂକ୍ଷିପ୍ତ ଇତିହାସ ପଠନ କରିବା ସହ ଅତିଥୀ ମାନଙ୍କୁ ସ୍ୱାଗତ କରିଥିଲେ। ମହାବିଦ୍ୟାଳୟର ଉପାଧ୍ୟକ୍ଷ ଅତିଥୀ ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଶିଷ୍ଟ ଶିକ୍ଷାବିତ ଦିବାକର ତ୍ରୀପାଠୀ, ଓ ରଘୁନାଥ ମହାପାତ୍ର ସମ୍ମାନନୀୟ ବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ନିଜକୁ ସୁନାଗରିକ ଭାବେ ଗଢି ତୋଳିବା ପାଇଁ ପରାମର୍ଶ ଦେଇଥିଲେ। ଅଧ୍ୟାପିକା ହରପ୍ରିୟା ଦାସ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। କ୍ରୀଡା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ୱ ଅର୍ଗନ କରିଥିବା ଓ ଜାତୀୟ ସେବା ଯୋଜନାର ଛାତ୍ର ଛାତ୍ରୀ ମାନଙ୍କୁ ଅତିଥୀ ମାନେ ପୁରସ୍କୃତ କରିଥିଲେ। ଅଧ୍ୟାପକ ଅଜିତ କୁମାର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ଚିତାକର୍ଷକ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା।

Leave a Reply

Your email address will not be published. Required fields are marked *