ସୁରକ୍ଷା କର୍ମୀଙ୍କୁ ମାଡ଼ ମାତାଲ ଯୁବକ ଫେରାର

ଘଷିପୁରା୨/୮ (ଓଡ଼ିଆ ପୁଅ/ଦୀପଙ୍କର ମହାନ୍ତି) ଆନନ୍ଦପୁର ବ୍ୟରେଜ ସାଇଡ଼ ରେ କାର୍ଯ୍ୟରତ ତିନିଜଣ ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହେଇଛି ।ଏନେଇ ତିନି ସୁରକ୍ଷା କର୍ମୀମାନେ(ଅଭିମନ୍ୟୁ ଜେନା,ଅମୁଲ୍ୟ ସାହୁ, ରାଜକିଶୋର ସାହୁ)ଘଷିପୁରା ଥାନାକୁ ଅବଗତ କରାଇଛନ୍ତି। ଗତକାଲି ସନ୍ଧ୍ୟାରେ କୁମୁଣିଆ ଗ୍ରାମର କିଛି ବ୍ୟକ୍ତି ମାତାଲ ଅବସ୍ଥାରେ ଆସି ସୁରକ୍ଷା କର୍ମୀଙ୍କୁ ଖରାପ ଭାଷା ବ୍ୟବହାର କରି ଗାଳି ଦେଇଥିଲେ ଏବଂ ଧକ୍କା ମାରିଥିଲେ। ଏଠାରେ ଏକ ଦେଶୀ ମଦ ଭାଟି ଥିବାରୁ ଏ ଯାଗାକୁ ପ୍ରତେକ ଦିନ ଅସାମାଜିକ ବ୍ୟକ୍ତିଙ୍କ ଅଡ୍ଡାସ୍ଥଳୀ ପାଲଟିଛି ଏନେଇ ସୁରକ୍ଷା ଅଧିକାରୀ ଫକୀର ଚରଣ ସାହୁ ଅବକାରୀ ବିଭାଗ ଏବଂ ଥାନା ଅଧିକାରୀ ଙ୍କୁ ଦୃଷ୍ଟି ଦେବାକୁ ଅନୁଗ୍ରହ କରିଛନ୍ତି।

Leave a Reply

Your email address will not be published. Required fields are marked *