ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ

ଭଦ୍ରକ, ୧୩ା୯ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବହୁଦରଡା ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । ସ୍ଥାନୀୟ ସରପଞ୍ଚ ମୁକୁନ୍ଦଦେବ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକରେ ସ୍କୁଲର ପୁରାତନ ଛାତ୍ର ଅଧ୍ୟାପକ ବ୍ରଜମୋହନ ମହାନ୍ତି, ବିଜୟ ମିଶ୍ର, ସୁବାସ ରାଉତ, ପରେଶ ରାଉତ, ଶିକ୍ଷକ କୃଷ୍ଣଚନ୍ଦ୍ର ସେନାପତି, ଶିକ୍ଷକ ଅନ୍ତର୍ଯ୍ୟାମୀ ଓଝା, ଯୁଧିଷ୍ଠିର ନାୟକ, ସାମ୍ବାଦିକ ଗଣେଶ ପ୍ରସାଦ ମହାନ୍ତି, ବିଜୟ ନାୟକ, ପିତାମ୍ବର ରାଉତ, ପ୍ରଧାନଶିକ୍ଷୟିତ୍ରୀ ବନଲତା ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ  । ଏଥିପାଇଁ ଏକ ସୁବର୍ଣ୍ଣ ଜୟନ୍ତି କମିଟି ଗଠନ କରାଯାଇଥିଲା  । କମିଟିରେ ସଭାପତି ଭାବେ ସନାତନ ପଣ୍ଡା, ସଂପାଦକ ପ୍ରଶାନ୍ତ ରାଉତ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ ଓ ସାଂସ୍କୃତିକ ସଂପାଦକ ଭାବେ ପ୍ରଫୁଲ୍ଲ ପଣ୍ଡା, ଗଂଗାଧର ପଣ୍ଡାଙ୍କୁ ମନୋନୀତ କରାଯାଇ ଦାୟିତ୍ୱ ହସ୍ତାନ୍ତର କରାଯାଇଛି  । ଅଧ୍ୟକ୍ଷତା କରୁଥିବା ସରପଞ୍ଚ ତଥା ପୁରାତନ ଛାତ୍ର ମୁକୁନ୍ଦଦେବ ସାମଲ ଏଥିପାଇଁ ସମସ୍ତ ସହଯୋଗ କାମନା କରିଥିଲେ  ।

Leave a Reply

Your email address will not be published. Required fields are marked *