ଓଡ଼ିଶା

ସୁପ୍ରୀମ କୋର୍ଟ ସମାପ୍ତ କଲେ ଯୌତୁକ ପ୍ରତାରଣା ମାମଲାରେ ସେଫଗାର୍ଡ: ପତି ଏବଂ ଶ୍ୱଶୁରଘର ଲୋକଙ୍କୁ ତୁରନ୍ତ ଗିରଫ କରାଯାଇପାରିବ

ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ ଯୌତୁକ ପ୍ରତାରଣା କେସରେ ସେଫଗାର୍ଡକୁ ସମାପ୍ତ କରିଛନ୍ତି। ଏବେ ଏହି ମାମଲାରେ ପତି ଏବଂ ଶ୍ୱଶୁରଘର ଲୋକଙ୍କୁ ତୁରନ୍ତ ଗିରଫ କରାଯାଇପାରିବ। ଅବଶ୍ୟ ସୁପ୍ରୀମ କୋର୍ଟ କହିଲେ କି ଏହି ସମ୍ବନ୍ଧିତ ଧାରା ୪୯୮ ଏ ରେ ଅନେକ ଅସୁବିଧା ଅଛି ଏବଂ ଏହାର ଦୁରୂପୋଯୋଗ ମଧ୍ୟ ହେଉଛି। କିନ୍ତୁ ଏହି ଦୁରୂପୋଯୋଗକୁ ଦୂର କରିବା ପାଇଁ ସଂସଦକୁ କିଛି ନିୟମରେ ପରିବର୍ତ୍ତନ ଶିଘ୍ର କରିବାକୁ ପଡ଼ିବ। ଅବଶ୍ୟ ଯୌତୁକ ପ୍ରତାରଣାରେ ସମ୍ବନ୍ଧିତ ମାମଲାରେ ଆରୋପୀ ଅଗ୍ରିମ ଜାମିନ୍ ମଧ୍ୟ ନେଇ ପାରିବେ। କୋର୍ଟ ନିଜର ପୁରୁଣା ନିଷ୍ପତିରେ ପରିବର୍ତ୍ତନ କରି କହିଲେ କି ପୀଡ଼ିତାଙ୍କର ସୁରକ୍ଷା ପାଇଁ ଏହା କରିବା ଜରୁରୀ ଅଟେ। କୋର୍ଟ କହିଲେ କି ଅବଶ୍ୟ ଆରୋପିମାନଙ୍କ ପାଇଁ ଅଗ୍ରିମ ଜାମିନ୍ ର ବିକଳ୍ପ ଖୋଲା ରହିବ। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କର ଅଧ୍ୟକ୍ଷତାରେ ତିନିଜଣ ବିଚାରପତିଙ୍କର ଖଣ୍ଡପୀଠ କହିଲେ କି ଯୌତୁକ ପ୍ରତାରଣା ମାମଲାରେ ଯେଉଁ ସେଫଗାର୍ଡ ଦିଆଯାଇଛି ସେଥିରେ ସେ ସହମତ ନୁହେଁ।

ତିନି ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ମାନିଛନ୍ତି କି ଯୌତୁକ ପ୍ରତାରଣା ସମ୍ବନ୍ଧିତ ଧାରା ୪୯୮ ଏ ରେ କିଛି ଅସମ୍ପୂର୍ଣ୍ଣତା ତଥା ଅସୁବିଧାକୁ ସଂସଦକୁ ଦୂର କରିବା ଆବଶ୍ୟକ। କୋର୍ଟ ସଂସଦକୁ କହିଛନ୍ତି ଏକ ଉଚିତ ନିୟମ ବନାଇବା ଆବଶ୍ୟକ ଯାହାଫଳରେ ୪୯୮ ଏ ର ଦୁରୂପୋଯୋଗରୁ ରକ୍ଷା କରାଯାଇପାରିବ।

ଆପଣଙ୍କୁ ସୂଚିତ କରାଯାଇପାରେଯେ, ଏହା ପୂର୍ବରୁ ୨୦୧୭ ରେ ସୁପ୍ରୀମ କୋର୍ଟ ଯୌତୁକ ପ୍ରତାରଣା ମାମଲାରେ ତ୍ୱରିତ ଗିରଫଦାରୀକୁ ସମାପ୍ତ କରିଦେଇଥିଲେ। ଦୁଇ ବିଚାରପତିଙ୍କର ଖଣ୍ଡପୀଠ ନିଜ ନିଷ୍ପତିରେ କହିଥିଲେ କି ଯୌତୁକ ପ୍ରତାରଣା କେସରେ ଏବେ ସିଧା ଗିରଫଦାରୀ ହେବ ନାହିଁ। ଏଥିପାଇଁ ପୂର୍ବରୁ ସ୍ଥାନୀୟ ପୁଲିସ ପ୍ରାଥମିକ ଜାଞ୍ଚ କରିବା ପରେ ଗିରଫଦାରୀ ହେବ। ସୁପ୍ରୀମ କୋର୍ଟର ଏହି ନିଷ୍ପତି ବିରୁଦ୍ଧରେ ଜନହୀତ ଯାଚିକା ଦାଖଲ ହୋଇଥିଲା। ତା’ ପରେ ଚିଫ ଜଷ୍ଟିସଙ୍କର ନେତୃତ୍ତ୍ୱରେ ତିନିଜଣ ବିଚାରପତିଙ୍କର ବେଞ୍ଚ ଏହା ଉପରେ ପୁନଃ ବିଚାର କରି ନିଷ୍ପତି ଶୁଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top