ଓଡ଼ିଶା

ସୁପ୍ରୀମ କୋର୍ଟ ରଦ୍ଦ କଲେ ଆଧାର ଆକ୍ଟର ସେକ୍ସନ ୪୭ ଏବଂ ୫୭, ଜାଣି ନିଅନ୍ତୁ ଏହାର ଅର୍ଥ କ’ଣ

ସୁପ୍ରୀମ କୋର୍ଟ ଆଧାର ଆକ୍ଟର ତିନୋଟି ସେକ୍ସନ ୩୩(୨), ସେକ୍ସନ ୪୭ ଏବଂ ସେକ୍ସନ ୫୭ କୁ ଖାରଜ କରିଛନ୍ତି। ଆସନ୍ତୁ ଜାଣିବା ଏହାର ଅର୍ଥ କ’ଣ

ନୂଆଦିଲ୍ଲୀ ୨୬-୯ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ ଆଧାର ଆକ୍ଟ ଉପରେ ବଡ଼ ନିଷ୍ପତି ନେଇଛନ୍ତି। ସୁପ୍ରୀମ କୋର୍ଟ କହିଛନ୍ତିଯେ, ଆଧାର କାର୍ଡ ସଂମ୍ବିଧାନିକ ବୈଧ ଅଟେ। ୫ ରୁ ୩ ଜଣ ବିଚାରପତି ଆଧାର ପକ୍ଷରେ ନିଷ୍ପତି ଶୁଣାଇଛନ୍ତି। ସୁପ୍ରୀମ କୋର୍ଟ ଆଧାର ଆକ୍ଟ ସମ୍ବନ୍ଧିତ ତିନୋଟି ସେକ୍ସନ ୩୩(୨), ସେକ୍ସନ ୪୭ ଏବଂ ଏବଂ ସେକ୍ସନ ୫୭ କୁ ଖାରଜ କରିଛନ୍ତି। ଜାଣନ୍ତୁ ଏହାର ଅର୍ଥ କ’ଣ?

ରଦ୍ଦ ହେଲା ସେକ୍ସନ ୫୭- ସେକ୍ସନ ୫୭ ଅନୁଯାୟୀ କୌଣସି ବ୍ୟକ୍ତିଙ୍କର ପରିଚୟର ସତ୍ୟାସତ୍ୟ ପାଇଁ ଆଧାରର ସୂଚନାକୁ ବ୍ୟବହାର କରିବାର ଅନୁମତି ଥିଲା। କିନ୍ତୁ ସୁପ୍ରୀମ କୋର୍ଟର ନିଷ୍ପତି ପରେ ଏବେ ଏହା ଅବୈଧାନିକ ହୋଇଛି। ନ୍ୟାୟମୂର୍ତ୍ତି କହିଛନ୍ତି କି କୌଣସି ବ୍ୟକ୍ତିର ସତ୍ୟାପନ ପାଇଁ ପୂର୍ବରୁ ହିଁ ଅନେକ ବ୍ୟବସ୍ଥା ଉପସ୍ଥିତ ଅଛି। ଏପରି କ୍ଷେତ୍ରରେ ଏହି ସେକ୍ସନ ଜରିଆରେ ଲୋକମାନଙ୍କର ନିଜତା କିମ୍ବା ପ୍ରାଇଭେସିରେ ଦଖଲ ଦେଇପାରିବେ ନାହିଁ।

ସୁପ୍ରୀମ କୋର୍ଟର ବେଞ୍ଚ କହିଲେ କି ପ୍ରାଇଭେଟ କମ୍ପାନୀଗୁଡ଼ିକୁ ଆଧାର ଏକତ୍ର କରିବାର ଅନୁମତି ଦେଉଥିବା ଆଧାର ଆଇନ୍ ର ପ୍ରାବଧାନ ୫୭ କୁ ରଦ୍ଦ କରିଛନ୍ତି। ଅର୍ଥାତ୍ ପ୍ରାଇଭେଟ କମ୍ପାଗୁଡ଼ିକ ଏବେ ଆଧାର ମାଗିପାରିବେ ନାହିଁ।

ସେକ୍ସନ ୩୩(୨) ଅନୁଯାୟୀ ଆଧାର ଆକ୍ଟରେ ଏହା ପ୍ରାବଧାନ ଥିଲା କି କୌଣସି ମଧ୍ୟ ବ୍ୟକ୍ତିର ସୂଚନାର ଖୁଲାସା କରାଯାଇପାରେ ବୋଲି। ଅବଶ୍ୟ, ଏଥିରେ ଏହି ବ୍ୟବସ୍ଥା ଥିଲା କି କେନ୍ଦ୍ର ସରକାରଙ୍କ ତରଫରୁ ଜଏଣ୍ଟ ସେକ୍ରେଟରୀ ସ୍ତରର ଅଧିକାରୀଙ୍କଠାରୁ ତଳ ସ୍ତରର ଅଧିକାରୀ, କୌଣସି ବ୍ୟକ୍ତିଙ୍କ ବିଷୟରେ ଆଧାର ଜରିଆରେ ସୂଚନା ହାସଲ କରିପାରିବ ନାହିଁ। କିନ୍ତୁ ଏବେ ସେହି ସେକ୍ସନ କୁ ସୁପ୍ରୀମ କୋର୍ଟ ଖାରଜ କରିଦେଇଛନ୍ତି।

ରଦ୍ଦ ହେଲା ସେକ୍ସନ ୪୭ – ସୁପ୍ରୀମ କୋର୍ଟ ନିଜର ନିଷ୍ପତିରେ ସେକ୍ସନ-୪୭ କୁ ମଧ୍ୟ ଅବୈଧାନିକ କହିଛନ୍ତି। ଏହି ଅନୁଯାୟୀ ଡାଟା ବ୍ରିଚ ପାଇଁ ଆପରାଧିକ ମକଦମାକୁ କେବଳ ୟୁଆଇଡିଏଆଇ ହିଁ ଦାଖଲ କରି ପାରିବ ବୋଲି ପ୍ରବଧାନ ଥିଲା। ଏହି ମାମଲାରେ କୌଣସି ବ୍ୟକ୍ତିକୁ ଆପରାଧିକ ମକଦମା କରିବାର ଅନୁମତି ନଥିଲା। କିନ୍ତୁ ଏବେ କୌଣସି ମଧ୍ୟ ବ୍ୟକ୍ତି ଯଦି ତାକୁ ଲାଗୁଛି କି ତା’ର ଡାଟାକୁ ଭୁଲ ଭାବରେ ବ୍ୟବହାର କରାଯାଉଛି ତେବେ ସେ ଆପରାଧିକ କେଶ୍ କରିପାରିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top