ସୁପ୍ରୀମ କୋର୍ଟର ଗୁରୁତ୍ତ୍ୱପୂର୍ଣ୍ଣ ରାୟ: ପରଷ୍ପର ବୁଝାମଣାରେ ସମଲିଙ୍ଗୀ ଯୌନ ସମ୍ବନ୍ଧ ଅପରାଧ ନୁହେଁ

ନୂଆ ଦିଲ୍ଲୀ ୬-୯ (ଓଡ଼ିଆ ପୁଅ) ଉଚ୍ଚତମ ନ୍ୟାୟାଳୟ ପରଷ୍ପର ବୁଝାମଣାରେ ସମଲିଙ୍ଗୀ ଯୌନ ସମ୍ବନ୍ଧକୁ ଅପରାଧ ଘୋଷିତ କରାଯାଉଥିବା ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୩୭୭ର ସଂବୈଧାନିକ ବୈଧତାକୁ ବିରୋଧ କରୁଥିବା ଜନସ୍ୱାର୍ଥ ମାମଲା ଉପରେ ବହୁ ପ୍ରତୀକ୍ଷିତ ନିଷ୍ପତି ଶୁଣାଇ କହିଛନ୍ତି କି ପରଷ୍ପର ବୁଝାମଣାରେ ସମଲିଙ୍ଗୀ ସମ୍ବନ୍ଧ ବନାଇବା ଅପରାଧର ଶ୍ରେଣୀରେ ଆସିବ ନାହିଁ। କୁହାଯାଉଛିଯେ, ପୀଠର ନିଷ୍ପତି ପୂର୍ଣ୍ଣ ସହମତି ମିଳିଛି। ସମଲିଙ୍ଗୀ ସମ୍ବନ୍ଧର ପକ୍ଷଧର ନ୍ୟାୟାଳୟର ଏହି ନିଷ୍ପତି ଉପରେ ଖୁସି ମନାଇବା ସହିତ ଏହା ଏକ ବଡ଼ ବିଜୟ ବୋଲି କହିଛନ୍ତି।

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କର ଅଧ୍ୟକ୍ଷତାରେ ପାଞ୍ଚଜଣ ବିଚାରପତିଙ୍କର ଖଣ୍ଡପୀଠ ସମଲିଙ୍ଗୀ ଅଧିକାର କାର୍ଯ୍ୟକର୍ତାମାନଙ୍କ ସହିତ ବିଭିନ୍ନ ପକ୍ଷକୁ ଶୁଣିବା ପରେ ୧୭ ଜୁଲାଇରେ ରାୟ ସୁରକ୍ଷିତ ରଖିଥିଲେ। ଏହି ଖଣ୍ଡପୀଠର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ବିଚାରପତି ଆରଏଫ ନରୀମନ, ବିଚାରପତି ଏଏମ ଖାନବିଲକର, ବିଚାରପତି ଡିୱାଈ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଇନ୍ଦୁ ମାଲହୋତ୍ରା ମଧ୍ୟ ସାମିଲ ଅଛନ୍ତି।

କ’ଣ ଧାରା ୩୭୭ ?

ଧାରା ୩୭୭ ‘ଅପ୍ରାକୃତିକ ଅପରାଧ’ ସମ୍ବନ୍ଧିତ ଅଟେ। ଯେଉଁଥିରେ କୌଣସି ମହିଳା, ପୁରୁଷ କିମ୍ବା ପଶୁମାନଙ୍କ ସହିତ ଅପ୍ରାକୃତିକ ରୂପରେ ଯୌନ ସମ୍ବନ୍ଧ ବନାଉଥିବା ଲୋକକୁ ଆଜୀବନ କାରାବାସ କିମ୍ବା ଦଶ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଜରିମାନାର ପ୍ରାବଧାନ ଅଛି।

ଶୀର୍ଷ ନ୍ୟାୟାଳୟ ଡାନ୍ସର ନବତେଜ ଜୌହର, ପତ୍ରକାର ସୁନୀଲ ମେହରା, ଶେଫ ଋତୁ ଡାଲମିୟା, ହୋଟଲ କାରୋବାରୀ ଅମନ ନାଥ ତଥା କେଶବ ସୂରୀ, ଆୟଶା କାପୂର ତଥା ଆଇଆଇଟିର ୨୦ ପୂର୍ବ ଏବଂ ବର୍ତ୍ତମାନ ଛାତ୍ରମାନେ ଦ୍ଵାରା ଦାୟର କରାଯାଇଥିବା ରିଟ ଯାଚିକା ଶୁଣାଣି କରିଥିଲେ।

ଧାରା ୩୭୭ ର ପ୍ରଥମ ଥର ଅଣ ସରକାରୀ ସଂଗଠନ ‘ନାଜ ଫାଉଂଡେସନ’ ଉଠାଇଥିଲା। ଏହି ସଂଗଠନ ୨୦୦୧ରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଯାଚିକା ଦାଖଲ କରିଥିଲା ଏବଂ ନ୍ୟାୟାଳୟ ସମାନ ଲିଙ୍ଗ ଦୁଇଟି ବୟସ୍କମାନଙ୍କ ମଧ୍ୟରେ ଯୌନ ସମ୍ବନ୍ଧକୁ ଅପରାଧ ଘୋଷିତ କରୁଥିବା ପ୍ରାବଧାନକୁ ଭୁଲ ବୋଲି କହିଥିଲା। ଉଚ୍ଚ ନ୍ୟାୟାଳୟର ୨୦୦୯ ର ନିଷ୍ପତିକୁ ଶୀର୍ଷ ନ୍ୟାୟାଳୟ ୨୦୧୩ ରେ ପଲଟାଇ ଦେଇଥିଲେ। ଏବଂ ଧାରା ୩୭୭ କୁ ପୁନଃ କାର୍ଯ୍ୟକାରୀ କରିଥିଲେ।

Leave a Reply

Your email address will not be published. Required fields are marked *