ଓଡ଼ିଶା

ସୁପ୍ରୀମ କୋର୍ଟର ଐତିହାସିକ ନିଷ୍ପତି: କୋର୍ଟ କାର୍ଯ୍ୟର ହେବ ସିଧା ପ୍ରସାରଣ

ନୂଆ ଦିଲ୍ଲୀ ୨୬-୯ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ ବୁଧବାରଦିନ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଐତିହାସିକ ନିଷ୍ପତି ନେଇଛନ୍ତି। କୋର୍ଟ ନ୍ୟାୟାଳୟର କାର୍ଯ୍ୟକୁ ଲାଇବଷ୍ଟ୍ରିମିଙ୍ଗ ବା ସିଧା ପ୍ରସାରଣ କରିବାପାଇଁ ଅନୁମତି ଦେଇଛନ୍ତି। ସୁପ୍ରୀମ କୋର୍ଟ କହିଲେ କି ଏହାର ପ୍ରାରମ୍ଭ ସୁପ୍ରୀମ କୋର୍ଟରୁ ହିଁ ହେବ।

ଏହି ନିଷ୍ପତିରେ ସୁପ୍ରୀମ କୋର୍ଟ କହିଲେ କି ‘ଏହାର ପ୍ରାରମ୍ଭ ସୁପ୍ରୀମ କୋର୍ଟରୁ ହିଁ ହେବ। ଏଥିପାଇଁ କିଛି ନିୟମର ଅନୁସରଣ କରିବାର ଆବଶ୍ୟକତା ରହିଛି। କୋର୍ଟର କାର୍ଯ୍ୟର ଲାଇବଷ୍ଟ୍ରିମିଙ୍ଗରେ ଭାରତର ନ୍ୟାୟ ବ୍ୟବସ୍ଥାରେ ଲୋକମାନଙ୍କର ଭରସା ବଢ଼ିବ।’

କୋର୍ଟ କହିଲେ କି କୋର୍ଟ କାର୍ଯ୍ୟର ସିଧାପ୍ରସାରଣରେ ଲୋକମାନଙ୍କର ହୀତ ଯୋଡ଼ି ହୋଇଛି। କୋର୍ଟ ମଧ୍ୟ କହିଲେ କି ଏହା ଫଳରେ କୋର୍ଟର ପ୍ରକ୍ରିୟାରେ ମଧ୍ୟ ପାରଦର୍ଶିତା ଆସିବ।

କୁହାଯାଇପାରେଯେ, କି ଏହି କେସର ଶୁଣାଣି କରିଥିବା ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଏମ ଏମ ଖାନବିଲ୍କର ଏବଂ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କର ଖଣ୍ଡପୀଠ ୨୪ ଅଗଷ୍ଟଦିନ ଏହି ବିଷୟ ଉପରେ ନିଜର ନିର୍ଣ୍ଣୟ ସୁରକ୍ଷିତ ରଖିଥିଲେ। ବେଞ୍ଚ କହିଛନ୍ତି କି ସେ ନ୍ୟାୟାଳୟରେ ଭୀଡ଼କୁ କମ କରିବା ପାଇଁ ‘ଖୋଲା ନ୍ୟାୟାଳୟ ଅର୍ଥାତ୍ ଓପନ କୋର୍ଟ’ର ପରିକଳ୍ପନାକୁ ଲାଗୁ କରିବାକୁ ଚାହୁଁଛନ୍ତି।

ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କର ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଲ କହିଲେ କି ଏହି ପରିକଳ୍ପନାକୁ ପୂର୍ବରୁ ପାୟଲଟ ପ୍ରୋଜେକ୍ଟ ଭାବରେ ଲାଗୁ କରାଯିବା ଆବଶ୍ୟକ ଏବଂ ଏହାର ସଫଳତା-ଅସଫଳତା ସାମନାକୁ ଆସିବା ପରେ ପରେ ହିଁ ସ୍ଥିର କରାଯିବା ଆବଶ୍ୟକ କି ଏହାକୁ ଲାଗୁ କରାଯିବ କିମ୍ବା ନୁହେଁ।

ବେଞ୍ଚ କହିଲେ ‘ଆମେ ଲାଇବ ଷ୍ଟ୍ରିମିଙ୍ଗରେ କୌଣସି ଅସୁବିଧା ନାହିଁ। ଚାଲନ୍ତୁ ଏହାକୁ ଆରମ୍ଭ କରାଯାଉ ଏବଂ ଦେଖାଯାଉ କିପରି ହେଉଛି। ବର୍ତ୍ତମାନ ପାୟଲଟ ପ୍ରୋଜେକ୍ଟ ହିଁ ଆରମ୍ଭ କରାଯିବ ଏବଂ ଏବେ କୌଣସି ନିଷ୍ପତି ନିଆଯାଉନାହିଁ। ସମୟ ସାଥିରେ ଦେଖାଯିବ। ସବୁ କିଛି ଏକ ସାଥିରେ କରାଯାଇପାରିବ ନାହିଁ।’ କୋର୍ଟ ଏହି ଦାବିକୁ ସମୟର ଆବଶ୍ୟକତା ବୋଲି କହିଛନ୍ତି।

କେନ୍ଦ୍ର ମଧ୍ୟ ଏହା ପୂର୍ବରୁ କହିସାରିଛି କି ସଂବୈଧାନିକ ମାମଲାରେ କୋର୍ଟର ଶୁଣାଣିର ସମୟରେ ସୁପ୍ରୀମ କୋର୍ଟର କାର୍ଯ୍ୟର ଲାଇଭଷ୍ଟ୍ରିମିଙ୍ଗ ଏବଂ ଭିଡ଼ିଓ ରିକର୍ଡିଙ୍ଗ ଟ୍ରାୟଲ ବେସିସ୍ ରେ କରାଯାଇପାରେ।

ସୁପ୍ରୀମ କୋର୍ଟ ଏହି ମାମଲାରେ ସିନିୟର ଲୟର ଇନ୍ଦିରା ଜୟସିଂହ, ଲ ଷ୍ଟୁଡେଣ୍ଟ ସ୍ନେହିଲ ତ୍ରିପାଠୀ ଏବଂ ସେଣ୍ଟର ଫର ଅକାଉଣ୍ଟେବିଲିଟି ଆଣ୍ଡ ସିଷ୍ଟମେମିକ ଚେଞ୍ଜ ଏନଜିଓ ତରଫରୁ ଦାଖଲ କରାଯାଇଥିବା ଯାଚିକା ଉପରେ ଶୁଣାଣି କରିଥିଲେ।

ଆଟର୍ଣ୍ଣି ଜେନେରାଲ ଏହାକୁ ଲାଗୁ କରିବା ପାଇଁ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି କି ଲାଇଭ୍ ଷ୍ଟିମିଙ୍ଗକୁ ୭୦ ସେକେଣ୍ଡର ବିଳମ୍ବରେ ଆରମ୍ଭ କରାଯିବା ଆବଶ୍ୟକ ଯାହାଫଳରେ ଯଦି କୌଣସି ଓକିଲ ଭୁଲ ବ୍ୟବହାର କରନ୍ତି କିମ୍ବା ମାମଲା ସମ୍ବେଦନଶୀଳ ଅଟେ ତେବେ ବେଞ୍ଚ ଷ୍ଟ୍ରିମିଙ୍ଗର ସାଉଣ୍ଡ ମ୍ୟୁଟ କରି ପାରିବେ।

ଶୁଣାଣିର ସମୟରେ ଏହି ଏନଜିଓର ପକ୍ଷ ରଖି ଥିଲେ ଓକିଲ ବିରାଗ ଗୁପ୍ତା। ସେ ତାଙ୍କ ମନ୍ତବ୍ୟରେ କହିଥିଲେକି କି କୋର୍ଟର କାର୍ଯ୍ୟକୁ ଲାଇବ ଷ୍ଟ୍ରିମ କରିବା କିମ୍ବା କୌଣସି ଚ୍ୟାନେଲ୍ ଆଣିବା ବଦଳରେ ଭିଡ଼ିଓ ରେକର୍ଡିଙ୍ଗ କରି କୋର୍ଟର ଆଧିକାରିକ ୱେବସାଇଟରେ ରଖାଯାଉ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top