ଓଡ଼ିଶା

ସୁପ୍ରୀମ କୋର୍ଟଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ରାୟ: ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ ହେବେ ନାହିଁ ସାଂସଦ ଏବଂ ବିଧାୟକ

ସୁପ୍ରୀମ କୋର୍ଟ କହିଲେ କି ରାଜନୀତିରେ ଅପରାଧିକରଣକୁ ସମାପ୍ତ କରିବା ଜରୁରୀ। କିନ୍ତୁ ତା’ ସମ୍ବନ୍ଧରେ ଆଇନ୍ ବନାଯିବା ଆବଶ୍ୟକ ଯେପରି ଅପରାଧି ରାଜନୀତିକୁ ଆସି ପାରିବେ ନାହିଁ।
ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ସାଂସଦ ଏବଂ ବିଧାୟକମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପୂର୍ବରୁ ଅଯୋଗ୍ୟ ଘୋଷିତ କରାଯିବା ମାମଲାରେ ସୁପ୍ରୀମ କୋର୍ଟ ଗୁରୁତ୍ତୱପୂର୍ଣ୍ଣ ରାୟ ଶୁଣାଇ ସ୍ପଷ୍ଟ କରିଛନ୍ତି କି ସାଂସଦ ଏବଂ ବିଧାୟକମାନଙ୍କ ଉପରେ ଆରୋପ ସିଦ୍ଧ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ଅଯୋଗ୍ୟ ଘୋଷିତ କରାଯାଇନପାରେ।

ସୁପ୍ରୀମ କୋର୍ଟ କହିଲେ କି ଏପରି ମାମଲାରେ ସଂସଦ ସ୍ଥିର କରୁ କି ସଂସଦକୁ କ’ଣ କରିବାକୁ ପଡ଼ିବ। ଏହା ସହିତ ସୁପ୍ରୀମ କୋର୍ଟ କହିଛନ୍ତି କି ରାଜନୀତିରେ ଅପରାଧିକରଣକୁ ସମାପ୍ତ କରିବା ଜରୁରୀ କିନ୍ତୁ ତା’ ସମ୍ବନ୍ଧରେ ଆଇନ୍ ବନାଇବା ଆବଶ୍ୟକ।

ସୂଚନାଯୋଗ୍ୟଯେ, ସାଂସଦ, ବିଧାୟକମାନଙ୍କ ଉପରେ ଜନ ପ୍ରତିନିଧିତ୍ଵ ଆଇନ୍ ଅନୁଯାୟୀ କୌଣସି ଆପରାଧିକ ମାମଲାରେ ଦୋଷସିଦ୍ଧ ହେବା ପରେ ହିଁ ନିର୍ବାଚନ ଲଢ଼ିବା ଉପରେ କଟକଣା ଅଛି। ଚିଫ ଜଷ୍ଟିସ ଅଫ ଇଣ୍ଡିଆ ଦୀପକ ମିଶ୍ରଙ୍କର ଅଧ୍ୟକ୍ଷତାରେ ପାଞ୍ଚଜଣ ବିଚାରପତିଙ୍କର ଖଣ୍ଡପୀଠ ଏହି ମାମଲାରେ ଦଖଲ ନଦେଇ ଏହି ମାମଲାକୁ ସଂସଦ ଉପରେ ଛାଡ଼ି ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top