ଜିଲ୍ଲା ପରିକ୍ରମା

ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ବଢିଲା ଶ୍ରୀମନ୍ଦିର ଆୟ, ନିଷ୍ପତିକୁ ଜଗନ୍ନାଥପ୍ରେମୀ ମାନେ ସ୍ୱାଗତ କରିଛନ୍ତି

ଯାଜପୁର-୧୨/୬(ଓଡିଆ ପୁଅ/ଏ.ରାଉତ) କୋଟି ମଣିଷର ଆରାଧ୍ୟ ଦେବତା ସେ। ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କର କେବଳ ଆମ ରାଜ୍ୟ ନୁହେଁ ସାରା ପୃଥିବୀର କୋଣ ଅନୁକୋଣରେ ଭରି ରହିଛନ୍ତି ଅସଂଖ୍ୟ ଭକ୍ତ। ରାଜ୍ୟର କୋଟିକୋଟି ଓଡିଆଙ୍କ ଭାବାବେଗ ଜଗନ୍ନାଥଙ୍କ ସହିତ ଜଡିତ। ସର୍ବମୟ ସେ, କିଏ ଦୂରରୁ ରହି ତାଙ୍କୁ ଦୁଇ ହାତଟେକି ଆର୍ଶିବାଦ କାମନା କରେତ କିଏ ଭକ୍ତଭାବରେ ଗଦଗଦ ହୋଇ ତାଙ୍କ ଶ୍ରୀ ମନ୍ଦିରକୁ ଧାଇଁ ଆସି ତାଙ୍କୁ ଗୁହାରୀ କରେ। ତାଙ୍କୁ ଅପଲକନୟନରେ ଚାହିଁ ଦେଲେ ଭକ୍ତର ଦୁଃଖ ଦୂର ହୋଇଯାଏ। ତାଙ୍କ ଭାବର ଛନ୍ଦରେ ଛନ୍ଦାୟିତ ହୁଏ ଭକ୍ତ। ଜଗନ୍ନାଥଙ୍କର ସାନିଧ୍ୟ ଟିକିଏ ପାଇବାକୁ ପ୍ରତିଦିନ ଲକ୍ଷଲକ୍ଷ ଭକ୍ତ ଧାଇଁ ଆସନ୍ତି ପୁରୀକୁ। ଅପରପକ୍ଷେ ଭକ୍ତଟିଏ ତାର ଆରାଧ୍ୟ ଦେବତାଙ୍କୁ ଦର୍ଶନ କରିବା ସହିତ ନିଜର ଦୁଃଖ ଯନ୍ତ୍ରଣାକୁ ଲାଘବ କରିବାକୁ ମଥା ପାତିବାକୁ ଆସୁଥିଲାବେଳେ ମନ୍ଦିର ପରିସରରେ ନାନା ସମସ୍ୟାକୁ ସମ୍ମୁଖିନ ହୁଏ। କେତେବେଳେ ଦର୍ଶନ ପାଇବାର ସୁବିଧାରୁ ବଂଚିତ ହୋଇ ଭଗ୍ନ ମନୋରଥରେ ଘରକୁ ଫେରୁିଥାଏ ତ କେତେବେଳେ ଦାନ ଦକ୍ଷିଣାକୁ ନେଇ ସେବକଙ୍କ ଆକ୍ରୋଶର ଶିକାର ହୋଇ ଆହାତ ହୋଇ ଫେରିଥାଏ। ଏ ନେଇ ବିଚରା ଭକ୍ତଟିର ପ୍ରତିବାଦ କରିବାର ଜୁ ନଥାଏ। ବହୁ ସମୟରେ ଭକ୍ତର ପ୍ରତିବାଦର ସ୍ୱର ମଧ୍ୟ ଚାପି ହୋଇଯାଏ ଏହି କତିପୟ ସେବକଙ୍କ ନାଲି ଆଖି ଆଗରେ। ଏହାକୁ ନେଇ ଏକ ଜନସ୍ୱାର୍ଥ ମାଲାର ବିଚାର କରି ସୁପ୍ରିମକୋର୍ଟ ନିକଟରେ ତାଙ୍କ ନିର୍ଦେଶନାମାରେ ଦର୍ଶାଇଥିଲେ ଜଗନ୍ନାଥପ୍ରେମୀ ଦର୍ଶନାଭିଳାଷୀ କୈାଣସି ଭକ୍ତ ଯେପରି ଅସୁବିଧାର ସମ୍ମୁଖିନ ନହୁଅନ୍ତି ସେ ବିଷୟରେ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବ। ମନ୍ଦିରକୁ ଆସୁଥିବା ଭକ୍ତ ଶ୍ରୀ ଜଗନ୍ନାଥଙ୍କ ଭାବାବଗ ସହିତ ଜଡିତ ହୋଇ ଭଗବାନଙ୍କୁ ଦାନ ଆକାରରେ ବିଭିନ୍ନ ମୂଲ୍ୟବାନ ବସ୍ତୁ ସହିତ ବିପୁଳ ଅର୍ଥ ଦାନ କରନ୍ତି। ବହୁ ସମୟରେ ସେବାୟତ/ସେବକ ମାନେ ଏହି ଦାନ ଅର୍ଥକୁ ଆତ୍ମସାତ ନକରି ମନ୍ଦିରର ଉନ୍ନତି ପାଇଁ ବିନିଯୋଗ କରିବାକୁ ବିଚାରପତି ଆଦର୍ଶ କୁମାର ଗୋୟେଲ ଓ ବିଚାରପତି ଅଶୋକ ଭୂଷଣଙ୍କ ଗ୍ରୀଷ୍ମ ଅବକାଶ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ଏହା ସହିତ ଉକ୍ତ ଖଣ୍ଡପୀଠ ଶ୍ରୀ ମନ୍ଦିରରେ ଜବରଦସ୍ତ ଦାନ ଦକ୍ଷିଣା ଆଦାୟ ଭଳି ଅନୈତିକ ପ୍ରଥାକୁ ବନ୍ଦ କରିବାକୁ ମଧ୍ୟ କଡା ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶ ପରେ ଶ୍ରୀ ମନ୍ଦିର ହୁଣ୍ଡିରେ ଦାନର ପରିମାଣ ଅହେତୁକ ଭାବେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଦିନକୁ ୩ରୁ ୪ ଲକ୍ଷ ଟଙ୍କା ଆୟ ହେଉଥିବା ହୁଣ୍ଡିରୁ ୧୫ ଲକ୍ଷରୁ ଉଦ୍ଧ୍ୱର୍ଟଙ୍କା ଆୟ ହେବା ସାଧାରଣରେ ବିସ୍ମୟ ସୃଷ୍ଟି କରିବା ସହିତ ପ୍ରତିଦିନ ଲକ୍ଷଲକ୍ଷ ଟଙ୍କାଙ୍କୁ ସେବାୟତ/ସେବକ ଲୁଟି ନେଉଥିବା ମଧ୍ୟ ପ୍ରମାଣିତ କରୁଥିବା ମତଦେଇଛନ୍ତି ଜଗନ୍ନାଥ ପ୍ରେମୀ। ଏହା ସହିତ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି ଜଗନ୍ନାଥପ୍ରେମୀ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top