ଖେଳ

ସୁପର-୭ କ୍ରିକେଟ ମ୍ୟାଚ ଉଦ୍ୟାପିତ

ପୁରୀ:୩/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଓଡିଶାର ସୁପର-୭ କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ଷୋଡଶ ଜାତୀୟ ସୁପର-୭ କ୍ରିକେଟ ଟୁର୍ଣ୍ଣାମେଟ ଉଦ୍ୟାପିତ ହୋଇଯାଇଛି। ପୁରୁଷ ବିଭାଗରେ ଓଡିଶା ଦଳ ଚମ୍ପିୟାନ ହୋଇଥିବା ବେଳେ ଓଡିଶା ପୁଲିସ ରର୍ନସ ଅପ୍ ଓ ପଶ୍ଚିମବଙ୍ଗ ତୃତୀୟ ସ୍ଥାନ ଅଧିକାର କରିଛି। ସେହିଭଳି ମହିଳା ବିଭାଗରେ ଦିଲ୍ଲୀ ଚମ୍ପିୟାନ, ଉତ୍ତରପ୍ରଦେଶ ରର୍ନସ ଅପ ଓ ଓଡିଶା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉଦ୍ୟାପନୀ ଉତ୍ସବରେ ବିଧାୟକ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଏଭଳି ଚମ୍ପିଆନ ସିପ ଆୟୋଜନ ଦ୍ୱାରା ଓଡିଶାର ସୁପର-୭ କ୍ରିେକେଟର ଭିତ୍ତିଭୂମି ସୁଦୃଢ଼ ହୋଇପାରିବ। ପୁରୀରେ ପ୍ରଥମ ଥର ଏଭଳି ପ୍ରତିଯୋଗୀତା ଆୟୋଜନ ଏକ ମହତ୍ ପଦକ୍ଷେପ। ଆଗାମୀ ଦିନରେ ଓଡିଶାର ସୁପର-୭ କ୍ରିକେଟର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ସେ ମତ ଦେଇଥିଲେ। ଆସୋସିଏସନ୍ ର ସଭାପତି ସୁବାଶିଷ ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଫେଡେରସନର ସମ୍ପାଦକ ଶ୍ରୀକାନ୍ତ ବର୍ମା ସୁପର-୭ କ୍ରିକେଟ ଚମ୍ପିଆନ୍ ସିପ୍ ସହାୟତାରେ ଆୟୋଜନ କରିଥିବାରୁ ଆୟୋଜକଙ୍କୁ ସାଧୁବାଦ୍ ଜଣାଇଥିଲେ। ଏହି ଅବସରରେ ୮ଟି ଆଖଡାର ମୁଖ୍ୟଙ୍କ ସମେତ ନାରାୟଣ ସାହୁ, ବିଶ୍ୱନାଥ ଭଟ୍ଟ, ହରିହର ସିଂ, କୃଷ୍ଣଚନ୍ଦ୍ର ପଣ୍ଡା, ରଘୁନାଥ ସାହୁ, ନୀଳକଣ୍ଠ ମିଶ୍ର, ନରସିଂହ ଲେଙ୍କା ଓ ପ୍ରମିଳା ସାହୁ, ଲାଇଫ ଟାଇମ୍ ଆଚିଭ୍ମେଣ୍ଟ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ। ଉତ୍ସବରେ ରାଜ୍ୟ କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ରାମକୃଷ୍ଣ ଦାସମହାପାତ୍ର, ଗୌରହରି ପ୍ରଧାନ, କ୍ରୀଡା ସଂସଦର ସମ୍ପାଦକ ରବିଶଙ୍କର ପ୍ରତିହାରୀ, ନାରାୟଣ ସାହୁ, ପୁଷ୍ପାଞ୍ଜଳି ରଣା, କୃଷ୍ଣଚନ୍ଦ୍ର ପଣ୍ଡା, ଆସୋସିଏସନ୍ ର ସମ୍ପାଦକ ପ୍ରଦୀପ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଶେଷରେ ଚମ୍ପିଆନ୍, ରର୍ନସ ଅପ୍ ଓ ଶୃଙ୍ଖଳିତ ଦଳକୁ ଅତିଥି ଗଣ ଟ୍ରଫି ଆର୍ଥିକ ପୁରସ୍କାର ସହ ପୁରସ୍କୃତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top