ଅନୁଗୁଳ

ସୁନ୍ଦରୀକୁ ନେଇ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ

ଅନୁଗୋଳ, ୨୧/୧୦( ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଜି ସାତକୋଶିଆ ଅଭୟାରଣ୍ୟ ସନ୍ନିକଟ ଟାଇଂସୀ ଗ୍ରାମରେ ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ଘଟିଛି ପୋଲିସ ଓ ଲୋକଙ୍କ ମଧ୍ୟରେ ଘଟିଛି ଖଣ୍ଡଯୁଦ୍ଧ। ଉତ୍ୟକ୍ତ ଗ୍ରାମବାସୀ ପ୍ରଥମେ ଜରପଡା ଥାନା ଅଧିନସ୍ଥ ମୁଣ୍ଡାସାହୀ ଛକ ନିକଟରେ ବାଘୁଣୀ ଆକ୍ରମଣରେ ମୃତ ତ୍ରିନାଥ ସାହୁଙ୍କ ମୃତ ଦେହ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ। ତେବେ ଏତିକି ବେଳେ ଲୋକଙ୍କୁ ଘୋଉଡାଇବା ବେଳେ ଘଟିଛି ଲଙ୍କାକାଣ୍ଡ। ପୋଲିସ ବନବିଭାଗର ବରିଷ୍ଠ ଅଧିକାରୀଙ୍କୁ ଡକାଇ ଘଟଣାର ସମାଧାନ ପାଇଁ ଚେଷ୍ଟା କରୁଥିବା ବେଳେ ହଠାତ କିଛି ଲୋକ ଏସପି ଙ୍କ ଗାଡି ଉପରକୁ ଢେଲାପଥର ମାଡ କରିଥିବାର ପୋଲିସ ଅଭିଯୋଗ କରିଥିବା ବେଳେ ଲୋକେ ମଧ୍ୟ ପୋଲିସ ବିରୁଦ୍ଧରେ ଲୋକଙ୍କୁ ତଡି ଦେଉଥିବାର ଅଭିଯୋଗ କରିଛନ୍ତି। ତେବେ ଢେଲା ମାଡ଼ ପ୍ରତିବଦଳରେ ପୋଲିସ ମଧ୍ୟ ମୃଦୁ ଲାଠିଚାଳନା କରିଥିଲା। ଆଉ ତା ପରେ ବିଗିଡି ଯାଇଥିଲା ପରିସ୍ଥିତି। ଉତ୍ୟକ୍ତ ଲୋକେ ପୋଲିସ ଉପରକୁ ଢେଲାପଥର ମାଡ କରିଥିଲେ। ଘଟଣାସ୍ଥଳରେ ଥିବା ପୋଲିସର ଦୁଇଟି ବସ ଓ ଭ୍ୟାନକୁ ପୋଡି ଦେଇଥିଲେ। ପୋଲିସ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରବର ବୁଲେଟ ସହ ଲୁହବୁହା ଗ୍ୟାସ ମାଡ କରିଥିଲା। ଯେଉଁଥିରେ କିଛି ଲୋକ ମଧ୍ୟ ଆହତ ହୋଇଥିଲେ। ଅନ୍ୟପକ୍ଷେ ଲୋକଙ୍କ ଢେଲାପଥର ମାଡରେ ପୋଲିସ ଅଧିକାରୀମାନେ ମଧ୍ୟ ଆହତ ହୋଇଛନ୍ତି। ତେବେ ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡ଼ିବାପରେ ପୋଲିସ ଆନ୍ଦୋଳନସ୍ଥଳରୁ ମୃତଦେହ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top