ଓଡ଼ିଶା

ସୁନ୍ଦରଗଡ଼ ଜିଲ୍ଲାରେ ୩୭୬ ପୁଲିସ ପଦ ଖାଲି

ରାଉରକେଲା ୧୪-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଓଡ଼ିଶା ପୁଲିସ ବାହିନୀରେ କନେଷ୍ଟବଳ ଠାରୁ ଡିଜି ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ପ୍ରାୟ ୧୧ ହଜାର ପଦବୀ ଖାଲି ପଡ଼ିଛି। ଏହା ମଧ୍ୟରୁ ସୁନ୍ଦରଗଡ଼ର ଭାଗ ହେଉଛି ୩୭୬। ରାଉରକେଲା ପୋଲିସ ଜିଲ୍ଲାରେ ୨ଟି ଅତିରିକ୍ତ ଏସ୍ପି, ୩ଟି ଡିଏସ୍ପି, ୨ଟି ଇନ୍ସପେକ୍ଟର, ୯୩ଟି ସବ୍ଇନ୍ସପେକ୍ଟର, ୨୭ଟି ଏଏସ୍ଆଇ, ୪୪ଟି କନେଷ୍ଟବଳ ସମେତ ମୋଟ୍ ୨୪୬ଟି ପଦବୀ ଖାଲି ପଡ଼ିଥିବା ବେଳେ ସୁନ୍ଦରଗଡ଼ ପୋଲିସ ଜିଲ୍ଲାରେ ବି ୧୩୦ଟି ପଦବୀ ଖାଲି ପଡ଼ିଛି। ବିଧାନସଭାରେ ରାଉରକେଲା ବିଧାୟକ ଦିଲୀପ ରାୟଙ୍କ ଏକ ପ୍ରଶ୍ନର ଉତରରେ ବିଭାଗର ପ୍ରତ୍ୟକ୍ଷ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଧାନସଭାରେ ରଖିଥିବା ଉତର ଅନୁଯାୟୀ ଗତ ଅଗଷ୍ଟ ପହିଲା ସୁଦ୍ଧା ରାଜ୍ୟରେ ଆଇଜି ପାହ୍ୟାର ୪ଟି, ଡିଆଇ ପାହ୍ୟାର ୧୧ଟି, ଏସ୍ପି ପାହ୍ୟାର ୧୧ଟି, କମାଣ୍ଡାଂଟ ପାହ୍ୟାର ୧୦ଟି ଓ ଅତିରିକକ୍ତ ଏସ୍ପି ପାହ୍ୟାର ୨୩ ପଦବୀ ଖାଲି ପଡ଼ିଛି। ଡେପୁଟି କମାଣ୍ଡାଂଟ ପାହ୍ୟାରେ ୧୮ଟି ଓ ଏଏସ୍ପି ପାହ୍ୟାରେ ୧୧ଟି ପଦବୀ ଖାଲି ପଡ଼ିଥିବା ବେଳେ ଡିଏସ୍ପି ପାହ୍ୟାରେ ୧୬୪ ପଦବୀ ଖାଲି। ରାଜ୍ୟରେ ଇନ୍ସପେକ୍ଟର ପାହ୍ୟାରେ ବିଭିନ୍ନ କିସମର ୧୯୯ଟି ପଦବୀ ଖାଲି ପଡ଼ିଥିବା ବେଳେ ୭ଟି ସୁବେଦାର ମେଜର୍ ଓ ୧୧୨ଟି ସୁବେଦାର ପଦବୀ ମଧ୍ୟ ଖାଲି। ବ୍ରାସ୍ ବ୍ୟାଣ୍ଡ, ଷ୍ଟ୍ରିଙ୍ଗ୍ ବ୍ୟାଣ୍ଡ, ଫିଟର୍, ସିଫର୍ ଆଦିରେ ୬ଟି ଇନ୍ସପେକ୍ଟର ପାହ୍ୟାର ପଦବୀ ଖାଲି ପଡ଼ିଥିବା ବେଳେ ୩୩ଟି ସର୍ଜେଟ ଓ ୧୩୩୦ଟି ସବ୍ଇନ୍ସପେକ୍ଟର ପଦବୀ ମଧ୍ୟ ଖାଲି ରହିଛି। ବିଧାୟକ ଶ୍ରୀ ରାୟ ତୁରନ୍ତ ଏ ସମସ୍ତ ପଦବୀ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି ଭିତ୍ତିରେ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top