ସୁନ୍ଦରଗଡ଼ ଅଟୋ କର୍ମଚାରୀ ମହାସଂଘର ଅଣସଙ୍ଗଠିତ ଶ୍ରମିକଙ୍କ ସଚେତନତା ଶିବିର

ରାଉରକେଲା ୨୯-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଅଣସଙ୍ଗଠିତ ଶ୍ରମିକ ମାନଙ୍କ ପାଇଁ ସାମାଜିକ ନିରାପତ୍ତା ଆଇନ-୨୦୦୮ ଅନୁଯାୟୀ ଏକ ସଚେତନତା ଶିବିର ପାୱାର ହାଉସ ରୋଡ ସ୍ଥିତ ମହାସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ ରେଣୁବାଳା ପଟ୍ଟନାୟକ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ସେ ଏହି ଅବସରରେ କହିଲେଯେ, ଅସଙ୍ଗଠିତ ଶ୍ରମିକ ଶ୍ରେଣୀରେ ଅଟୋ ଚାଳକ ମାନଙ୍କୁ ପଂଜିକୃତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ରାଜ୍ୟ ସରକାର ସାମାଜିକ ନିରାପତ୍ତା ଆଇନ ୨୦୧୭ରେ ବ୍ୟବସ୍ଥା କରିଛନ୍ତି। ଜଣେ ଅଟୋ ଚାଳକ ଏହି ବ୍ୟବସ୍ଥାରେ ପଂଜିକୃତ ହେଲେ ତାଙ୍କ ପରିବାରକୁ ଦୁର୍ଘଟଣା ଜନତିତ ମୃତ୍ୟୁ ୨ଲକ୍ଷ ଟଙ୍କା ମିଳିବ। ଗ୍ରୁପ ଇନ୍ସୁରାନ୍ସ କଲେ, ଚିକିତ୍ସା ସୁବିଧା ସମ୍ପୃକ୍ତ ଅଟୋ ଚାଳକଙ୍କୁ ମିଳିବ। ଏଭଳି ସାମାଜିକ ସୁରକ୍ଷା ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ଆଲୋଚନା କରିଥିଲେ। ସଂଘର ଉପଦେଷ୍ଟା ରମେଶ ବଳ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ସାଧାରଣ ସମ୍ପାଦକ ସୁଧିର ଜେନା କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜାଭେଦ ହୁସେନ, ରମେଶ ସା, ଅରୁଣ କୁନ୍ଦ୍ରା, ଲାଲ ବିହାରୀ ସିଂ, ବିନୟ ଶୁକ୍ଲା, ଏମଡି ଦସ୍ତାଗିର, ସୋମନାଥ ସା, ଗୋପୀ ସାହୂ, ଉପେନ୍ଦ୍ର ଗୁପ୍ତା, ସୁଦାମ ସାହୁ ପ୍ରମୁଖ ଏହି ସଚେତନତା ଶିବିରରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *