ଓଡ଼ିଶା

ସୁନ୍ଦରଗଡରେ ଶୋକର ଛାୟା: ପୂର୍ବତନ ସାଂସଦ ତଥା ମନ୍ତ୍ରୀ ଫ୍ରିଡ଼ା ଟପ୍ନୋଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ରାଉରକେଲା ୭-୨ (ଓଡ଼ିଆ ପୁଅ): ସୁନ୍ଦରଗଡ଼ର ପୂର୍ବତନ ସାଂସଦ ତଥା ମନ୍ତ୍ରୀ ଫ୍ରୀଡ଼ା ଟପ୍ନୋଙ୍କ ଗତକାଲି ୯୩ ବର୍ଷ ବୟସରେ ବିୟୋଗ ହୋଇଯାଇଛି। ଏହି ଖବର ସମଗ୍ର ରାଜ୍ୟ ସମେତ ସୁନ୍ଦରଗଡ଼ ଜିଳ୍ଲାରେ ଶୋକର ଲହରୀ ଖେଳାଇ ଦେଇଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ୱର୍ଗତା ଫ୍ରିଡ଼ା ଟପ୍ନୋଙ୍କ ବିୟୋଗରେ ଶୋକ ବାର୍ତ୍ତା ଦିଆଯାଇ ଗଭୀର ଶ୍ରଦ୍ଧାଜଂଳି ଅର୍ପଣ କରାଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତିଯେ, ସେ ଜଣେ ଲୋକପ୍ରୀୟ ଓ ସରଳ ଆଦିବାସୀ ରାଜନେତ୍ରୀ ଥିଲେ। ତାଙ୍କର ଚାକିରୀ ଜୀବନ କାଳରେ ସେ ଆଦିବାସୀଙ୍କୁ ଅନେକ ସାହାଯ୍ୟ କରିଥିଲେ। ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଥାଇ ରାଜ୍ୟର ଆଦିବାସୀ ମାନଙ୍କର ବିକାଶ ପାଇଁ ସେ ଅନେକ କଲ୍ୟାଣମୂଳକ କାର୍ଯ୍ୟ ସମ୍ପାଦନ କରିଥିଲେ। ମନ୍ତ୍ରୀ ଶ୍ରୀ ଓରାମ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଏବଂ ଏହି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ ଲାଗି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ସେହିପରି ଆରଡ଼ିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଆଦିବାସୀ ନେତ୍ରୀ ସୁଶ୍ରୀ ଫ୍ରିଡ଼ା ଟପ୍ନୋଙ୍କ ବିୟୋଗରେ ଗଭୀର ଶୋକ ପ୍ରକଟ କରିଛନ୍ତି। ସୁଶ୍ରୀ ଫ୍ରିଡ଼ା ଟପ୍ନୋଙ୍କୁ ନିଜ ରାଜନୈତିକ ଜୀବନର ଜଣେ ସଫଳ ମାର୍ଗ ପ୍ରର୍ଦଶିକା ଭାବରେ ଅବିହିତ କରି ଆଦିବାସୀ ସମାଜର ବିକାଶ ପାଇଁ ସୁଶ୍ରୀ ପ୍ରୀଡ଼ା ଟପ୍ନୋଙ୍କ ଅବଦାନ ଅନନ୍ୟ ବୋଲି କହିଛନ୍ତି। ରାଉରକେଲା ସହିତ ସଂସଦର ଭବନରେ ବୀରବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଠାରୁ ଆରମ୍ଭ କରି ଆଦିବାସୀ ସମାଜର ସମ୍ମାନ ଓ ସ୍ୱାଭିମାନକୁ ରକ୍ଷା କରିବାରେ ତାଙ୍କର ସଫଳ ନେତୃତ୍ୱ ସର୍ବଦା ଉଦାହରଣ ହୋଇ ରହିବ। ତାଙ୍କ ବିୟୋଗ କେବଳ ସୁନ୍ଦରଗଡ଼ ଜିଲ୍ଲା ପାଇଁ ନୁହେଁ, ବରଂ ସମଗ୍ର ଓଡ଼ିଶାର ରାଜନିତୀ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ଶ୍ରୀ ନାୟକ ତାଙ୍କ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି। ସେହିପରି ରାଉରକେଲା ବିଧାୟକ ଦିଲୀପ ରାୟ କହିଛନ୍ତିଯେ, ପ୍ରୀଡ଼ାଙ୍କ ବିୟୋଗ ଖବରରେ ସେ ମର୍ମାହତ। ଶ୍ରୀ ରାୟ କହିଛନ୍ତି ଅତୀତରେ ସେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଥିବା ବେଳେ, ରାଜ୍ୟସଭାରେ ସାଂସଦ ଥିବା ସୁଶ୍ରୀ ଟପ୍ନୋଙ୍କ ସହ ବହୁବାର ଜିଲ୍ଲାର ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିର୍ସା ମୁଣ୍ଡାଙ୍କ ସ୍ମାରକୀ ନୂଆଦିଲ୍ଲୀରେ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ। ଆଦିବାସୀ ବର୍ଗରୁ ଆସିଥିବା ବହୁ ନେତା ଓ ନେତ୍ରୀଙ୍କୁ ସେ ଜାଣିଥିବା ସତ୍ୱେ ସୁଶ୍ରୀ ଟପ୍ନୋଙ୍କ ଭଳି ଜଣେ ନମ୍ର, ମିଷ୍ଟଭାଷୀ ଓ ଦୂରଦୂଷ୍ଟି ସମ୍ପନ୍ନ ରାଜନୈତିକ ବ୍ୟକ୍ତିତ୍ୱ ସେ ଏଯାଏ ଦେଖି ନାହାନ୍ତି ବୋଲି ଶ୍ରୀ ରାୟ ପ୍ରକାଶ କରିଥିଲେ। ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରୀ ରାୟ ପ୍ରାର୍ଥନା କରିଥିଲେ। ସେହିପରି ସଚେତନ ନାଗରିକ ମଂଚ, ବିର୍ସା ମୁଣ୍ଡା ଷ୍ଟାଚ୍ୟୁ କମିଟି, ଆରଏସଏସ, ରାଉରକେଲା ଜିଲ୍ଲା କଂଗ୍ରେସ କମିଟି, ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ, ସେକ୍ଟର-୨୨ ଏମ୍ପୋଲଇଜ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ସୁଶ୍ରୀ ଫି୍ରିଡ଼ା ଟପ୍ନୋଙ୍କ ବିୟୋଗରେ ଗଭୀର ଶୋକ ପ୍ରକଟ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top