ଓଡ଼ିଶା

ସୁନୀତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ବିଶ୍ୱ ହିନ୍ଦୁ ପରିଷଦ

ଯାଜପୁର -୧୧/୭(ଓଡିଆ ପୁଅ/ଏ.ରାଉତ) – ଯାଜପୁର ଜିଲା କୋରେଇ ଥାନା ଅଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ସୁନୀତା ହତ୍ୟାକାଣ୍ଡର ସିବିଆଇ ଦ୍ୱାରା ତଦନ୍ତ କରିବାକୁ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କୋରେଇ ଥାନା ଫାଜଲପୁର ମୋହୁରିଆ ସାହିର ଭାଗିରଥି ଜେନାଙ୍କ ନାବାଳିକା ଝିଅ ସୁନୀତାକୁ ଗତମାସ ୧୮ ତାରିଖରେ ବଳାକ୍ରାର ଓ ହତ୍ୟା କରାଯାଇ ପୋଖରୀରେ ପକାଇ ଦିଆଯାଇଥିଲା। ୧୯ ତାରିଖ ଦିନ ନାବାଳିକାର ପିତା କୋରେଇ ଥାନାରେ ଅଭିଯୋଗ କଲାପରେ କୋରେଇ ଥାନା ପକ୍ଷରୁ ଏକ ମାମଲା ରୁଜୁକରାଯାଇ ତଦନ୍ତ କରାଯାଇଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରିବା ସହ ହତ୍ୟାକାଣ୍ଡରେ ଜଣେ ନାବାଳକକୁ କୋରେଇ ପୁଲିସ ଗିରଫ କରିଥିଲା। ଯାହାକୁ ବିଶ୍ୱହିନ୍ଦୁ ପରିଷଦ ବିରୋଧ କରୁଛି। ସ୍ଥାନୀୟ ଗୋରୁ ବେପାରୀମାନେ ନାବାଳିକାକୁ ଗଣ ବଳାକ୍ରାର କରି ହତ୍ୟା କରିଥିବାବେଳେ ଗୋରୁ ବେପାରୀଙ୍କୁ କୋରେଇ ପୁଲିସ ସୁରକ୍ଷା ଯୋଗାଇ ଜଣା ନାବାଳକକୁ ଗିରଫ କରିଛି। ପ୍ରକୃତରେ ନାବାଳକ ଉକ୍ତ ନାବାଳିକାକୁ କେବେବି ଏକୁଟିଆ ହତ୍ୟା କରିପାରିବ ନାହିଁ ବୋଲି ପରିଷଦ ଦାବି କରିଛି। କୋରେଇ ପୁଲିସ ଗୋରୁ ବେପାରୀଙ୍କୁ ସୁରକ୍ଷା ଯୋଗାଇ ତଦନ୍ତକୁ ବାଟବଣା କରୁଛି ବୋଲି ବିଶ୍ୱହିନ୍ଦୁ ପରିଷଦ ଦାବି କରିଛି। ମୃତ ସୁନୀତାର ପିତା ଗୋରୁ ବେପାରୀଙ୍କ ସମ୍ପୃକ୍ତି କଥା ଥାନାରେ କହିଥିଲେ ମଧ୍ୟ ତାଙ୍କ କଥାକୁ ପୁଲିସ ଅଣଦେଖା କରିଥିଲା। କୋରେଇ ପୁଲିସ ଓ ଗୋରୁ ବେପାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ପୁଲିସ ଗୋରୁ ବେପାରୀଙ୍କୁ ସୁରକ୍ଷା ଯୋଗାଉଛି ବୋଲି ପରିଷଦ ଦାବି କରିଛି। ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଘଟଣାସ୍ଥଳକୁ ଏକ ସ୍ୱତନ୍ତ୍ର ଦଳ ଯାଇଥିଲେ। ସୁନୀତ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଠିକ୍ଭାବେ ହୋଇନଥିବା ଘଟଣାସ୍ଥଳକୁ ଯାଇଥିବା ସ୍ୱତନ୍ତ୍ର ଟିମ୍ ଅନୁଭବ କରିଥିଲା। ତେଣୁ ଘଟଣାର ସିବିଆଇ ଦ୍ୱାରା ତଦନ୍ତ କରିବାକୁ ବିଶ୍ୱହିନ୍ଦୁ ପରିଷଦ ଦାବି କରିବା ସହ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ଜିଲାରେ ଦିନକୁଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଘଟୁଥିବାରୁ ଆଗାମୀ ୧୯ ତାରିଖରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଜିଲାପାଳ ଅଫିସ ସମ୍ମୁଖରେ ଅନଶନ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ବିଶ୍ୱହିନ୍ଦୁ ପରିଷଦ ଚିନ୍ମୟ ସ୍ୱରୂପ ପଣ୍ଡା, ଅରବିନ୍ଦ ଦାସ, ଦୋଳଗୋବିନ୍ଦ ଜେନା, ଅକ୍ଷୟ ବଳ, ବାଦଲ କୁମାର ନାୟକ, ବୁଦ୍ଧିରାମ ସାହୁ ସମେତ ଶତାଧିକ ବିଶ୍ୱହିନ୍ଦୁ ପରିଷଦର କର୍ମୀ ଏକ ଶୋଭାଯାତ୍ରାରେ ଯାଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top