ସୁନା ନଦୀ ଉପରେ କମ୍ପାନୀର ବନ୍ଧ ନିର୍ମାଣ ପ୍ରସଙ୍ଗ; ଯୋଡା ବିକାଶ ପରିଷଦ ପକ୍ଷରୁ ସମ୍ପାଦିକ ସମ୍ମିଳନୀ

ଯୋଡା- ତା ୨୮/୦୫ : (ଓଡିଆ ପୁଅ/ସେକ୍ ଜାବିର ମହମ୍ମଦ) ଯୋଡା ଖଣି ଏବଂ ଶିଳ୍ପ ପ୍ରବଣ ଅଞ୍ଚଳରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଯୋଡା ବିକାଶ ପରିଷଦ ପ୍ରଶାସନ ନିକଟରେ ଉପସ୍ଥାପନ କରି ଆସିଥିବା ଯୋଗୁଁ ପରିଷଦ ପ୍ରତି ଯୋଡା ଜନସାଧାରଣଙ୍କ ଆସ୍ଥା ବୃ୍ଦ୍ଧି ପାଇଛି। ନିକଟରେ ଏକ ଖଣି କମ୍ପାନୀ ସୁନା ନଦୀ ଉପରେ ଏକ ବନ୍ଧ ନିର୍ମାଣ କରି ଏହାର ଜଳକୁ ଲୁହାପଥର ଧୋଇବାରେ ବ୍ୟବହାର କରିବାର ଯୋଜନା କରୁଥିବା ବେଳେ ବନ୍ଧ ନିର୍ମାଣ କ୍ଷେତ୍ରରେ ଉତ୍ତେଜନା ଦେଖାଦେଇଥିଲା। ଏହି ବନ୍ଧ ନିର୍ମାଣ ହେବା ଦ୍ୱାରା ଯୋଡା ସହରର ଜୀବନଧାରା କୁହାଯାଉଥିବା ଚିରତ୍ସୋତା ସୁନା ନଦୀଟି ସମ୍ପୂର୍ଣ୍ଣ ଶୁଷ୍କ ହେବାର ଆଶଙ୍କା ଦେଖାଦେଇଛି। ଫଳରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବିକାଶ ପରିଷଦ ଏହି ପ୍ରସଙ୍ଗରେ ହସ୍ତକ୍ଷେପ ନକରିବା ଯୋଗୁଁ ପରିଷଦର ସ୍ୱଚ୍ଛତା ପ୍ରତି କେତେକ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏ ନେଇ ଗତ ଶନିବାର ସନ୍ଧ୍ୟାରେ ହୋଟେଲ ଲାଓ ପ୍ୟାଲେସ ଠାରେ ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ପରିଷଦ ତାର ଆଭୁମୁଖ୍ୟ ସ୍ପଷ୍ଟ କରିଛି। ପରିଷଦର ସମ୍ପାଦକ ଶୁଶାନ୍ତ ବାରିକ ସ୍ପଷ୍ଟ କରିଛନ୍ତି ଯେ, ଖଣି ଏବଂ ଶିଳ୍ପ ସ୍ଥାପନ ହେଲେ ଅଞ୍ଚଳର ବିକାଶ ଘଟିଥାଏ। ଏହା ସହିତ ଜନସାଧାରଣଙ୍କୁ କେତେ ଗୁଡିଏ ଅସୁବିଧାର ସମ୍ମୁଖିନ ମଧ୍ୟ ହେବାକୁ ପଡିଥାଏ। ତେଣୁ ସାମୁହିକ ବିକାଶକୁ ସ୍ୱାଗତ କରାଯାଉଥିବା ବେଳେ ଦୈନଦିନ ଚଳଣୀରେ କେତେକ କ୍ଷେତ୍ରରେ ସାଲିସ କରିବାକୁ ପଡେ। ଖଣି କମ୍ପାନୀ ସହିତ ବିକାଶ ପରିଷଦର କୌଣସି ସମ୍ପର୍କ ନଥିବା ବେଳେ ସୁନା ନଦୀରେ ବନ୍ଧ ନିର୍ମାଣ ହେବା ଯୋଗୁଁ ଯୋଡା ବାସୀ ଅସୁବିଧାର ସମ୍ମୁଖିନ ହେଲେ ବିକାଶ ପରିଷଦ କେବେ ହେଲେ ନିରବ ବସିରହିବ ନାହିଁ ବୋଲି ସେ କହିଥିଲେ। ଆବଶ୍ୟକ ହେଲେ ଏଥି ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ମଧ୍ୟ ବିକାଶ ପରିଷଦ ପଛଘୁଞ୍ଚା ଦେବ ନାହିଁ। ଏ ସଂକ୍ରାନ୍ତରେ ବିକାଶ ପରିଷଦ ଖଣି କମ୍ପାନୀ ସହିତ ଆଲୋଚନା ପରେ କେବଳ ବର୍ଷା ଦିନେ ସଂଗୃହିତ ଜଳକୁ ଏହି ବନ୍ଧ ମାଧ୍ୟମରେ ଅଟକାଇ ରଖି କମ୍ପାନୀ ଲୁହା ପଥର ଧୋଇବାରେ ବ୍ୟବହାର କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏଥିରେ ଖିଲାଫ କରି ସୁନା ନଦୀ ଜଳକୁ ବ୍ୟବହାର କଲେ ଯୋଡା ବିକାଶ ପରିଷଦ ଦୃଢ ପଦକ୍ଷେପ ଗ୍ରହଣ କରିବ ବୋଲି ସଭାପତି ନିରଞ୍ଜନ ବହିଦାର ସମ୍ବାଦିକ ମାନଙ୍କୁ କହିଥିଲେ। ଏହି କମ୍ପାନୀର ପାରିପାଶ୍ୱିକ ଉନ୍ନୟନ ପାଣ୍ଠିରୁ ନିର୍ମିତ ଡିଏଭି ସ୍କୁଲରେ ବିଦ୍ୟାର୍ଥôମାନଙ୍କ ମାସିକ ଫି ବୃଦ୍ଧି, କେବଳ କମ୍ପାନୀ କର୍ମଚାରୀ ନୁହେଁ ସମସ୍ତ ଜନସାଧାରଣଙ୍କ ନିମନ୍ତେ କମ୍ପାନୀ ମାଗଣା ଡାକ୍ତରୀ ସେବା ସହିତ ଆମ୍ବୁଲାନ୍ସ ସେବା ଯୋଗାଇବାକୁ ସାମ୍ବାଦିକମାନଙ୍କର ଏକ ଧ୍ୟାନ ଆକର୍ଷଣକାରୀ ପ୍ରଶ୍ନର ଉତ୍ତରରେ ବିକାଶ ପରିଷଦ ପଦକ୍ଷେପ ନେବ ବୋଲି ଅଧ୍ୟକ୍ଷ ଶୀରିଶ ଚନ୍ଦ୍ର ମହାନ୍ତି ସାମ୍ବାଦିକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *