ଓଡ଼ିଶା

ସୁନା ନଦୀରେ ବନ୍ଧ ନିର୍ମାଣକୁ ନେଇ ଲଙ୍କା କାଣ୍ଡ, କୋଟି କୋଟି ଟଙ୍କାର ସମ୍ପତ୍ତି ଜାଳିି ଦେଲେ ସ୍ଥାନୀୟ ବାସିନ୍ଦା

ଯୋଡା- ତା ୧୫/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ସୋମବାର ଦିନ ଖଣ୍ଡବନ୍ଧ ଠାରେ ସୁନା ନଦୀ ଉପରେ ନିର୍ମାଣଧିନ ବନ୍ଧକୁ ନେଇ ସ୍ଥାନୀୟ ବାସିନ୍ଦା ଲଙ୍କା କାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି। ସେମାନେ ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଆକ୍ରମଣ କରିବା ସହ ସେଠାରେ ନିୟୋଜିତ ଥିବା ମିକ୍ସଚର ମେସିନ, କ୍ରେନ, ଲୋଡର ଇତ୍ୟାଦି ଦାମି ଯନ୍ତ୍ରପାତି ଗୁଡିକରେ ନିଆଁ ଲଗାଇଦେଇଛନ୍ତି। ଫଳରେ କୋଟି କୋଟି ଟଙ୍କାର ସମ୍ପତ୍ତି ଜଳି ନଷ୍ଟ ହୋଇଯାଇଛି। କିଛି ସମୟ ଧରି ନିର୍ମାଣ ସ୍ଥାନଟି କୁରୁକ୍ଷେତ୍ରରେ ପରିଣତ ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଆକ୍ରମଣରେ କାର୍ଯ୍ୟରତ କର୍ମଚାରୀମାନେ ଜୀବନ ବିକଳରେ ଛତ୍ରଭଙ୍ଗ ଦେଇଛନ୍ତି। ଘଟଣାର ୨ ଘଣ୍ଟା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ଏହି ବନ୍ଧଟି ସୁନା ନଦୀ ଉପରେ ଟାଟା କମ୍ପାନୀ ନିର୍ମାଣ କରି ଏହାର ଜଳକୁ ଲୁହା ପଥର ଧୋଇବା ନିମନ୍ତେ ବ୍ୟବହାର କରିବା ପାଇଁ ମସୁଧା ଚଳାଇଛି। ଫଳରେ ଏହି ଚୀରଶ୍ରୋତା ନଦୀ ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକ ପାଣି ଟୋପାଇ ପାଇବାରୁ ବଞ୍ଚିତ ହେବେ। ବାରମ୍ବାର ଏ ସଂକ୍ରାନ୍ତରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସରକାର କିମ୍ବା କମ୍ପାନୀ ଏଥିରେ କର୍ଣ୍ଣପାତ କରିନାହାନ୍ତି। ତେଣୁ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ନକରାଗଲେ ଆନ୍ଦୋଳନକୁ ଆହୁରୀ ତୀବ୍ରତର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନକାରିଙ୍କ ମଧ୍ୟରେ ରଇଡା, ମାଙ୍କଡ ହଟିଂ, କ୍ୟାମ୍ପ ହଟିଂ, କୋହ୍ଲ ରୋଇଡା, କୁନ୍ଦୁରୁପାଣୀ, ଚୋରମାଲଦା ପ୍ରଭୁତି ଅଞ୍ଚଳର ଶହ ଶହ ମହିଳା ପୁରୁଷ ଭାଗନେଇଥିଲେ। ଏହି ବନ୍ଧ ନିର୍ମାଣ ଦ୍ୱାରା ଯୋଡା ପୌରପାଳିକା ମଧ୍ୟ ବିଶେଷ ଭାବେ କ୍ଷତିଗ୍ରସ୍ଥ ହେବ ବୋଲି ଜଣାପଡିଛି।

ଏଠାରେ ସୂଚନା ଯୋଗ୍ୟ, କମ୍ପାନୀ ୮ଲକ୍ଷ ମେଟିକ ଟନ୍ ଲୁହା ପଥର ଧୋଇବା ପାଇଁ ଏଠାରେ ଏହି ପ୍ରକଳ୍ପଟି ନିର୍ମାଣ କରୁଅଛି। ଏହି ପ୍ରକଳ୍ପ ବିବରଣୀରେ କୁନ୍ଦୁରୁନାଲା ରୁ ଜଳ ନେଇ ବ୍ୟବହାର କରିବା ପାଇଁ ଦର୍ଶାଇଥିବା ବେଳେ ସୁନା ନଦୀ ଉପରେ ବନ୍ଧ ବାନ୍ଧିବା ଏବଂ କୁନ୍ଦୁରୁନାଲା ଭଳି କୌଣସି ଜଳ ଉତ୍ସ ଏ ଅଞ୍ଚଳରେ ନଥିବା ଜଣାପଡିଛି, ଯାହା କମ୍ପାନୀର ଏକ ଚାଲ ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top