ସୁନାମୀ ମକ୍ଡ୍ରିଲ୍ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଜଗତସିଂହପୁର, ୨୧/୧୧(ଓଡିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ) ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଆସନ୍ତା ନଭେମ୍ବର ୨୪ ତାରିଖରେ ସୁନାମୀ ମକ୍ଡ୍ରିଲ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ ଅଧ୍ୟକ୍ଷତା କରି କହିଲେ ଆମ ଜିଲ୍ଲାରେ ତୃତୀୟ ବର୍ଷ ପାଇଁ ସୁନାମୀ ମକ୍ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଅଛି। ସମୁଦ୍ର ଭିତରେ ଭମିକମ୍ପ ହେଲେ ସାମୁଦ୍ରିକ ଜୁଆର ସ୍ଥଳଭାଗକୁ ମାଡିଆସି ବ୍ୟାପକ ଧନ ଜୀବନ କ୍ଷତି ପହଞ୍ଚା ଏହି ସୁନାମୀ ଆସିବା ସତର୍କତା ମିଳିଲା ପରେ ୨ ଘଣ୍ଟା ଭିତରେ ସ୍ଥାନାନ୍ତରିତ ହେବାକୁ ହୁଏ। ସୁନାମୀ ସଂଗଠିତ ହେଲେ ଯେପରି କୈଣସି ବ୍ୟକ୍ତିି ମୃତ୍ୟୁବରଣ ନକରନ୍ତି ସେଥିପ୍ରତି ପ୍ରାଥମିକ ପ୍ରାଧାନ୍ୟ ଦିଆଯିବ। ହାଇଦ୍ରାବାଦର ଇନ୍ କଏସ୍ ବା ସୁନାମୀ ସତର୍କତା କେନ୍ଦ୍ରରୁ ପ୍ରଥମେ ରାଜ୍ୟ ଜରୁରୀ କାର୍ଯ୍ୟାନ୍ୱୟନ କେନ୍ଦ୍ରକୁ ବାର୍ତ୍ତା ଆସେ। ପରେ ପରେ ରାଜ୍ୟ ଜରୁରୀ କାର୍ଯ୍ୟାନ୍ୱୟନ କେନ୍ଦ୍ରରୁ ଜିଲ୍ଲା ଜରୁରୀ ବିଭାଗ, ପରେ ବ୍ଲକ କାର୍ଯ୍ୟାଳୟ, ପରେ ପଂଚାୟତ କାର୍ଯ୍ୟାଳୟ ଓ ଗ୍ରାମକୁ ସମ୍ବାଦ ପ୍ରେରଣ କରାଯାଏ। ଏହାପରେ ସମୁଦ୍ର କୂଳିଆ ଗ୍ରାମରୁ ସମସ୍ତ ଲୋକଙ୍କୁ ବାତ୍ୟା କିମ୍ବା ବନ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଏ। ସମୁଦ୍ର କୂଳରୁ ୧.୫ କି.ମି ଅନ୍ତରରେ ପ୍ରତ୍ୟେକ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ପଡିବ। ଏହା ପୂର୍ବରୁ ପ୍ରତ୍ୟେକ ଆଶ୍ରୟ ସ୍ଥଳ ଓ ଚିହ୍ନଟ ବିଦ୍ୟାଳୟ ମାନଙ୍କରେ ଔଷଧ, ଖାଦ୍ୟ, ପାଣି, ପାନୀୟ ଜଳ, ପାଇଖାନା ସୁବିଧା ରହିବା ଆବଶ୍ୟକ। ସୁନାମୀ ସତର୍କତା ପାଇଲା ପରେ ଯେପରି ଲୋକମାନେ ସଂପତ୍ତି ବାଡି ଛାଡି ସ୍ଥାନାନ୍ତରିତ ହୁଅନ୍ତି, ସେଥିପ୍ରତି ସଚେତନ ରହିବା ଆବଶ୍ୟକ। ଆଧାରକାର୍ଡ, ଭୋଟ ପରିଚୟ ପତ୍ର, ସାର୍ଟି ଫିକେଟ୍, କବଲା, ପଟ୍ଟା, ସୁନାଗହଣା ଗୋଟିଏ ବ୍ୟାଗରେ ପ୍ୟାକ୍ କରି ତୁରନ୍ତ ସ୍ଥାନାନ୍ତରିତ ହେବାକୁ ପଡିବ। ଜିଲ୍ଲା ସ୍ତରରେ ଜିଲ୍ଲା ପ୍ରଶାସନ, କ୍ଷେତ୍ରିୟ ଅଧିକାରୀ, ସାମୁଦ୍ରିକ ଥାନ, ଗଣମାଧ୍ୟମ, ମତ୍ସ୍ୟ ବିଭାଗ, ସ୍ୱାସ୍ଥ୍ୟ, ପୋଲିସ, ଅଗ୍ନିଶମ, ସ୍ୱେଛାସେବୀ ସଂଗଠନ, କୋଷ୍ଟଗାର୍ଡ ମାନେ ଅନ୍ତର୍ଭୁକ୍ତ ହୋଇଥିଲା ବେଳେ ବ୍ଲକ ଓ ତହସିଲ ସ୍ତରରେ ବି.ଡି.ଓ, ତହସିଲଦାର, ସି.ଡି.ପି.ଓ, ପ୍ରାଥମିକଢିଙ୍କିଆ, ଗୋବିନ୍ଦପୁର, ପଦ୍ମପୁର ପଂଚାୟତର ରାମତରା, ଗଡ କୁଜଙ୍ଗ ପଂଚାୟତର ଭୁଇଁଆପୁର ନୋଳିଆସାହି, ପୋଲାଙ୍ଗ, ଗଡହରିଶପୁର ପଂଚାୟତର ଗଡହରିଶପୁର, ନୂଆଗାଁ ପଂଚାୟତର ନୂଆଗାଁ, ପଦ୍ମପୁର ପଂଚାୟତର ସାହାଡାବେଦୀ, କୁଜଙ୍ଗବ୍ଲକରପାରାଦ୍ୱୀପଗଡ, ନୂଆଗଡ, ପାରାଦ୍ୱୀପ ପୈାରାଳର ନେହେରୁବଙ୍ଗଳା, ଷଣ୍ଡକୁଦ, ଲକ୍ପଡା, ଉଦୟଚାନ୍ଦପୁର, ବୃନ୍ଦାବନ କଲୋନୀ, ମଧୁବନ, ବଡପଡିଆ, ଭି.ପଏଣ୍ଟ କଲୋନୀ, ଷଣ୍ଡକୁଦ ଅଂଚଳକୁ ସୁନାମୀ ପ୍ରବଣଗାଁ ଭାବେ ଚିହ୍ନଟ କରାଯାଇଛି।

Leave a Reply

Your email address will not be published. Required fields are marked *