ଓଡ଼ିଶା

ସୁନାମଧନ୍ୟ ଅଭିନେତା ରାମଚନ୍ଦ୍ର ପ୍ରତିହାରୀଙ୍କୁ ଭେଟି ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କଲା ବିଜେପି ସାଂସ୍କୃତିକ ପ୍ରକୋଷ୍ଠ

ଭୁବନେଶ୍ୱର, ତା୨୭/୦୮(ଓଡ଼ିଆ ପୁଅ) : ବିଶିଷ୍ଟ ମଂଚ କଳାକାର, ଓଡିଆ ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକର ସୁନାମଧନ୍ୟ ଅଭିନେତା ରାମଚନ୍ଦ୍ର ପ୍ରତିହାରୀ ଏବେ କର୍କଟ ରୋଗରେ ପୀଡିତ ଅଛନ୍ତି। ସେ ଦୀର୍ଘ ଦିନ ଧରି ଏହି ରୋଗରେ ପୀଡିତ ହେବା ଯୋଗୁଁ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଛି। ଆର୍ଥୀକ ଅବସ୍ଥା ସ୍ୱଚ୍ଛଳ ନଥିବା କାରଣରୁ ଉନ୍ନତ ମାନର ଚିକିତ୍ସାରୁ ସେ ବଂଚିତ ଅଛନ୍ତି। ଏହି ଖବର ପରେ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ଏକ ପ୍ରତିନିଧୀ ଦଳ ଶ୍ରୀ ପ୍ରତିହାରୀଙ୍କ ବାସଭବନରେ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ତାଙ୍କର ଆରୋଗ୍ୟ କାମନା କରି ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

ଏହି ପ୍ରତିନିଧୀ ଦଳରେ ବିଜେପି ସାଂସ୍କୃତିକ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ପଂଚାନନ ନାୟକ, ବିଜେପି ନେତା ତଥା ବରିଷ୍ଠ କଳାକାର ମିହିର ଦାସ, ଶ୍ରୀତମ ଦାସ, ପୁରୀ ଜିଲ୍ଲା ସଭାପତି ପ୍ରଭଂଜନ ମହାପାତ୍ର ପ୍ରମୁଖ ସାମିଲ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top